xmas

କନ୍ଧମାଳ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପଦୋନ୍ନତି

ଫୁଲବାଣୀ, ୨୫/୧୧: କନ୍ଧମାଳ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ ଷଡ଼ଙ୍ଗୀଙ୍କ ପଦୋନ୍ନତି ହୋଇଛି l ଶ୍ରୀ ଷଡ଼ଙ୍ଗୀ ବିଶେଷ କରି ଶିକ୍ଷାର ବିକାଶ ଦିଗରେ ନିଷ୍ଠା ଓ ଆନ୍ତରିକତାର ସହ ନିରନ୍ତର କାର୍ଯ୍ୟ କରିବା ଯୋଗୁଁ ରାଜ୍ୟ ସରକାର ତାଙ୍କୁ ପଦୋନ୍ନତି ଦେଇଥିବା ଜଣାପଡିଛି l ଶ୍ରୀ ଷଡ଼ଙ୍ଗୀ ଗତ ୧ ବର୍ଷ ହେଲା କନ୍ଧମାଳ ଶିକ୍ଷା ଜିଲ୍ଲା ଅଧିକାରୀ ଭାବେ ଦାୟିତ୍ୱରେ ରହି ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତନ ଆଣିଛନ୍ତି l ଷଡ଼ଙ୍ଗୀ ବର୍ତମାନ ଜଏଣ୍ଟ ଡାଇରେକଟର ଭାବେ ପଦୋନ୍ନତି ପାଇଛନ୍ତି l ଏହି ପଦୋନ୍ନତି ତାଙ୍କୁ ଆଗକୁ ଭଲ କାର୍ଯ୍ୟ କରିବା ପାଇଁ ପ୍ରୋତ୍ସାହିତ କରିବ ବୋଲି ଷଡ଼ଙ୍ଗୀ କହିଛନ୍ତି l ଜିଲ୍ଲା ଶିକ୍ଷା ଅଧିକାରୀ ଷଡ଼ଙ୍ଗୀଙ୍କ ପଦୋନ୍ନତୀ ଖବର ପାଇ ଜିଲ୍ଲା ଶିକ୍ଷକ ସଂଙ୍ଘ ସଭାପତି କୁମାର ପରାସେଠ, ସାଧାରଣ ସମ୍ପାଦକ ଶାନ୍ତନୁ ପ୍ରଧାନ ଓ ଜିଲ୍ଲାର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ବିଇଓ, ଏବିଇଓ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି l

Leave A Reply

Your email address will not be published.