xmas

୧୭ ଦଫା ଦାବି ପୂରଣ ନେଇ ଜୋରଦାର ଆନ୍ଦୋଳନ କରିବ କୁଇ ସମାଜ

ଫୁଲବାଣୀ, ୧୮/୧୧: ୧୭ ଦଫା ଦାବି ପୂରଣ ନେଇ କୁଇ ସମାଜ ସେବା ସମିତି ପକ୍ଷରୁ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ କୁଇ ସମାଜ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଦାବି ମଧ୍ୟରେ ରହିଛି ଜଙ୍ଗଲ ଜମି ପଟ୍ଟା, ମେଡିକାଲ କଲେଜକୁ ସ୍ଥାନୀୟ ଆଦିବାସୀ ନେତାଙ୍କ ନାମରେ ନାମିତ କରିବା, ଵିଇଡି କଲେଜ ବନ୍ଦ ନକରି ଚାଲୁ ରଖିବା ଫୁଲବାଣୀ ଦୈନିକ ହାଟକୁ ଜବରଦଖଲ ଉଛେଦ କରି ଆଦିବାସୀଙ୍କୁ ହସ୍ତାନ୍ତର କରିବା ସହ ଏଭଳି ୧୭ଟି ଦାବି ମହାମହିମ ରାଷ୍ଟ୍ରଷ୍ପତି ଓ ମୁଖ୍ୟମନ୍ତ୍ରୀ ନିକଟକୁ ଜିଲ୍ଲା ପ୍ରଶାସନଙ୍କ ଜରିଆରେ ଦେଇଛନ୍ତି। ଏହା ସହିତ ଆଗାମୀ ୨୯ ତାରିଖରେ ଆଦିବାସୀ ଦିବସକୁ ଫୁଲବାଣୀ ଠାରେ ଜୋରଦାର ପାଳନ କରାଯିବ ସହ ଏହି ଦାବିକୁ ଜୋରଦାର କରାଯିବ ବୋଲି କୁଇ ସମାଜ ସେବା ସମିତି ଉପସଭାପତି ରମାକାନ୍ତ ପ୍ରଧାନ, ଅବନୀ କହଁର, ପଞ୍ଚାନନ କହଁର ପ୍ରମୁଖ କହିଛନ୍ତି l କନ୍ଧମାଳ ଜିଲ୍ଲାର ସାମୁହିକ ସ୍ୱାର୍ଥ ପାଇଁ କୁଇ ସମାଜ ସେବା ସମିତ ଲଢେଇ ଜାରି ରଖିବ ବୋଲି କହିଛି ୧୭ ଦଫା ଦାବି ପୂରଣ ନେଇ ଜୋରଦାର ଆନ୍ଦୋଳନ କରିବ କୁଇ ସମାଜ l

Leave A Reply

Your email address will not be published.