କୋଟପାଡ଼ ପ୍ରିମିୟର ଲିଗ୍ ମ୍ୟାଚରେ ଗୁଜରାଟ ଓ ରାଜସ୍ଥାନ ଟିମ୍ ବିଜୟୀ

କୋଟପାଡ଼: ଆଜି ଟୁର୍ନାମେଣ୍ଟର ତୃତୀୟ ଦିବସରେ ଏକ ତରଫିଆ ମ୍ୟାଚ୍ରେ ଗୁଜରାଟ ଦିଲ୍ଲୀକୁ ଏବଂ ରାଜସ୍ଥାନ ବାଙ୍ଗାଲୋରକୁ ଉଭୟ ୧୦ ୱିକେଟରେ ପରାସ୍ତ କରିଛନ୍ତି । ଗୁଜରାଟର ଅନିଲ ଓ ରାଜସ୍ଥାନର ରଞ୍ଜୁ ଉଭୟ ଅର୍ଦ୍ଧଶତକ କରି ନିଜ ନିଜ ଟିମ୍କୁ ବିଜୟୀ କରିଛନ୍ତି । ବିଜୟୀ ଦଳକୁ କୋଟପାଡ ନଗରପାଳ ଏମ ଶଙ୍କର ରାଓ ବିଜୟୀ ଦଳର ଖେଳାଳିଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ପ୍ରଦାନ କରିଛନ୍ତି । ଆଜିର ଏହି ମ୍ୟାଚ୍ରେ କୋଟପାଡ ଓକିଲ ସଂଘର ସଭାପତି ମଣି ପ୍ରସାଦ ପଟ୍ଟନାୟକ, ଟାଉନ କ୍ରିକେଟ ସଭାପତି ଅରିଫ୍ ପଟେଲ, ସମ୍ପାଦକ ଶଙ୍କର ପଣ୍ଡା, ବିଜୟ ତ୍ରିପାଠୀ, ଏମ ଡି ଆଶିଫ, ହେମନ୍ତ ଦଳେଇ, ଗୁପ୍ତ ବେହେରା, ମୁମ୍ବାଇ ଇଣ୍ଡିଆନଏସର କେପିଲ୍ ମାଲିକ ନବୀନ ବିଶୋଇ, ରାଜୁ ବାବୁ, ରାମୁ ବାବୁ ଓ ସମସ୍ତ ଯୁବ ଖେଳାଳି ଉପସ୍ଥିତ ରହି ମ୍ୟାଚ୍କୁ ସୁରୁଖୁରୁରେ ସମାପ୍ତ କରିବାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.