xmas

ଫୁଲବାଣୀରେ ଆଜିଠୁ ୬୯ତମ ସମବାୟ ସପ୍ତାହ ପାଳିତ

ଫୁଲବାଣୀ, ୧୪/୧୧: ଆଜିଠୁ ୬୯ ତମ ସମବାୟ ସପ୍ତାହ ଆରମ୍ଭ ହୋଇଛି l ଆସନ୍ତା ୨୦ ଯାଏ ଏହି ସପ୍ତାହ ପାଳିତ ହେବ l ଏହି ଅବସରରେ ସୋମବାର ଫୁଲବାଣୀ ସ୍ଥିତ ପ୍ରାଣୀ ବିଭାଗ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ପଲଟ୍ରି କୋପରେଟିଭ ସୋସାଇଟି ପକ୍ଷରୁ ସମବାୟ ପତାକା ଉତ୍ତୋଳନ କରାଯାଇଥିଲା l ଏହି ଅବସରରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଅଧିକାରୀ ଡା. ଅଶୋକ କୁମାର ତ୍ରିପାଠୀ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ସମବାୟ ସଂସ୍ଥା ଗୁଡିକ ଯେପରି କ୍ରିୟାଶୀଳ ହେବା ସହ ଲାଭବାନ ହୋଇ ପାରିବେ ସେଥି ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି କହିଥିଲେ l ଜିଲ୍ଲାରେ ଥିବା କୁକୁଡ଼ା, ଛେଳି, ଖିର ସୋସାଇଟି ଗୁଡିକ ଯେପରି ପୂନରୁଦ୍ଧlର ଦିଗରେ ଦୃଷ୍ଟି ଦେବେ ବୋଲି କହିଥିଲେ l ଏଥି ପାଇଁ ସମସ୍ତଙ୍କ ଆନ୍ତରିକ ସହଯୋଗ କାମନା କରିଥିଲେ ସେ l ଇନସ୍ପେକ୍ଟର ଆର କେ ବେହେରା ଦିବସର ଲକ୍ଷ୍ୟ ଓ ଆଭିମୁଖ୍ୟ ସହ ସରକାରଙ୍କ ଯୋଜନା ସମ୍ପର୍କରେ କହିଥିଲେ l ସୋସାଇଟି ସମ୍ପାଦକ ଅଶୋକ ପରିଡା ସ୍ଵାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଡାକ୍ତର ଅଳକା ପଟନାୟକ, ନିର୍ଦେଶକ ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ, ସନ୍ତୋଷ ଡିଗାଲ, ପ୍ରଶାନ୍ତ ବେହେରା, ସମାଜସେବୀ ତଥା ନିର୍ଦେଶକ ମହମଦ ଜିଆଉଦିନ, ସନ୍ତୋଷ ନାୟକ, ଶିବରାମ ନାୟକ, ସୁଧୀର ମହାରଣା ଓ ବିଭାଗର ବହୁ କର୍ମଚାରୀ ଯୋଗ ଦେଇଥିଲେ

Leave A Reply

Your email address will not be published.