ପାଣି ସମସ୍ୟା ଦୂର କଲା ମନରେଗା ଯୋଜନାରେ ଅମୃତ ସରୋବର

ଫୁଲବାଣୀ, ୧୧/୧୧: ଦିନ ଥିଲା ପାଣି ଗରା ଏ ପାଇଁ ମାଇଲ ମାଇଲ ବାଟ ଯିବାକୁ ପଡୁଥିଲା ବଂଧଗଡ଼ ପଂଚାୟତ ର ତୀରା ମାହା ଲୋକଙ୍କୁ l ସୁବିଧା ଅସୁବିଧାରେ ଗାଧେଇବା କିମ୍ବା ଲୁଗା ସଫା ପାଇଁ ପୋଖରୀ ଟିଏ ନଥିଲା l ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ l ଖରା ଦିନେ କୂଅ ଶୁଖିଗଲେ କି ନଳ କୂଅ ଅଚଳ ହୋଇଗଲେ କଥା ସରିଗଲା l ପୋଖୋରୀଟେ ଗାଁରେ ଖୋଲି ଦେବା ପାଇଁ ଦୀର୍ଘ ବର୍ଷ ହେଲା ଫିରିଙ୍ଗିଆ ବିଡ଼ିଓଙ୍କ ପାଖରେ ତିରା ମାହା ଲୋକେ ଦାବୀ କରି ଆସୁଥିଲେ ମଧ୍ୟ ହୋଇପାରୁନଥିଲା l ହେଲେ ଏବେ କିନ୍ତୁ ଗାଁ ଲୋକେ ଭାରି ଖୁସି l ଗାଁରେ ଏବେ ପୋଖରୀ ଖୋଳା ହେଲା l ସେ ପୁଣି ଯାହି ତାହି ପୋଖରୀ ନୁହେଁ ସୁନ୍ଦର ପୋଖରୀ ଦେଖିଲେ ଯେ କେହିବି ଛିଡା ହୋଇଯିବ ମୁହୂର୍ତ୍ତେ ପାଇଁ l ଏ ସବୁ ସମ୍ଭବ ହୋଇଛି ବିଡ଼ିଓ ରଶ୍ମିରଂଜନ ମହନ୍ତଙ୍କ ପାଇଁ l ଗ୍ରାମବାସୀ ମଧ୍ୟ ବିଡ଼ିଓ ମହନ୍ତଙ୍କୁ ଭୁରି ଭୁରି ପ୍ରଶଂସା ମଧ୍ୟ କରିଛନ୍ତି l ଯେତେବେଳେ ଗ୍ରାମବାସୀ ପୋଖରୀଟେ ନିର୍ମାଣ କରିଦେବା ପାଇଁ ବିଡ଼ିଓଙ୍କ ନିକଟରେ ପହଁଚିଲେ ସେ ଅତି ଶୀଘ୍ର ପୋଖରୀ ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ଆଉ ପ୍ରତିଶ୍ରୁତି ରକ୍ଷା କରି ମନରେଗା ଯୋଜନା ରେ ପ୍ରାୟ ୯ ଲକ୍ଷ ୫0ହଜାର ଟଙ୍କାଖର୍ଚ୍ଚ କରି ସୁନ୍ଦର, ଆକର୍ଷଣୀୟ ପୋଖରୀ ନିର୍ମାଣ କରିଦେଇଥିଲେ l ପୋଖରୀ ଚାରି ପାଖେ ସୁନ୍ଦର ଲୁହା ବାଡ଼ ମଧ୍ୟ ରହିଛି l ତଳକୁ ଯିବା ପାଇଁ କେତକ ସ୍ଥାନରେ ପାହାଚ ରହିଛି l ଚତୁର୍ପାର୍ଶ୍ୱରେ ରଙ୍ଗ ବେରଙ୍ଗ ଫୁଲ ଓ ଅନ୍ୟାନ୍ୟ ବୃକ୍ଷ ରୋପଣ କରାଯାଇଛି ଯାହାକି ସମସ୍ତଙ୍କୁ ଆକୃଷ୍ଟ କରୁଛି l ନିକଟରେ ଜିଲାପାଳ, ଡ଼ାଇରେକ୍ଟର ସ୍ପେଶାଲ ପ୍ରୋଜେକ୍ଟ ଆଇଏଏସ ଅରିନ୍ଦମ ଡାକୁଆ ଜିଲ୍ଲା ଗସ୍ତରେ ଆସି ଏହି ପୋଖରୀ ବୁଲି ଦେଖି ସନ୍ତୋଷ ବ୍ୟକ୍ତ କରିବାସହ ଗ୍ରାମର ଯୁବକ ସଙ୍ଘ ଓ ନାରୀ ସଂଘ ଏହାକୁ ସଫା ସୁତୁରା ରଖିବାକୁ ପରାମର୍ଶ ଦେଇଥିଲେ l

Leave A Reply

Your email address will not be published.