xmas

ପରିତ୍ୟକ୍ତ ଅବସ୍ଥାରେ ଜି. ଉଦୟଗିରି ବ୍ଲକ କଲୋନୀ ଶିଶୁ ଉଦ୍ୟାନ

ଫୁଲବାଣୀ, ୨୨/୧୧: ବର୍ଷେ କି ଦୁଇ ବର୍ଷ ନୁହେଁ ଗଲା ୮ ବର୍ଷ ହେବ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି ଜି. ଉଦୟଗିରି ବ୍ଲକ କଲୋନୀ ଭିତରେ ଥିବା ଶିଶୁ ଉଦ୍ୟାନ l ବିଡ଼ିଓ ପରେ ବିଡ଼ିଓ ଆସୁଛନ୍ତି ଆଉ ଯାଉଛନ୍ତି ହେଲେ କାହାରି ମଧ୍ୟ ନଜର ପଡୁନି ବା ନଜର ପଡିଲେ ବି ଆଗ୍ରହ ନାହିଁ ଏହି ଉଦ୍ୟାନକୁ ପୁନର୍ବାର ଗଛ ପତ୍ର ଲଗାଇ ସୁନ୍ଦର କରିବାକୁ l ସହକାରୀ ଯନ୍ତ୍ରୀଙ୍କ ଘର ସମ୍ମୁଖରେ ଏଭଳି ଟାଙ୍ଗରା ଭୂଇଁ ଭଳି ପଡ଼ିଛି ଏହି ଶିଶୁ ଉଦ୍ୟାନଟି l ତେବେ ବାବୁଙ୍କ ବି ନଜର ନାହିଁ ଏଥି ପ୍ରତି l ସେ ବ୍ଲକ ସହକାରୀ ଯନ୍ତ୍ରୀ ଦାୟିତ୍ୱ ସହ ଏନଏସି ଦାୟିତ୍ୱରେ ରହି ବେଶ ଦୁଇ ପଇସା କମାଇବାରେ ବ୍ୟସ୍ତ, ଏଥି ପ୍ରତି ଦୃଷ୍ଟି ଦେବାକୁ ବାବୁଙ୍କ ସମୟ ନାହିଁ କୁଆଡେ l ଦିନଥିଲା ଏଠାରେ ସୁନ୍ଦର ସୁନ୍ଦର ଫୁଲ ଗଛ ଥିଲା l ବସିବା ପାଇଁ ବେଞ୍ଚ ଥିଲା, ଆଲୋକ ବ୍ୟବସ୍ଥା ବି ଥିଲା କୁଆଡେ l କଲୋନୀରେ ରହିଥିବା କର୍ମଚାରୀଙ୍କ ପିଲାମାନେ, ମହିଳାମାନେ ଓ ଅଫିସ କାମରୁ ଫୁରୁସତ ମିଳିଲେ ବାବୁମାନେ ବି ଆସି ବୁଲାବୁଲି କରି ସମୟ ବିତାଉଥିଲେ l କାଳକ୍ରମେ ରକ୍ଷଣା ବେକ୍ଷଣର ଅଭାବ ଯୋଗୁଁ ଶିଶୁ ଉଦ୍ୟାନଟି ନଷ୍ଟ ହୋଇଯାଇଥିଲା l ସୂଚନାଯୋଗ୍ୟ ଯେ ଗତ ୨୦୧୨ରେ ଏହା ନିର୍ମାଣ କରାଯାଇଥିଲା l ଏହାର ପୁନଃ ନିର୍ମାଣ କରାଗଲେ କଲୋନୀର ପିଲାମାନେ ଓ କର୍ମଚାରୀମାନେ ପାର୍କର ମଜା ଉଠାଇ ପାରନ୍ତେ l ଏଥି ପ୍ରତି ବିଡ଼ିଓ ଦୃଷ୍ଟି ଦେବାକୁ ମତ ପ୍ରକାଶ ପାଉଛି l

Leave A Reply

Your email address will not be published.