xmas

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କଲା ପୁଲିସ

ମାଲକାନଗିରି,୧୧/୧୧: ମାଲକାନଗିରି ସଦର ମହକୁମା ନିକଟସ୍ଥ ଗୌଡଗୁଡା ଛକ ନିକଟରେ ଜଣେ ଯୁବକକୁ କେହି ଦୁବୃର୍ତ୍ତ ମରଣାନ୍ତକ ଆକ୍ରମଣ କରି ଫିଙ୍ଗି ଦେଇ ଚାଲିଯାଇଛନ୍ତି। ଏନେଇ ସ୍ଥାନୀୟ ଲୋକେ ଦେଖିବା ପରେ ମାଲକାନଗିରି ପୁଲିସକୁ ଖବର ଦେଇଥିଲେ।ଆଇଆଇସି ରିଗାନ କିଣ୍ଡୋଙ୍କ ନେତୃତ୍ବରେ ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ପଡି ରହିଥିବା ଯୁବକକୁ ଉଦ୍ଧାର କରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଯୁବକ ଜଣକ ସ୍ଥାନୀୟ ଏଜୁକେସନାଲ କଲୋନୀର ଶ୍ରୀମନ୍ତ ବରାଳ (୨୬) ବୋଲି ଜଣାପଡିଛି। ତେବେ କିଏ ତାଂକୁ ଆକ୍ରମଣ କରି ଏଭଳି ଗୁରୁତର ଅବସ୍ଥାରେ ଫିଙ୍ଗି ଚାଲିଯାଇଛନ୍ତି ସେନେଇ ପରିବାର ଲୋକେ ମଧ୍ୟ କିଛି ଜାଣିନଥିବା କହିଛନ୍ତି। ପୁଲିସ ଶ୍ରୀମନ୍ତଙ୍କୁ ଆକ୍ରମଣ ନେଇ ତଦନ୍ତ କରୁଥିବା ଜଣାପଡିଛି। ମେଡିକାଲରେ ଶ୍ରୀମନ୍ତଙ୍କ ଚିକିତ୍ସା ଚାଲିଛି। ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ଆକ୍ରମଣ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।

Leave A Reply

Your email address will not be published.