xmas

ଦୁର୍ନିତୀ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ଧାରଣାରେ ଦୁଇ କାଉନସିଲର

ଫୁଲବାଣୀ, ୨୨/୧୧: ବାଲିଗୁଡା ଏନଏସିରେ ଚାଲିଥିବା ଦୁର୍ନୀତି, ଅନିୟମିତତା, ପ୍ରିୟାପ୍ରୀତୀ ତୋଷଣ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ଏବେ ବେଶ ମହଙ୍ଗା ପଡ଼ିଛି ବାଲିଗୁଡା ଏନଏସିର ଦୁଇଜଣ କାଉନସିଲରଙ୍କୁ l ଦୁର୍ନିତୀ ଅଭିଯୋଗ ଆଣିବା ପରେ ଶାସକ ଗୋଷ୍ଠୀର ଏନଏସି ଅଧ୍ୟକ୍ଷ ସେ ଦୁଇ ଜଣକୁ କାଉନସିଲ ମୀଟିଙ୍ଗକୁ ନ ଡାକିବା ସମ୍ପୃକ୍ତ ୱାର୍ଡର କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ନ କରିବା ପ୍ରତିବାଦ କରି ମଙ୍ଗଳବାର ଦୁଇ ଜଣ କାଉନସିଲର ଏନଏସି କାର୍ଯ୍ୟାଳୟ ଆଗରେ ଧାରଣାରେ ବସିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି l ଧାରଣାରେ ବସିଥିବା ଦୁଇ ଜଣ କାଉନସିଲର ହେଲେ ବାଲିଗୁଡା ୧ ନମ୍ବର ୱାର୍ଡର କାଉନସିଲର ଅଜୟ ଡିଗାଲ ଓ ୧୩ ନମ୍ବର କାଉନସିଲର; ଆଲୋକ କୁମାର ନାୟକ l ସେମାନଙ୍କ ଅଭିଯୋଗ ହେଲା ଯେ ନିୟମିତ ବୈଠକ ଡକାଯାଉନି l ବୈଠକ କରିବା ପାଇଁ ୭ ଦିନ ନୋଟିସ ଦେବାର ନିୟମ ଥିଲେ ବି ପାଳନ ହେଉନି l ବୈଠକର ବିବରଣୀ ଦିଆଯାଉନି l ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ଉଚିତ ପାଉଣା ମିଳୁନି l ଅନ୍ୟ ଦଳର କାଉନସିଲରଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରିଛନ୍ତି ଧାରଣା ରତ କାଉନସିଲର ଦ୍ବୟ l ତେବେ ଏନେଇ ଏନଏସି ଅଧ୍ୟକ୍ଷ କିମ୍ବା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମତାମତ ମିଳିପାରିନାହିଁ l

Leave A Reply

Your email address will not be published.