xmas

ଫୋଟ ଏକ୍ସପୋ ୨୦୨୨: କନ୍ଧମାଳ ବରିଷ୍ଠ ଫୋଟଗ୍ରାଫର ସମ୍ବର୍ଦ୍ଧିତ

ଫୁଲବାଣୀ, ୧୪/୧୧: ରାଜଧାନୀ ଭୁବେନଶ୍ୱରରେ ଅନୁଷ୍ଠିତ ଫୋଟ ଏକ୍ସପୋ ୨୦୨୨ ପାଓ ପକ୍ଷରୁ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଂଚଳ ର ବରିଷ୍ଠ ଫୋଟଗ୍ରାଫର ଶଶିଭୂଷଣ ଜେନାଙ୍କୁ ଉଦଯାପନୀ ଉତ୍ସବରେ ଲାଇଫ ଟାଇମ ଆଚିଭମେଣ୍ଟରେ ସମ୍ମlନିତ କରାଯାଇଥିଲା l ପୁରସ୍କାର ପାଇବା ପରେ ଶ୍ରୀ ଜେନା ବେଶ ଖୁସି ବ୍ୟକ୍ତ କରିବା ସହ ଆୟୋଜକଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ l ପାଓ କନ୍ଧମାଳର ସଭାପତି ରାଜେଶ ପାଣିଗ୍ରାହୀ ଏବଂ ଆବାହକ ଗୋପାଳ ପାତ୍ର, ସିପୁନ ବେହେରା, ରାମକୃଷ୍ଣ ପଣ୍ଡା, ଅସିତ ବେହେରା, ରାଜା ବେହେରା, ସନ୍ତୋଷ ଦଳାଇ, ସୁମିତ ବିନ୍ଧାଣି, ରାକେଶ ପାଢ଼ୀ, ଅଜିତ କୁମାର ମିଶ୍ର, ଆରିଆ ଆଚlରୀ, ରାଜୁ ଶତପଥି, ଆଲୋକ ଦିଗାଲ, ବାଦଲ ବଗର୍ତି ଯୋଗ ଦେଇଥିଲେ l ଆଗାମୀ ଦିନରେ ପାଓ କନ୍ଧମାଳକୁ ସୋନୀ, ନିକୋନ, କ୍ୟାନନ, ଫୁଜି କମ୍ପାନୀ ପକ୍ଷରୁ ପାଓ କନ୍ଧମାଳ ଶାଖାର ସମସ୍ତ ସଦସ୍ୟଙ୍କୁ କ୍ୟାମେରା ଉପରେ ତାଲିମ ଦିଆଯିବ ବୋଲି ରାଜ୍ୟ ସଭାପତି ବୀରେନ୍ଦ୍ର ପଟନାୟକ ସୂଚନା ଦେଇଛନ୍ତି l

Leave A Reply

Your email address will not be published.