xmas

୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଲାଞ୍ଚୁଆ ଲାଇନମ୍ୟାନ ଗିରଫ

ଫୁଲବାଣୀ, ୧୮/୧୧: ଶୁକ୍ରବାର ଟିକାବାଲି ବ୍ଲକ ଟିପିଏସଓ ଡିଏଲର ଲାଇନ ମ୍ୟାନ କାଳୁଚରଣ ପଲାଇ ନୂତନ ବିଦ୍ୟୁତ ସଂଯୋଗ ଦେବା ପାଇଁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ବିଭାଗ ଅଧିକାରୀ ମାନେ ଘଟଣାସ୍ଥଳରେ ଟଙ୍କା ଜବତ କରିବା ସହ ଗିରଫ କରିଥିଲେ l ଲାଇନମ୍ୟାନ ପଲାଇ ଟିକାବାଲି ବ୍ଲକର ଛତିଝର ଗ୍ରାମର ରୀଙ୍କୁ ଭୁକ୍ତା ନାମକ ଜଣଙ୍କ ଠାରୁ ନୂତନ ବିଦ୍ୟୁତ ସଂଯୋଗ କରାଇ ଦେବା ଲାଗି ଆଜି ରିଙ୍କୁଙ୍କ କିରାନା ଦୋକାନକୁ ଯାଇ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ସେଠାରେ ଲୁଚି କରି ରହିଥିବା ଭିଜିଲାନ୍ସ ଅଧିକାରୀ ମାନେ ମାଡ଼ି ବସିଥିଲେ l ଏ ସମ୍ପର୍କରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯିବା ସହ ଅଧିକ ତଦନ୍ତ ଜାରି ରହିଥିବ ବୋଲି ଫୁଲବାଣୀ ଭିଜିଲାନ୍ସ ଡିଏସପି ଅରୁଣ କୁମାର ନାୟକ କହିଛନ୍ତି l ଭିଜିଲାନ୍ସ ଡ଼ିଏସପି ଭାବେ ଅରୁଣ ଦାୟିତ୍ୱ ଗ୍ରହଣ କରିବାର କମ ଦିନ ମଧ୍ୟରେ ନିଜର ନିଷ୍ଠା, ଆନ୍ତରିକତା ଓ କାର୍ଯ୍ୟ ଦକ୍ଷତା ବଳରେ ଜିଲ୍ଲାରେ ଅନେକ ଭିଜିଲାନ୍ସ ମାମଲା ହୋଇଛି, ଫଳରେ ଦୁର୍ନୀତିକୁ କେତେକାଂଶରେ ରୋକିବାରେ ସଫଳ ହୋଇଛନ୍ତି ସେ l

Leave A Reply

Your email address will not be published.