ଫୁଲବାଣୀ, ୧୯/୧୧: ଶନିବାର କନ୍ଧମାଳ ଜିଲ୍ଲା ଟିକାବାଲି ସ୍ଥିତ ଏ ଏମ ସି ଏସ ମହାବିଦ୍ୟାଳୟରେ ଝାନ୍ସୀ ରାଣୀ ଲକ୍ଷ୍ମୀବାଇଙ୍କ ଜୟନ୍ତୀ ପାଳନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟତିଥି ଭାବେ ଶିବାଶିଷ ପଣ୍ଡା, ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟାପକ ଦୀନବନ୍ଧୁ ମହାନ୍ତି, ରାଜନୀତି ବିଭାଗର ଅଧ୍ୟାପକ ବନମାଳୀ ବେହେରା, ଇଂରାଜୀ ବିଭାଗର ଅଧ୍ୟାପକ ନରେନ୍ଦ୍ର ଦିଗାଲ, ଓଡ଼ିଆ ବିଭାଗର ଅଧ୍ୟାପକ ସୁଶ୍ରୀ ଚମ୍ପା ସୋରେନ ଉପସ୍ଥିତ ରହିଥିଲେ l ମୁଖ୍ୟ ଅତିଥି ଶିବାଶିଷ ପଣ୍ଡା ଆଜିର ସମାଜରେ ଲକ୍ଷ୍ମୀବାଇଙ୍କ ଭୂମିକା ଏବଂ ନାରୀ ସୁରକ୍ଷା ସହିତ ନାରୀ ସମାଜର ପ୍ରାଥମିକତା ବିଷୟରେ ଆଲୋଚନା କରିଥିଲେ l ସମ୍ମାନିତ ଅତିଥି ଦୀନବନ୍ଧୁ ମହାନ୍ତି ମହାବିଦ୍ୟାଳୟରେ ନାରୀଙ୍କ ସୁରକ୍ଷା ଉପରେ ଆଲୋକପାତ କରିଥିଲେ l ଶେଷରେ ଅଧ୍ୟାପକ ସୁଶ୍ରୀ ଚମ୍ପା ସୋରେନ ଧନ୍ୟବାଦ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବହୁ ଛାତ୍ର ଛାତ୍ରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ l
