xmas

ନିଆରା ଢଙ୍ଗରେ ଫିରିଙ୍ଗିଆ ଥାନା ଅଧିକାରୀଙ୍କୁ ଅଞ୍ଚଳବାସୀ ଦେଲେ ବିଦାୟ ସମ୍ବର୍ଦ୍ଧନା

କନ୍ଧମାଳ, ୧୭/୧୧: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାରେ ଗତ ୨୦୧୯ ମସିହାରୁରୁ କାର୍ଯ୍ୟରତ ଥିବା ଥାନା ଅଧିକାରୀ ପି ଶ୍ୟାମ ସୁନ୍ଦର ରାଓଙ୍କ ବଦଳି ହେବା ପରେ ତାଙ୍କୁ ଅଞ୍ଚଳବାସୀ ଏକ ନିଆରା ଢଙ୍ଗରେ ବିଦାୟ ସମ୍ବର୍ଦ୍ଧନା ଦେଇଛନ୍ତି I ଫିରିଙ୍ଗିଆ ଥାନା ଅଞ୍ଚଳର ଶତାଧିକ ପୁରୁଷ ମହିଳା ସମେତ ଅଞ୍ଚଳର ବିଜେପି ନେତା ତଥା ଟିମ୍ ହ୍ୟୁମାନିଟି ସଦସ୍ୟ ସଞ୍ଜୟ ଦିଗାଲ ,ଜିଲ୍ଲା କଳାକାର ସଂଘର ଉପ ସଭାପତି ଅକ୍ଷୟ କର୍ଣ୍ଣ, ବଣିକ ସଙ୍ଘ ସମ୍ପାଦକ ବାଳକୃଷ୍ଣ ଯୁଣ୍ଡି, ସଭାପତି ରାଜକିଶୋର ସାହୁ, ନଈରୁତ ଡିଗାଲଙ୍କ ସହ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ବିଦାୟୀ ସମ୍ବର୍ଦ୍ଧନାରେ ସାମିଲ୍ ହୋଇ ପ୍ରଥମେ ଫିରିଙ୍ଗିଆ ଥାନାକୁ ଯାଇ ବିଭିନ୍ନ ପାରମ୍ପାରିକ ବାଦ୍ୟ ଢୋଲ ମହୁରୀ ସହ ଖୋଳ ତାଳ ଧରି ବଜାର ପରିକ୍ରମା କରିଥିଲେ ଓ ପରେ ଫିରିଙ୍ଗିଆ ବ୍ଲକ ଛକରେ ଭାବ ବିହୋଳ ପରିବେଶ ମଧ୍ୟରେ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ l ଗତ ୨୦୧୯ ମସିହା ଠାରୁ ଫିରିଙ୍ଗିଆ ଥାନରେ ଯୋଗ ଦେବା ପରେ ଶ୍ରୀ ରାଓ ଫିରିଙ୍ଗିଆ ଅଞ୍ଚଳରେ ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ସୁରୁଖୁରୁରେ ସମାଧାନ କରିବା ସହ ଜନସାଧାରଣଙ୍କ ସମସ୍ୟାରେ ତାଙ୍କ ପାଖରେ ପହଞ୍ଚି ସୁଖ ଦୁଃଖରେ ସାଥୀ ହୋଇ ସାହାଯ୍ୟ ସହଯୋଗ କରିଆସୁଥିଲେ l ଶ୍ରୀ ରାଓ ତାଙ୍କ କାର୍ଯ୍ୟ କାଳ ସମୟରେ ଅଞ୍ଚଳରେ ଘଟିଥିବା ଚୋରି ଡକାୟତି ହତ୍ୟା ଭଳି ଅସମ୍ଭବ କାର୍ଯ୍ୟକୁ ମଧ୍ୟ କମ ସମୟ ମଧ୍ୟରେ ସମାଧାନ କରିବା ସହ ଅଭିଯୁକ୍ତ ମାନଙ୍କୁ ଧରି ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ କରି ବେଶ ପ୍ରିୟ ଭାଜନ ହୋଇପାରିଥିଲେ l କେବଳ ଏତିକି ନୁହେଁ ବିଭିନ୍ନ ସମୟରେ ଅସହାୟଙ୍କୁ ଅର୍ଥ ସାହାଯ୍ୟ କରିବା ସହ ମେଡିକାଲ୍ରେ ଚିକିତ୍ସା ହେଉ କିମ୍ୱା ଶବ ମେଡିକାଲରୁ ନେବା ପାଈ ମଧ୍ୟ ବିଭିନ୍ନ ସମୟରେ ଅସହାୟ ମାନଙ୍କ ପ୍ରତି ସହାୟତା କରିଥିଲେ I ଅନ୍ୟ ପଟେ କୋଭିଡ ଭଳି ମହାମାରୀ ସମୟରେ ଫିରିଙ୍ଗିଆ ଅଞ୍ଚଳର ଜନ ସାଧାରଣ ମାନଙ୍କ ସୁରକ୍ଷା ପାଇଁ ବ୍ୟାପକ ପଦକ୍ଷେପ ନେବା ସହ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରି ଜିଲ୍ଲାରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ I ଅଞ୍ଚଳରୁ ବେଆଇନ ଗଞ୍ଜାଇ ଚୋରା ଚାଲାଣ, ମାଓ ମୁକାବିଲା ତାଙ୍କ କାର୍ଯ୍ୟଦକ୍ଷତା ପାଇଁ ଡିଜି ଡିସ୍କ ପୁରସ୍କାରରେ ମଧ୍ୟ ପୁରସ୍କୃତ ହୋଇ ଜିଲ୍ଲାକୁ ଗୌରାବାନ୍ୱିତ କରିଥିଲେ I ସେ ଜଣେ ମିଷ୍ଟ ଭାସି ଓ ସରଳ ଅମାୟିକ ବ୍ୟକ୍ତିତ୍ୱ ହୋଇ ଥିବାରୁ ଫିରିଙ୍ଗିଆ ଅଂଚଳର ସମସ୍ତ ଜନସାଧାରଣଙ୍କ ପ୍ରିୟ ଭାଜନ ହୋଇ ପାରିଥିଲେ I ତେବେ ତାଙ୍କ ବିଦାୟୀ ସମ୍ବର୍ଦ୍ଧନା ଅବସରରେ କିଛି ସାଧାରଣ ଜନତାଙ୍କ ଆଖିରୁ ଲୁହ ଝରିଥିବା ଦେଖିବାକୁ ମିଳିଥିଲା ବେଳେ ନିଜେ ଶ୍ରୀ ରାଓ ମଧ୍ୟ ଭାବ ବିହୋଳ ହୋଇ ପଡ଼ିଥିଲେ l ଏହି ଘଟଣା ଫିରିଙ୍ଗିଆ ଅଞ୍ଚଳରେ ପ୍ରଥମ ହୋଇଥିବା ବେଳେ ରାଓଙ୍କ କାର୍ଯ୍ୟ ସବୁଦିନ ମନେରହିବ ବୋଲି ବରିଷ୍ଠ ବ୍ୟକ୍ତି ଓ ବୁଦ୍ଧିଜୀବୀ ମାନେ କହିଥିଲେ l ଅନ୍ୟ ପଟେ ଫିରିଙ୍ଗିଆ ସହରର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ମହାକାଳ ଓ ବିପଦରେ ବନ୍ଧୁ ଟିମ ସହ ବିଭିନ୍ନ ସଙ୍ଗଠନ, ଗୃହ ରଖି ଓ ଅନ୍ୟମାନେ ମଧ୍ୟପୂର୍ବତନ ଥାନା ଅଧିକାରୀ ଶ୍ରୀ ରାଓଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ l

Leave A Reply

Your email address will not be published.