ବନବାସୀ ସେବା ସମିତିର ସୁବର୍ଣ୍ଣ ଜୟନ୍ତୀ

ଫୁଲବାଣୀ, ୧୧/୧୧: କନ୍ଧମାଳ ଜିଲ୍ଲା ବାଲିଗୁଡାର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ବନବାସୀ ସେବା ସମିତିର ପ୍ରତିଷ୍ଠାତା ସ୍ବର୍ଗତ ବିଶ୍ୱନାଥ ପଟନାୟକ ଥିଲେ କୋରାପୁଟିଆ ଗାନ୍ଧୀ l ଗାନ୍ଧୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ବର୍ଗତ ପଟନାୟକ କାର୍ଯ୍ୟ କରି ପ୍ରସଂଶିତ ହୋଇଥିଲେ l ତାଙ୍କ ପରି ବହୁତ କମ ଲୋକ ଜନ୍ମ ନେଇଥାନ୍ତି l ଯେଉଁମାନେ କି ସବୁ କିଛି ଭୂଲି ନିଜ ସ୍ୱାର୍ଥ କୁ ଜଳାଞ୍ଜଳି ଦେଇ ସମାଜର ହିତ ପାଇଁ କାର୍ଯ୍ୟ କାର୍ଯ୍ୟ କରନ୍ତି ବୋଲି ସମିତିର ସୁବର୍ଣ୍ଣ ଜୟନ୍ତୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପଦ୍ମନାଭ ବେହେରା କହିଛନ୍ତି l ଅନ୍ୟମାନଙ୍କ ମଧ୍ୟରେ ଜିଲାପରିଷଦ ଅଧକ୍ଷା ନନ୍ଦିନୀ ମଲିକ, ବନବାସୀ ସେବା ସମିତି ସମ୍ପାଦକ ଉତ୍ସଵ ଜେନା, ବିଧାୟକ ଚକ୍ରମଣି କହଁର, ଏନଏସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ ବାଲିଗୁଡା ବ୍ଲକ ଅଧ୍ୟକ୍ଷା ମିଶାବତି ମଲିକ, ତପନ ଡିଗାଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସ୍ବର୍ଗତ ବିଶ୍ୱନାଥ ପଟନାୟକଙ୍କ ସ୍ମୃତି ଚାରଣ କରିବା ସହ ତାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବା ଲାଗି ପରାମର୍ଶ ଦେଇଥିଲେ l ସହ ସଂପାଦକ ରବୀନ୍ଦ୍ର ନାଥ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

Leave A Reply

Your email address will not be published.