xmas

ଜିଲ୍ଲାପାଳଙ୍କ ପେନସିଲ ଆର୍ଟ କରି ଆୟୁଷ୍ମାନ ପ୍ରଶଂସିତ

ଫୁଲବାଣୀ, ୧୯/୧୧: କନ୍ଧମାଳ ଜିଲ୍ଲାପାଳ ପାଟିଲ ଆଶିଷ ଈଶ୍ୱର ଓ ତାଙ୍କ ପତ୍ନୀଙ୍କ ସୁନ୍ଦର ଓ ନିଖୁଣ ଭାବେ ପେନସିଲ ଆର୍ଟରେ ଚିତ୍ର ଆଙ୍କି ବେଶ ପ୍ରଶଂସିତ ହୋଇଛନ୍ତି ଆୟୁଷ୍ମାନ ସୁବୁଦ୍ଧି l ଆୟୁଷ୍ମାନ ଓ ତାଙ୍କ ମାମୁଁ ଉମାଶଙ୍କର ମିଶି ଆଜି ଜିଲ୍ଲାପାଳ ପାଟିଲ ଆଶିଷ ଈଶ୍ୱରଙ୍କୁ କାର୍ଯ୍ୟାଳୟରେ ଭେଟି ଆଙ୍କିଥିବା ଏହି ଆର୍ଟ ପ୍ରଦାନ କରିଥିଲେ l ନିଜର ଓ ପତ୍ନୀଙ୍କ ଏହି ସୁନ୍ଦର ଆର୍ଟ ଦେଖି ଜିଲ୍ଲାପାଳ ପାଟିଲ ବେଶ ଖୁସିବ୍ୟକ୍ତ କରିବା ସହ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ ବୋଲି କହିଛନ୍ତି ଆୟୁଷ୍ମାନ l ଆୟୁଷ୍ମାନ ବର୍ତମାନ ଫୁଲବାଣୀ ସରକାରୀ ସ୍ବୟଂ ଶାଶିତ ମହାବିଦ୍ୟାଳୟରେ ଯୁକ୍ତ ୨ ରେ ପ୍ରଥମ ବର୍ଷ ଛାତ୍ର l ଆୟୁଷ୍ମାନଙ୍କ ବାପା ରବୀନ୍ଦ୍ର ସୁବୁଦ୍ଧି ଜଣେ ସୁନା ବ୍ୟବସାୟୀ ଅଟନ୍ତି l ଆୟୁଷ୍ମାନଙ୍କୁ ଚିତ୍ର ଆଙ୍କିବାରେ ବାପା ରବୀନ୍ଦ୍ର ଓ ମାମୁଁ ଉମାଶଙ୍କର ସର୍ବଦା ପ୍ରେରଣା ଯୋଗାଇ ଆସୁଥିଲେ ବୋଲି କହିଛନ୍ତି ଆୟୁଷ୍ମାନ l ଆୟୁଷ୍ମାନ ଗତ କିଛି ବର୍ଷ ହେଲା ଏଭଳି ଅନେକ ଚିତ୍ର କରି ସମସ୍ତଙ୍କ ପ୍ରଶଂସା ସାଉଣ୍ଟିଛନ୍ତି l

Leave A Reply

Your email address will not be published.