mobile header

ଆନ୍ତରାଜ୍ୟ ଫୁଟବଲ ଟୁର୍ନାମେଣ୍ଟ ଜିଲ୍ଲାପାଳଙ୍କ ଦ୍ୱାରା ଉଦଘାଟିତ

ମାଲକାନଗିରି,୧୫।୧୧ (S.N. PANDA) : ମାଲକାନଗିରି ଜିଲ୍ଲା ସଦର ମହକୁମା ଷ୍ଟାଡିୟମ ପରିସରରେ ଆଜି ରାଜେନ୍ଦ୍ର ହିଆଲ ମେମୋରିଆଲ ଆନ୍ତରାଜ୍ୟ ଫୁଟବୋଲ ଟୁର୍ଣାମେଣ୍ଟକୁ ଜିଲ୍ଲାପାଳ ବିଶାଳ ସିଂ ଉଦଘାଟନ କରିଛନ୍ତିା ଏହି ଫୁଟବୋଲ ଟୁର୍ନାମେଣ୍ଟରେ ମୋଟ ୧୨ ଗୋଟି ଦଳ ଭାଗ ନେଇଛନ୍ତିା ଓଡିଶା ସହ ଛତିଶଗଡ, ଆନ୍ଦ୍ର, କେରଳ ରାଜ୍ୟର ଫୁଟବଲ ଦଳ ମା୍‌ନେ ଅଂଶଗ୍ରହଣ କରିଛନ୍ତିା ଆସନ୍ତା ୨୫ ତାରିଖ ଦିନ ଏହାର ଫାଇନାଲ ମ୍ୟାଚ ହେବାକୁ ଥିବା ବେଳେ ବିଜେତାଙ୍କୁ ୫୧ ହଜାର ଟଙ୍କା ସହ ଟ୍ରଫି ଓ ରନରକୁ ୩୩ ହଜାର ସହ ଟ୍ରଫି ପ୍ରଦାନ କରାଯିବା ଆଜିର ପ୍ରଥମ ଦିନରେ ଛତିଶଗଡର କୋଂଟା ସହ ନବରଙ୍ଗପୁର ରାଇଘରର ଟିମ ସହ ଖେଳ ଅନୁଷ୍ଠିତ ହୋଇଥିଲ।। ତେବେ ୩-୧ ଗୋଲରେ ରାଇଘର ବିଜୟୀ ହୋଇଥିଲ।।

Leave A Reply

Your email address will not be published.