ବିଦ୍ୟୁତ ଉପଭୋକ୍ତା ସଙ୍ଘ ଦ୍ୱାରା ଟାଟା ପାୱାରର ଅଧିକାରୀ ସହ ବିଦ୍ୟୁତ ସମସ୍ୟା ନେଇ ଆଲୋଚନା

ବରଗଡ଼: ବରଗଡ ଜିଲ୍ଲା ବିଦ୍ୟୁତ ଉପଭୋକ୍ତା ସଙ୍ଘର କର୍ମକର୍ତ୍ତା ଓ ସଦସ୍ୟ ମାନଙ୍କ ଏକ ପ୍ରତିନିଧି ଦଳ ସମ୍ପାଦକ ସରଦାର ପ୍ରୀତମ ସିଂଙ୍କ ନେତୃତ୍ବରେ ବିଦ୍ୟୁତ ବିଭାଗ ଅଧିକାରୀ(S. D.O) ଶ୍ରୀ ରଶ୍ମି ରଂଜନ ଜେନାଙ୍କୁ ସାକ୍ଷାତ କରିଥିଲେ। ଏହି ବୈଠକରେ ସହରର ବିଭିନ୍ନ ସ୍ଥାନରେ ହେଉଥିବା ବାରମ୍ବାର ବିଜୁଳି ବିଭ୍ରାଟ, ରାସ୍ତା କଡରେ ଥିବା ପୋଲ ଗୁଡ଼ିକୁ ହଟାଇବା,ପୁରଣା ତାର ଗୁଡ଼ିକ ବଦଳାଇବା ଓ ଅନ୍ୟାନ୍ୟ ସମସ୍ୟା ଗୁଡିକ ଉପରେ ଆଲୋଚନା ହୋଇଥିଲା।ଆସନ୍ତା ଫେବୃଆରୀ ୨୦୨୩ ସୁଦ୍ଧା ସମସ୍ତ ସମସ୍ତ ସମସ୍ୟାର ସମାଧାନ କରିବା ପାଇଁ ଏସ.ଡି. ଓ. ଶ୍ରୀ ଜେନା ପ୍ରତିଶ୍ରୁତି ଦେଇଥିଲେ।ନିର୍ଦ୍ଧାରିତ ସମୟ ଭିତରେ ଯଦି ବିଦ୍ୟୁତ ସମ୍ପର୍କିତ ସମସ୍ୟା ଗୁଡିକର ସମାଧାନ ନ ହୁଏ ତା ହେଲେ ସଂଘ ବରଗଡର ଜନସାଧାରଣଙ୍କ ସହ ଆନ୍ଦୋଳନ କରିବାକୁ ବାଧ୍ୟ ହେବ ବୋଲି ଚେତାବନୀ ଦେଇଥିଲେ। ପ୍ରତିନିଧି ଦଳରେ ଉପସଭାପତି ବିଷ୍ଣୁ ଚରଣ ଦାଶ, କମଳ ଯୋଶୀ, ବରିଷ୍ଠ ସଦସ୍ୟ କୃଷ୍ଣଚନ୍ଦ୍ର ପଣ୍ଡା, ଲିପସିତ ମିଶ୍ର, ପ୍ରତୁଲ ଚନ୍ଦ୍ର ତ୍ରିପାଠୀ, ଅଭିଜିତ ପ୍ରତିହାର, ରାଧାରାଣୀ ମିଶ୍ର, ଶ୍ରୀମତୀ ପ୍ରିତି ଗୁରୁ, ଇନ୍ଦ୍ରାଣୀ ଶତପଥୀ, ଜୟଗିତା ପଣ୍ଡା, ଶ୍ରୀ ନବକୃଷ୍ଣ ମିଶ୍ର, ଶ୍ରୀ ଅଶୋକ ସାହୁ ଉପସ୍ଥିତ ରହି ଚର୍ଚ୍ଚାରେ ଅଂଶଗ୍ରହଣ କରିଥିଲେ।

Leave A Reply

Your email address will not be published.