xmas

ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର ,ହତ୍ୟା ଅଭିଯୋଗ

ଫୁଲବାଣୀ, ୨୫/୧୧: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରତଙ୍ଗ ପଞ୍ଚାୟତ ସେସ୍କା ଯୋଡ଼ି ଗାଁ ନିକଟରେ ଥିବା ରୁଗୁଡ଼ି ପଦା ଜଙ୍ଗଲରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା କିଛି ଲୋକେ ଦେଖିବା ପରେ ପରିବାରକୁ ଖବର ଦେଇଥିଲେ l ପରିବାର ତରଫରୁ ଫିରିଙ୍ଗିଆ ଥାନରେ ଖବର ଦେବା ପରେ ଘଟଣାସ୍ଥଳରେ ଫିରିଙ୍ଗିଆ ଥାନା ଅଧିକାରୀ ଓ ଟିମ୍ ପହଞ୍ଚି ମୃତଦେହ ଉଦ୍ଧାର କରିଛି l ମୃତକ ଜଣକ ରତଙ୍ଗ ପଞ୍ଚାୟତ କୁଟିବାରି ଗାଁର ସୁଜିତ୍ କୁମାର ନାୟକ (ଟୁଟୁ) ବୟସ ୩୭ ବୋଲି ପୋଲିସ ଜାଣିବାକୁ ପାଇଛି l ଅନ୍ୟପଟେ ପରିବାର ତରଫରୁ ଫିରିଙ୍ଗିଆ ଥାନାରେ ହତ୍ୟା ଅଭିଯୋଗ ଆଣି ଏତଲା ଦାଏର କରିଛନ୍ତି l ସୁଜିତ୍ ଗତ କାଲି ସନ୍ଧ୍ୟା ସମୟରୁ ଘରୁ ବାହାରିଥିବା ବେଳେ ସକାଳ ପର୍ଯ୍ୟନ୍ତ ଘରକୁ ଫେରି ନଥିଲା ତାକୁ କିଏ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି l ସୁଜିତ୍ ଚାଷ କାମ ସହ ଟେନ୍ଟ କାମ ଅଧିକାଂଶ ସମୟରେ କାମ କରୁଥିବା ବେଳେ ରାସ୍ତା ଠାରୁ ବହୁତ୍ ଦୂର୍ ଜଙ୍ଗଲ ଭିତରେ ମୃତଦେହ ପଡ଼ିଥିବା ବେଳେ ମୃତକର ପାଖରେ ଗାଡ଼ିର ଚାବି ଓ ପାଖରେ ଯାକେଟ୍ ମଫଲର ପଡ଼ିଥିବାକୁ ନେଇ ହତ୍ୟା କରାଯାଇଥିବା ସନ୍ଦେହ ସୃଷ୍ଠି କରିଛି l ଘଟଣାସ୍ଥଳରେ ସଦର ଏସଡିପିଓ ସୁପ୍ରସନ୍ନ ମଲିକ ଓ ସାଇନ୍ଟିଫିକ୍ ଟିମ୍ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି l ଫିରିଙ୍ଗିଆ ଥାନା ତରଫରୁ ୧୭୪/୨୦୨୨ରେ ହତ୍ୟା ମାମଲା ରୁଜୁ କରି ଅଧିକ ତଦନ୍ତ ଚାଲୁ ରହିଥିବା ଫିରିଙ୍ଗିଆ ଥାନା ଅଧିକାରୀ ପ୍ରଦୀପ କୁମାର ରାଉଳ କହିଛନ୍ତି l

Leave A Reply

Your email address will not be published.