xmas

୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଲାଞ୍ଚୁଆ ପୋଲିସ ଗିରଫ

ଫୁଲବାଣୀ, ୨୫/୧୧: ଶୁକ୍ରବାର ଲାଞ୍ଚ ନେବା ବେଳେ ଜଣେ ଲାଞ୍ଚୁଆ ପୋଲିସ ଏଏସଆଇ ବାବୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଜେଲ ଯାଇଛନ୍ତି l ଲାଞ୍ଚୁଆ ଏଏସଆଇ ବାବୁ ଜଣଙ୍କ ହେଉଛନ୍ତି ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ଜହ୍ନ l ପଙ୍କ ଫାଣ୍ଡି ଅଧିକାରୀ ମଦନ ମୋହନ ପ୍ରଧାନ l ମଦନ ମୋହନ ବୌଦ୍ଧର ବୈଜୟନ୍ତି ଏଗରୋ ମେସିନରୀସର ମାଲିକ ସ୍ଵପ୍ନେଶ୍ଵର ଖୁଣ୍ଟିଆଙ୍କ ଠାରୁ ଏକ IPC ମାମଲା ୨୨/୨୨ ଓ ଥାନା କେଶ ନମ୍ବର ୩୧୩/୨୨ର ରିପୋର୍ଟ ଦେବାଲାଗି ଏହି ଲାଞ୍ଚ ଟଙ୍କା ଦାବି କରିଥିଲେ ଓ ଆଜି ଉକ୍ତ ଅର୍ଥ ଗ୍ରହଣ କରିବା ବେଳେ ଭିଜିଲାନ୍ସ ବିଭାଗ ଅଧିକାରୀମାନେ ମାଡି ବସି ତାଙ୍କୁ ଗିରଫ କରିବା ସହ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଥିଲା ବୋଲି ଫୁଲବାଣୀ ଭିଜିଲାନ୍ସ ଡିଏସପି ଅରୁଣ କୁମାର ନାୟକ କହିଛନ୍ତି l ଡ଼ିଏସପି ଅରୁଣ ନାୟକଙ୍କ ସମୟରେ ଅନେକ ଦୁର୍ନିତୀ ମାମଲା ଧରା ହେଉଥିବାରୁ ଦୁର୍ନିତୀ ଗ୍ରସ୍ତ ସରକାରୀ କର୍ମଚାରୀ ମହଲରେ କୋକୁଆ ଭୟ ସୃଷ୍ଟି ହୋଇଛି l

Leave A Reply

Your email address will not be published.