xmas

ମାଲକାନଗିରିରେ ଓଡ଼ିଆ ବିଷୟ ବଙ୍ଗାଳୀ ଭାଷାରେ ଶିକ୍ଷାଦାନ ନେଇ ରାଜ୍ୟ ସରକାର ବିଧାନସଭାରେ ମିଥ୍ୟା ଉତର ରଖିବା ପରିତାପର ବିଷୟ : ଜିଲ୍ଲା ବିଜେପି ସଭାପତି

ମାଲକାନଗିରି, ୨୦।୧- ମାଲକାନଗିରି ଜିଲ୍ଲାରେ ଓଡ଼ିଆ ବିଷୟ ବଙ୍ଗାଳୀ ଭାଷାରେ ଶିକ୍ଷାଦାନ ନେଇ ରାଜ୍ୟ ସରକାର ବିଧାନସଭାରେ ମିଥ୍ୟା ଉତର ରଖଥିବା ପରିତାପର ବିଷୟ ବୋଲି ମାଲକାନଗିରି ଜିଲ୍ଲା ବିଜେପି ସଭାପତି ନିମାଇଁ ଚନ୍ଦ୍ର ପାଲ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ବଙ୍ଗାଳୀରେ ଓଡ଼ିଆ ବିଷୟ ପଢ଼ାଇବା ପାଇଁ କୌଣସି ନିର୍ଦ୍ଦେଶନାମା ଜାରୀ କରାଯାଇନଥିବା ବେଳେ କିଛି ନେତା ମୂଖ୍ୟମନ୍ତ୍ରୀଙ୍କୁ ଏଥିନେଇ ସମ୍ପର୍ଦ୍ଧନା ଜ୍ଞାପନ କରାଯାଇଥିବା ଗଣମାଧ୍ୟମରେ ପ୍ରକାଶିତ ହୋଇଛି । ସରକାର ସମ୍ପ୍ରଦାୟକୁ ଭୂଲ ତଥ୍ୟ ଦେଇ ପ୍ରଶଂସା ସାଉଁଟିବାରେ ବ୍ୟସ୍ତ ବୋଲି ବିଜେପି ଜିଲ୍ଲା ସଭାପତି ଶ୍ରୀ ପାଲ ଅଭିଯୋଗ କରିଛି । ତେବେ ଗତ ୨୦୧୯ ମସିହା ନଭେମ୍ବର ୨୦ ତାରିକରେ ସରକାର ମାଲକାନଗିରି ଜିଲ୍ଲା ବଙ୍ଗାଳୀ ଗ୍ରାମ ଗୁଡ଼ିକରେ ଅବସ୍ଥିତ ବିଦ୍ୟାଳୟରେ ବଙ୍ଗାଳୀ ଭାଷାରେ ଶିକ୍ଷାଦାନ କରାଯାଉଛି ବୋଲି ବିଦାନସଭାରେ ଭୁଲ ତଥ୍ୟ ଉପସ୍ତାପନ କରିଥିଲେ । ଆଗାମୀ ନିର୍ବାଚନରେ ବିଜେପି ସରକାର ଗଠନ କଲେ ବଙ୍ଗାଳୀ ଗ୍ରାମର ବିଦ୍ୟାଳୟଗୁଡ଼ିକରେ ବଙ୍ଗାଳୀ ଓ ଓଡ଼ିଆ ବିଷୟରେ ପାଠପଢ଼ା ଆରମ୍ଭ କରାଯିବ ବୋଳି ଜିଳ୍ଲା ସଭାପତି ଶ୍ରୀ ପାଲ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.