ଫୁଲବାଣୀ, ୧୨/୧୧: କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ସହରରେ ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ଲୋକ ମହୋତ୍ସବ ଗତ ୨୦୨୧ ଡିସେମ୍ବର ୧୭ରୁ ୧୯ ରିଖ ୩ ଦିନବ୍ୟାପୀ ହେବାକୁ ଥିବା ବିଶିଷ୍ଟ ଲୋକନୃତ୍ୟ ଗୁରୁ ଟଲ ଦଳବେହେରା ସ୍ମାରକୀ ବୀଣାକାର ଦଣ୍ଡନାଟ ଏବଂ ଗୀତନାଟ୍ୟ ପ୍ରତିଯୋଗିତା ମହାମାରୀ କରୋନା କଟକଣା ସକାଶେ ବାତିଲ କରାଯାଇଥିଲା l ଚଳିତ ବର୍ଷ ଉକ୍ତ କାର୍ଯ୍ୟକ୍ରମ ଡିସେମ୍ବର ତା ୧୭ରୁ ୧୯ ରିଖ ତିନି ଦିନ ବ୍ୟାପି ଆୟୋଜନ କରିବା ପାଇଁ ବ୍ଲକ କଳା ସଂସ୍କୃତି ସଂଘ ବାଲିଗୁଡା ପକ୍ଷରୁ ନିଷ୍ପତ୍ତି ନିଆଯାଇଛି l ଏନେଇ ନୂଆସାହି ସ୍ଥିତ ପରିଚୟ ଗୃହରେ ଚୂଡାନ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି l ଅବସରପ୍ରାପ୍ତ ଶିକ୍ଷକ ବିଜୟ ଚନ୍ଦ୍ର ଖଣ୍ଡଗିରିଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ବିଶିଷ୍ଟ ଲୋକ ନୃତ୍ୟ ଗୁରୁ ଟଲ ଦଳବେହେରାଙ୍କ ଦାୟାଦ ମୁକ୍ତେଶ୍ଵର ଦଳବେହେରା ଦଣ୍ଡ ନାଟ ଗୁରୁ ପ୍ରମୋଦ ଚନ୍ଦ୍ର ଡାକୁଆ ପ୍ରକାଶ କୁମାର ସାହୁ ପୁରସ୍ତମ ନାୟକ ଏବଂ ସଂକୀର୍ତ୍ତନ ଗୁରୁ ଯୁଧିଷ୍ଠିର ପାତ୍ର ନାରାୟଣ ଦଣ୍ଡସେନା ଅଂଶଗ୍ରହଣ କରିଥିଲେ l ଏଥି ନିମନ୍ତେ ଆସନ୍ତା ୧୫ ତାରିଖରୁ ରେଜିଷ୍ଟ୍ରେସନ ଆରମ୍ଭ ହେବ l ଡିସେମ୍ବର ୫ ତାରିଖ ସୁଦ୍ଧା ଇଛୁକ କଳାକାର ଦଳ ରେଜିଷ୍ଟ୍ରେସନ କରିବା ପାଇଁ ବାଲିଗୁଡା ବ୍ଲକ କଳା ସଂସ୍କୃତି ସଂଘର ଉପ ସଭାପତି ପ୍ରମୋଦ କୁମାର ଦଣ୍ଡସେନା ଅନୁରୋଧ କରିଛନ୍ତି l ବିଜେତା ଲୋକ ନୃତ୍ୟ ଦଳ, ଗୀତନାଟ୍ୟ ଦଳଙ୍କୁ ସ୍ୱାଗତ ସ୍ୱମ୍ବର୍ଦ୍ଧନା ମାନପତ୍ର ଓ ପୁରସ୍କାର ରାଶି ପ୍ରଦାନ କରାଯିବ l ଜ଼ିଲ୍ଲା ତଥା ଜ଼ିଲ୍ଲା ବାହାରୁ ବହୁ ପ୍ରତିଯୋଗୀ ଅଂଶଗ୍ରହଣ କରିବେ ବୋଲି ବ୍ଲକ କଳା ସଂସ୍କୃତି ସଂଘର ଉପ ସଭାପତି ସୂଚନା ଦେଇଛନ୍ତି l ଫୋନ ନମ୍ବର ୭୯୭୮୫୫୧୧୫୪ ଯୋଗେ ଯୋଗାଯୋଗ କରିବା ପାଇଁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି l ଜ଼ିଲ୍ଲା ତଥା ଜ଼ିଲ୍ଲା ବାହାରୁ ଦୁଇଶହରୁ ଉର୍ଦ୍ଧ ବୀଣାକାର, ଦଣ୍ଡନାଟ କଳାକାର, ସଂକୀର୍ତ୍ତନ ଦଳ ଆଦିବାସୀ ନୃତ୍ୟ, ଘୁଡୁକି ପାଲା, ଦାସ କାଠିଆ, ଘୁମୁରା, ପାଇକ ଆଖଡ଼ା ଭଳି ଲୋକନୃତ୍ୟ ଦଳ ଅଂଶଗ୍ରହଣ କରିବେ ବୋଲି ଉପ ସଭାପତି ପ୍ରମୋଦ ଦଣ୍ଡସେନା ସୂଚନା ଦେଇଛନ୍ତି l ମହୋତ୍ସବକୁ ସୁଚାରୁ ରୂପେ ପାଳନ ପାଇଁ ଏକ ଉତ୍ସବ ପାଳନ କମିଟି ଗଠନ କରାଯାଇଛି l ସର୍ବ ସମ୍ମତି କ୍ରମେ ସଭାପତି ଭାବେ ବାଲିଗୁଡାର ସୁନାମଧ୍ୟନ୍ୟ କଣ୍ଠଶିଳ୍ପୀ ବିଶ୍ୱଜିତ ସାହୁ ଉପ ସଭାପତି ଭାବେ ସଂକୀର୍ତ୍ତନ ଗୁରୁ ନାରାୟଣ ଦଣ୍ଡସେନା ସମ୍ପାଦକ ଭାବେ ବରିଷ୍ଠ କଳାକାର ତଥା ଭାଷ୍ୟକାର ଶିବରାମ ପ୍ରଧାନୀ ସହ ସମ୍ପାଦକ ଭାବେ ବିଶିଷ୍ଟ କଣ୍ଠଶିଳ୍ପୀ ଗୋପାଳ କୃଷ୍ଣ ନାୟକ (ନୀଳ ଭାଇ ) ଏବଂ କୋଷାଧକ୍ଷ ଭାବେ ବରିଷ୍ଠ କଳାକାର ଯୁଧିଷ୍ଠିର ପାତ୍ରଙ୍କୁ ଚୟନ କରାଯାଇଛି l ଉପଦେଷ୍ଠା ଭାବେ ବିଶିଷ୍ଟ ମଞ୍ଚ ନିର୍ଦେଶକ ସନ୍ତୋଷ କୁମାର ମିଶ୍ର ଦଣ୍ଡନୃତ୍ୟ, ଗୁରୁ ପ୍ରମୋଦ ଡାକୁଆ ଏବଂ ଶିକ୍ଷାବିତ ବିଜୟ ଚନ୍ଦ୍ର ଖଣ୍ଡଗିରିଙ୍କୁ ଚୟନ କରାଯାଇଛି l କାର୍ଯକାରୀ ସଦସ୍ୟ ଭାବେ ରଂଜିତ ଦିଗାଲ, ଇନ୍ଦ୍ରମଣି ପାତ୍ର, ଜଗନ୍ନାଥ ବିଶୋଇ, ଶ୍ରୀକାନ୍ତ ମଳିକ, ବିଜୟ ଆମୟତ, ପ୍ରକାଶ କୁମାର ସାହୁ, ଦେବରାଜ ପାତ୍ର, ରଂଜିତ କୁମାର ପୂଜାରୀ, ଜଗନ୍ନାଥ ବେହେରା, ବିଭୀଷଣ ପାତ୍ର, ବିନୋଦ ପାତ୍ରଙ୍କୁ ଚୟନ କରାଯାଇଛି l ମହୋତ୍ସବ ପାଳନ ନେଇ କାର୍ଯ୍ୟ ଖସଡ଼ା ଏବଂ ବଜେଟ ପ୍ରସ୍ତୁତ ହୋଇଛି l କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ପାରଦ ର୍ଶୀତା ଅର୍ଜନ କରିଥିବା ପ୍ରତିଭାଙ୍କୁ ସ୍ୱମ୍ବର୍ଦ୍ଧନା କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି l କରୋନା କଟକଣା ପରେ ପ୍ରଥମ ଥର ପାଇଁ ବାଲିଗୁଡାରେ ରାଜ୍ୟସ୍ତରୀୟ ମହୋତ୍ସବ ଆୟୋଜିତ ହେଉଥିବାରୁ ବାଲିଗୁଡାବାସୀ ବେଶ ଉତ୍ସାହିତ ହୋଇପଡିଥିବା ଦେଖାଯାଇଛି l
Sign in
Sign in
Recover your password.
A password will be e-mailed to you.
Next Post