କାହା ସ୍ବାର୍ଥରେ ରଙ୍ଗ ବଦଳାଗଲା- କଂଗ୍ରେସ
ମାଲକାନଗିରି,୨୧/୧୧ ମାଲକାନଗିରି ଜିଲ୍ଲା ସଦର ମହକୁମାରେ ରହିଥିବା ଅନ୍ବେଷାର ଗୃହ ବର୍ତ୍ତମାନ ସମାପ୍ତ ହୋଇଥିବା ବେଳେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏହାକୁ ଉଦଘାଟନ କରିବେ ବୋଲି ଜଣାପଡିଛି। ତେବେ ଏହା ପୂର୍ବରୁ ଏହି ଅନ୍ବେଷା ଗୃହର ରଙ୍ଗ ଅର୍ଚୁଥ ଧଳା ରଙ୍ଗ ରହିଥିବା ବେଳେ ଏବେ ଉଦଘାଟନ ସମୟରେ ଏହି ରଙ୍ଗକୁ ବଦଳାଇ ଦିଆଯାଉଥିବା ଦେଖିବାକୁ ମିଳିଛି। ତେବେ ଅତି ତରବରିଆ ଭାବେ ରଙ୍ଗ ବଦଳାଯାଉଥିବାର ଦେଖିବା ପରେ କଂଗ୍ରେସର ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ର, ଜି.ଶ୍ରୀନିବାସ ରାଓ, ପ୍ରାଣକୃଷ୍ଣ ମଣ୍ଡଳ ପ୍ରମୁଖ ଅନ୍ବେଷାର ନୂତନ ଗୃହ ନିକଟରେ ପହଞ୍ଚି ଏହି ରଙ୍ଗ ବଦଳାଯାଉଥିବା ନେଇ ତଦନ୍ତ କରିଥିଲେ। କାହିଁକି ଅର୍ଚୁଥ ଧଳା ରଙ୍ଗକୁ ୫-ଟି ରଙ୍ଗରେ ରଙ୍ଗିତ କରାଯାଉଛି ବୋଲି ସେଠାରେ ଉପସ୍ଥିତ ଥିବା ଅଧିକାରୀଙ୍କୁ ପଚାରିଥିଲେ। ତେବେ ସେମାନେ ଠିକଠାକ ଉତ୍ତର ଦେଇନଥିବାରୁ କଂଗ୍ରେସ ତରଫରୁ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ଏଠାରେ ସୂଚନା ଯୋଗ୍ୟ ଯେ ଏହି ଅନ୍ବେଷା କୋଠାଘରକୁ ପ୍ରଥମେ ହାଇସିଂ ବୋର୍ଡ ତରଫରୁ ନିର୍ମାଣ ଆରମ୍ଭ ହୋଇଥିଲା। ପରେ ଏହାକୁ ଆଇଟିଡିଏକୁ ହସ୍ତାନ୍ତର କରାଯାଇଥିଲା। ଗୃହ ନିର୍ମାଣ କାର୍ଯ୍ୟ ଏବେ ସମାପ୍ତ ହୋଇଥିବା ବେଳେ କିଏ ଏହି କୋଠାକୁ ରଙ୍ଗ ଦେଉଛି ବୋଲି ହାଉସିଂ ବୋର୍ଡର କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ସେ ଏହାକୁ ଆଇଟିଡିଏ ପକ୍ଷରୁ ରଙ୍ଗ ଦିଆଯାଉଥିବା କହିଥିଲେ। ଅନ୍ୟଦିଗରେ ଆଇଟିଡିଏର ପିଏ ତ୍ରିନାଥ ମାଝିଙ୍କୁ ପଚାରିବାରୁ ସେ ମଧ୍ୟ ପଲା ଝାଡି ଦେଇ ହାଉସିଂ ବୋର୍ଡ ରଙ୍ଗ ଦେଉଥିବା କହିଥିଲେ। ତେବେ ଦୁହେଁ ଦୁହିଁଙ୍କ ଉପରେ ଉପରେ କାଦୁଅ ଫୋପଡା ଫୋପାଡି ହେଉଥିବା ବେଳେ ଭଞ୍ଜନଗରରୁ ଶ୍ରମିକ ଆଣି ଏହି ରଙ୍ଗକୁ ତରବରିଆ ଭାବେ ଦିଆଯାଉଛି। ତେବେ କଂଗ୍ରେସ ଏନେଇ ଅସନ୍ତୋଷ ଜାହିର କରିଛି।ବିଜେଡି ସମସ୍ତ କୋଠାଘରକୁ ଏଭଳି ୫-ଟି ବିଜେଡି ରଙ୍ଗ ଦେଉଥିବା ଅଭିଯୋଗ କରିଥିଲା। ପୁଣି ଏହି ଅନ୍ବେଷା ଗୃହ ସାମ୍ନାରେ ରଖାଯାଇଥିବା ଫୁଲକୁଣ୍ଡ ଗୁଡିକରେ ମଧ୍ୟ କିପରି ଖାମଖିଆଲି ଭାବେ କାମ କରାଯାଇଛି ତାହା ଦେଖିବାକୁ ମିଳିଛି। କୁଣ୍ଡ ଗୁଡିକରେ ଗଛଗୁଡିର ଜରି କଢାନଯାଇ ସେମିତ ରଖି ଦିଆଯାଇଛି। ଯାହାକୁ ନେଇ କଂଗ୍ରେସ ନିମ୍ନମାନର କାମ କରି ଟଙ୍କା ହଡପ କରାଯାଇଥିବା ଅଭିଯୋଗ କରିଥିଲେ। ରାଜ୍ୟ ସରକାରଙ୍କର ଧିରେ ଧିରେ ଆସ୍ଥା କମି ଆସିଲାଣି। ତେଣୁ ଆଗାମୀ ନିର୍ବାଚନରେ ହାରିବାର ଭୟ ରହିଥିବାରୁ ସମସ୍ତ କୋଠା ଗୃହରେ ବିଜେଡି ରଙ୍ଗ ମାରି ନିଜର ପ୍ରଚାର କରୁଛନ୍ତି। ତେବେ ଆଗାମୀ ଦିନରେ ବିଧାନସଭାକୁ ମଧ୍ୟ ବିଜେଡି ରଙ୍ଗ କରିଦେବ ସେଥିରେ ଦ୍ବିମତ ନାହିଁ ବୋଲି କଂଗ୍ରେସ ସଭାପତି ଶ୍ରୀ ପାତ୍ର ଅଭିଯୋଗ କରିଥିଲେ।
