mobile header

ମା ଦନ୍ତେଶ୍ଵରି ଯୁବକ ସଂଘ ପକ୍ଷରୁ ଭାଗ୍ୟଲକ୍ଷ୍ମୀ ବିଶୋଇ ମେମୋରିଆଲ ଫୁଟବଲ ପ୍ରତିଯୋଗିତାର ଶୁଭାରମ୍ଭ

କୋଟପାଡ: ଆଜି କୋଟପାଡ ବ୍ଲକ୍ ଅନ୍ତର୍ଗତ ବତାସନା ଗ୍ରାମରେ ଭାଗ୍ୟଲକ୍ଷ୍ମୀ ବିଶୋଇ ମେମୋରିଆଲ ଫୁଟବଲ ପ୍ରତିଯୋଗିତା ଆରମ୍ଭ ହୋଇଛି ।ଏଥିରେ କୋଟପାଡ ନିର୍ବାଚନ ମଣ୍ଡଳୀ କଂଗ୍ରେସ ସଭାପତି ନବୀନ ବିଶୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଏହି ପ୍ରତିଯୋଗିତା ପ୍ରାୟ ୧୫ ଦିନ ଯାଏଁ ଚାଲିବ । ବତାସନା ସରପଞ୍ଚ ପାର୍ବତୀ ଅମନାତ୍ୟ, ସମିତି ସଭ୍ୟ ପଦ୍ମା ନାୟକ, ବତାସନା ପଞ୍ଚାୟତ କଂଗ୍ରେସ ଉପ ସଭାପତି ଲାଲମୋହନ ସିଂ ଦେଓ, କୁମାର ଲାଲ୍ ବିଶୋଇ, ରଞ୍ଜନ ବିଶୋଇ, ମହେନ୍ଦ୍ର ବିଶୋଇ ପ୍ରମୁଖ ସହଯୋଗ କରିଥିଲେ। ଏହି ପ୍ରତିଯୋଗିତାରେ ୨୦ ଟି ଟିମ୍ ଅଂଶ ଗ୍ରହଣ କରିଛନ୍ତି ଓ ସୁଦୂର ଛତିଶଗଡ, ନବରଙ୍ଗପୁର, କୋରାପୁଟରୁ ଟିମ୍ ଗୁଡ଼ିକ ଭାଗ ନେଇଛନ୍ତି ।

Leave A Reply

Your email address will not be published.