xmas

ବିଶ୍ୱଶାନ୍ତି ପାଇଁ ଦେବ ଦୀପାବଳୀରେ ରାମ ମନ୍ଦିରଠାରେ ୨୦୦୦ ସାମୁହିକ ଦୀପଦାନ କରାଯିବ

ଭୁବନେଶ୍ୱର, ୧୭.୧୧: ପବିତ୍ର ଦେବ ଦୀପାବଳୀ ଉପଲକ୍ଷେ ଭୁବନେଶ୍ୱର ରାମ ମନ୍ଦିରରେ ବିଶ୍ୱର ପ୍ରତ୍ୟେକ ପ୍ରାଣୀର କଲ୍ୟାଣ ପାଇଁ ଓ ବିଶ୍ୱଶାନ୍ତି ପାଇଁ ଦୁଇ ହଜାର ଘିଅ ଦୀପ ପ୍ରଜ୍ଜଳିତ କରାଯିବ ।

ବୁଢା ମନ୍ଦିରଠାରେ ହାପି ଲିଭିଙ୍ଗ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଶିଷ୍ଟ ବିଦ୍ୱାନ, ସମାଜସେବୀ ଡ଼ଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଲେ ଯେ, ଆମ ସଂସ୍କୃତି ଓ ପରମ୍ପରାରେ ଶ୍ରୀମନ୍ଦିର ଓ ଶ୍ରୀ ଜଗନ୍ନାଥଙ୍କୁ ସମସ୍ତ କାର୍ଯ୍ୟରେ ସମ୍ପୃକ୍ତ କରାଯାଇଛି । ଦେବ ଦୀପାବଳୀ ଉତ୍ସବ ୩ ଦିନ ଧରି ଶ୍ରୀମନ୍ଦିରରେ ପାଳନ କରାଯାଇଥାଏ । ମାର୍ଗଶିର କୃଷ୍ଣ ଚତୁର୍ଦଶୀ, ଅମାବାସ୍ୟା ଓ ଶୁକ୍ଳ ପ୍ରତିପଦା ତିନିଦିନ ଧରି ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରାଦ୍ଧ ବେଶ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଚତୁର୍ଦଶୀ ଦିନ ମା, ଅଦିତି ଓ କଶ୍ୟପଙ୍କ ପ୍ରତି ପ୍ରଦୀପ ଉତ୍ସର୍ଗ କରାଯାଉଥିବା ବେଳେ ଅମାବାସ୍ୟା ଦିନ ଦଶରଥ, କୌଶଲ୍ୟା ଓ ଶୁକ୍ଳ, ପ୍ରତିପଦାରେ ନନ୍ଦ, ଯଶୋଦା, ଦେବକୀ, ବାସୁଦେବ ଓ ଇନ୍ଦ୍ରଦ୍ୟୁମ୍ମ ଗୁଣ୍ଡିଚା ମା’ଙ୍କ ପ୍ରତି ପ୍ରଦୀପ ଉତ୍ସର୍ଗ କରାଯିବାର ପରମ୍ପରା ଚଳି ଆସୁଛି । ସେହି ପବିତ୍ର କାର୍ଯ୍ୟକ୍ରମକୁ ସ୍ମରଣ କରି ଗତ ୫ ବର୍ଷ ହେବ ହାପି ଲିଭିଙ୍ଗ ଫାଉଣ୍ଡେସନ ପକ୍ଷରୁ ବିଶ୍ୱଶାନ୍ତି ପାଇଁ ତଥା ବିଶ୍ୱର ପ୍ରତ୍ୟେକ ପ୍ରାଣୀର କଲ୍ୟାଣ ପାଇଁ ଦୀପ ଦାନ କରାଯାଉଅଛି । ଚଳିତବର୍ଷ ଏହି କାର୍ଯ୍ୟକୁ ବ୍ୟାପକ କରିବା ପାଇଁ ଆସନ୍ତା ନଭେମ୍ବର ୨୩ ତାରିଖ ବୁଧବାର ସନ୍ଧ୍ୟା ୬ ଘଟିକା ସମୟରେ ୟୁନିଟ-୩ ଶ୍ରୀରାମ ମନ୍ଦିର ପରିସରେ ୨୦୦୦ ଘୃତ ଦୀପ ପ୍ରଜ୍ଵଳିତ କରାଯିବ।

ଅନୁଷ୍ଠାନର ଅଧ୍ୟକ୍ଷ ଵାସ୍ତୁବିତ ଡ଼ଃ ମନୋଜ ଲେଙ୍କା କହିଲେ ଯେ, ଏହି ଦିନ ପରିବାର ମଙ୍ଗଳ ପାଇଁ ପ୍ରତ୍ୟେକ ଗୃହସ୍ଥ ନିଜର ପିତାମାତାଙ୍କ ଉଦେଶ୍ୟରେ ମଧ୍ୟ ଘୃତ ଦୀପଟିଏ ଜାଳିଲେ ମାନସିକ ଶାନ୍ତି ପାଇବା ସହ ପରିବାର ମଙ୍ଗଳ ହେବ । ପ୍ରୟାସର ସଭାପତି ଆଡ଼ଭୋକେଟ ବନ ମହାନ୍ତି ଏହି ମହତ କାର୍ଯ୍ୟକ୍ରମ ବିପୁଳ ସଂଖ୍ୟାରେ ଯୋଗଦେଇ ପୁର୍ଣ୍ୟ ଅର୍ଜନ କରିବାକୁ ନିବେଦନ କରିଥିଲେ । ବୁଦ୍ଧ ମନ୍ଦିର ସମ୍ପାଦକ ଡ଼ଃ ସୌରେନ୍ଦ୍ର କୁମାର ମହାପାତ୍ର କହିଥିଲେ ଯେ, ଏହି କାର୍ଯ୍ୟକ୍ରମରେ ବହୁ ସାଧୁସନ୍ତଙ୍କ ସହ ନାସାର ବୈଜ୍ଞାନିକ ଡ଼ଃ ଓମ ପ୍ରକାଶ ପାଣ୍ଡେ ଯୋଗ ଦେବେ, ସେ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ ।

Leave A Reply

Your email address will not be published.