xmas

ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ମାନ୍ଧାପାଲି ଗାଁରେ ପହଞ୍ଚିନି ସୁବିଧା। ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି କାସଲାମା କାଙ୍ଗଗାରୀଙ୍କ ପରିବାର

ଚିତ୍ରକୋଣ୍ଡା: ଗରିବ ଓ ଅସହାୟଙ୍କ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି । କିନ୍ତୁ ଏହି ଯୋଜନା ଯେମିତି ପ୍ରକୃତ ହିତାଧିକାରୀଙ୍କ ପାଇଁ ଅପହଞ୍ଚ ହୋଇପଡିଛି । ଏପରି ଘଟଣା ଦେଖିବାକୁ ମିଳିଛି ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ମାନ୍ଧାପାଲି ଗାଁରେ । ଆଧାରକାର୍ଡ଼ ନଥିବାରୁ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି କାସଲାମା କାଙ୍ଗଗାରୀଙ୍କ ପରିବାର । ଏକ ନିଛାଟିଆ ଜଙ୍ଗଲ ପାଖରେ ଝାଟି ମାଟି କୁଡ଼ିଆରେ ରୁହନ୍ତି କାସଲାମା ଓ ତାଙ୍କର ପାଞ୍ଚ ପୁଅ ଝିଅ । ସେମାନଙ୍କ ମଧ୍ୟରୁ ଦୁଇ ଜଣ ଦିବ୍ୟାଙ୍ଗ । ପିଲାଙ୍କ ଚିକିତ୍ସା ପାଇଁ ଅର୍ଥ ଅଭାବ ଥିବା ବେଳେ ମିଳୁନି କୌଣସି ସହାୟତା । ପୁଅ ଓ ଝିଅ ଦୁହେଁ ଜନ୍ମରୁ ଠିକ୍ ଥିଲେ । ୭-୮ ବର୍ଷ ବୟସ ହେବା ପରେ ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ହାତ ଗୋଡ଼ ମୋଡ଼ି ହୋଇ ରହୁଛି । ଚାଲିବାକୁ ଅକ୍ଷମ ହୋଇଥିବା ବେଳେ ଦିବ୍ୟାଙ୍ଗ ଜୀବନ ବିତାଉଛନ୍ତି । ମୁଣ୍ଡ ଗୁଂଜିବାକୁ ଘର ଖଣ୍ଡିଏ ବି ନାହିଁ । ପାହାଡ଼ ପାଖରେ ପାଲଟଣା ଘରେ କଟୁଛି ୬ ପ୍ରାଣୀଙ୍କ ଜୀବନ । କାସଲାମା କାଙ୍ଗଗାରୀ ମୂଲ ମଜୁରୀ ଲାଗିଲେ ପରିବାର ଚଳିଥାଏ । ସରକାରୀ ସହାୟତା କହିଲେ ୫ କିଲୋ ଚାଉଳ ଓ ଖଣ୍ଡିଏ ଜରିପାଲ । ସବୁଠାରୁ ଦୁଃଖର ବିଷୟ ହେଲା କାସଲାମାଙ୍କ ବଡ଼ ପୁଅ ୮ରୁ ୧୦ ବର୍ଷ ପର୍ଯ୍ୟନ୍ତ ଠିକ୍ ଥିଲେ । ସ୍କୁଲ ମଧ୍ୟ ଯାଉଥିଲେ । ଧିରେ ଧିରେ ତାଙ୍କ ଗୋଡ଼ ଶୁଖିଯାଇ ମୋଡ଼ି ହୋଇ ରହୁଥିବାରୁ ଆଉ ଚାଲିପାରୁନି ପୁଅ । ସ୍କୁଲ ମଧ୍ୟ ଯାଇପାରୁନି । ତେଣୁ ଏହି ଅସହାୟ ପରିବାରକୁ ସହାୟତା ପାଇଁ ସାଧାରଣରେ ଦାବି ହୋଇଛି ।

Leave A Reply

Your email address will not be published.