xmas

ଅଳିଆ ଆବର୍ଜନା ପକାଇବାକୁ ନେଇ ଗ୍ରାମବାସୀଙ୍କ ବିରୋଧ

ଫୁଲବାଣୀ, ୧୯/୧୧: ବାଲିଗୁଡା ଏନଏସି ନୂଆସାହିରେ ଏଣେତେଣେ ଅଳିଆ ଆବର୍ଜନା ପକାଇବାକୁ ନେଇ ନୂଆ ସାହିରେ ତୀବ୍ର ଅସନ୍ତୋଷ ଏବଂ ଉତ୍ତେଜନା ପ୍ରକାଶ ପାଇଛି l ନୂଆ ସାହିର ଅଧିବାସୀ ବର୍ଷ ବର୍ଷ ଧରି ପାରମ୍ପରିକ ଚାଷ କରି ଆସୁଥିବା ପଦର ଏବଂ ଗୋଚର ଜମିରେ ଏନଏସି କର୍ତ୍ତୃପକ୍ଷ ଅଳିଆ ଆବର୍ଜନା ପକାଉଥିବାରୁ ନୂଆ ସାହିର ତିନୋଟି ୱାର୍ଡ ୫, ୬ ,ଓ ୭ ନମ୍ବର ୱାର୍ଡବାସୀ ଏହାକୁ ତୀବ୍ର ବିରୋଧ କରୁଛନ୍ତି l ଏନେଇ ଗ୍ରାମ୍ୟ କମିଟିର ସଭାପତି ତଥା ଦୁର୍ନୀତି ବିରୋଧୀ ମଞ୍ଚର ଆବାହକ ଲଳିତ ପାତ୍ର, ଗ୍ରାମ୍ୟ କମିଟି ଉପ ସଭାପତି ଶିବରାମ ପ୍ରଧାନୀ ଦୁର୍ନୀତି ବିରୋଧୀ ମଞ୍ଚର ବରିଷ୍ଠ ସଦସ୍ୟ ଶୁକଦେବ ନାୟକ, ଗୋପବନ୍ଧୁ ବିଶୋଇ, ଜଳେନ୍ଦ୍ର ପାତ୍ର, ବିଭୀଷଣ ପାତ୍ର, ଧର୍ମେନ୍ଦ୍ର ପାତ୍ର ପ୍ରମୁଖ ଏନଏସି ଅଧକ୍ଷ ଗୋବିନ୍ଦକୁ ଭେଟି ଅଭିଯୋଗ କରିଛନ୍ତି l ତୁରନ୍ତ ଅଳିଆ ଆବର୍ଜନା ଉକ୍ତ ସ୍ଥାନରୁ ହଟାଇବା ସହିତ ଅଳିଆ ପକାଇବା ସ୍ଥାନ ଅତି ଶୀଘ୍ର ପରିବର୍ତ୍ତନ ପାଇଁ ଦାବି କରିଛନ୍ତି ନଚେତ ଆଗାମୀ ଦିନରେ ଦୁର୍ନୀତି ବିରୋଧୀ ମଞ୍ଚ ଓ ନୂଆ ସାହି ଗ୍ରାମବାସୀ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ଗ୍ରାମ୍ୟ କମିଟି ଉପ ସଭାପତି ଶିବରାମ ପ୍ରଧାନୀ ସମେତ ଗ୍ରାମବାସୀ l

Leave A Reply

Your email address will not be published.