xmas

ତୁମୁଡିବନ୍ଧ ସିର୍ଲା ପଞ୍ଚାୟତରେ ଶତାଧିକ ଲୋକ ବିଜେଡିରେ ମିଶିଲେ

ଫୁଲବାଣୀ, ୧୧/୧୧: ନବୀନ ସରକାରଙ୍କ ସ୍ୱଚ୍ଛ ଶାସନ ବିଭିନ୍ନ ଉନ୍ନୟନ ଯୋଜନା ଗୁଡିକୁ ଘରେ ଘରେ ପହଞ୍ଚାଇବା ପାଇଁ ଜନ ସମ୍ପର୍କ ପଦଯାତ୍ରା ମାଧ୍ୟମରେ ବିଜୁ ଜନତା ଦଳ ପ୍ରୟାଶ ଜାରି ରଖିଛି । ଗାଁଠୁ ସହର ସବୁଠି ନବୀନ ସରକାରଙ୍କ ସଫଳ ଯୋଜନା ହିଁ ଲୋକଙ୍କୁ ବିଜୁ ଜନତା ଦଳ ଉପରେ ଅଧିକ ଭରସା ଏବଂ ବିଶ୍ୱାସ ସୃଷ୍ଟି କରିଛି । ଫଳରେ ପ୍ରଭାବିତ ହୋଇ କନ୍ଧମାଳ ଜିଲ୍ଲା ତୂମୁଡିବନ୍ଧ ବ୍ଲକ ସିର୍ଲା ପଞ୍ଚାୟତର ଶତାଧିକ କଂଗ୍ରେସ ଏବଂ ବିଜେପି କର୍ମୀ ନିଜ ନିଜ ଦଳ ଛାଡି ଆଜି ବିଜେଡିରେ ଯୋଗ ଦେଇଛନ୍ତି l ଜନ ସମ୍ପର୍କ ଯାତ୍ରାରେ ମୁଖ୍ୟ ଅତିଥି ରୂପେ କନ୍ଧମାଳ ଜିଲା ପର୍ଯ୍ୟବେକ୍ଷକ ବିଜୟ ନାୟକ ଯୋଗ ଦେଇ ନୂତନ ଭାବେ ଯୋଗ ଦେଇଥିବା ବିଜେପି ଏବଂ କଗ୍ରେସ କର୍ମୀଙ୍କୁ ଉତ୍ତରିୟ ଦେଇ ସ୍ୱାଗତ କରିଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ବାଲିଗୁଡାର ପୂର୍ବତନ ବିଧାୟକ ରାଜୀବ ପାତ୍ର ଯୋଗ ଦେଇ ଅଧିକରୁ ଅଧିକ କର୍ମୀ ଯୋଗ ଦେଲେ ଦଳ ମଜଭୁତ ହେବ ବୋଲି କହିଥିଲେ l ସେହିପରି ଉପସ୍ଥିତ ଲୋକଙ୍କୁ ବିଜୁ ଜନତା ଦଳର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଏହା ସହ ବିଧାୟକ ରାଜୀବ ପାତ୍ର ସିର୍ଲା ପଞ୍ଚାୟତରେ ନିଜେ ବିଧାୟକ ଥିବା ସମୟରେ ଅନେକ ଗ୍ରାମକୁ ରାସ୍ତା ସଂଯୋଗ ନିମନ୍ତେ ସରକାରଙ୍କୁ ଚିଠି ଲେଖି ଅବଗତ କରାଇଥିଲେ । ଯାହାର ଫଳ ସ୍ୱରୂପ ଆଜି ପୂର୍ବତନ ବିଧାୟକ ରାଜୀବ ପାତ୍ର ଏବଂ ବର୍ତ୍ତମାନର ବାଲିଗୁଡା ବିଧାୟକ ଚକ୍ରମଣି କଂହରଙ୍କ ସଫଳ ଉଦ୍ୟମରେ ପ୍ରତ୍ୟେକ ଗ୍ରାମକୁ ସଂଯୋଗୀକରଣ କାର୍ଯ୍ୟ ଯୋର ସୋରରେ ଚାଲିଛି । ଏହି ଅବସରରେ ବାଲିଗୁଡା ବିଧାୟକ ଚକ୍ରମଣି କଂହର, ତୂମୁଡିବନ୍ଧ ବ୍ଲକ ସଭାପତି ତଥା ସାଂସଦ ପ୍ରତିନିଧି ପ୍ରମୋଦ ସାହୁ, ପଞ୍ଚାୟତ ସମିତି ଅଧକ୍ଷା ବାସନ୍ତି ମାଝୀ, ଜିଲା ପରିଷଦ ସଭ୍ୟ ନବୀନ ପାତ୍ର, ଅଶୋକ ପାତ୍ର, ବଙ୍ଗାଳି ବଡ଼ସେଠ, ଜିସାୟ ମଣ୍ଡଳ, ସିର୍ଲା ସରପଞ୍ଚ ନୃସୁଙ୍ଗା ପାଟମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.