mobile header

ଚିତ୍ରକୋଣ୍ଡାରେ ପ୍ରେରଣା କେନ୍ଦ୍ର ଉଦଘାଟିତ

ଚିତ୍ରକୋଣ୍ଡା, ୨୫/୧୧/୨୨: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଓଡିଶା ଜୀବିକା ମିଶନ ଆନୁକୂଲ୍ୟରେ ଚିତ୍ରକୋଣ୍ଡା ଏବଂ ଟନେଲକ୍ୟାମ୍ପ ପଞ୍ଚାୟତସ୍ତରୀୟ ମହାସଂଘ ଜରିଆରେ ଦୁଇଟି ସ୍ଥାନ ଚିତ୍ରକୋଣ୍ଡା ଏବଂ ଟନେଲକ୍ୟାମ୍ପ ଠାରେ ଚିତ୍ରକୋଣ୍ଡା ବ୍ଲକ ଅଧକ୍ଷା ରାଜେଶ୍ୱରୀ ଖିଲଙ୍କ ଅଧକ୍ଷତାରେ ଟନେଲକ୍ୟାମ୍ପ ପଞ୍ଚାୟତ ସରପଞ୍ଚ ସୀତାମା ମୁଦୁଲି, ବିଏଲସି ସୋମନାଥ କୁମ୍ଭାର, ଚିତ୍ରକୋଣ୍ଡା ଏମବିକେ ସୟଦ ସେହେନାଜ ବେଗମ ଓ ଟନେଲକ୍ୟାମ୍ପ ଏମବିକେ ଅମଳା ମାଝୀ ଏବଂ ଉଭୟ ପ୍ରେରଣା କେନ୍ଦ୍ରର ଜେଣ୍ଡର ମାନଙ୍କ ଉପସ୍ଥିତିରେ ଦୁଇଟି ପ୍ରେରଣା କେନ୍ଦ୍ର GFC ଆନୁଷ୍ଠାନିକ ଭାବରେ ଉଦଘାଟନ ହୋଇଯାଇଛି l ଚିତ୍ରକୋଣ୍ଡା ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଂଘର ପ୍ରେରଣା ଦିଦି ଭାବରେ ମିନତୀ ଚୌଧୁରୀଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଟନେଲକ୍ୟାମ୍ପ ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଂଘର ପ୍ରେରଣା ଦିଦି ଭାବରେ ଲଷ୍ମୀ ମାଝୀଙ୍କୁ ଦାୟିତ୍ୱ ଦିଆଯାଇଛି l ଉକ୍ତ ପ୍ରେରଣା କେନ୍ଦ୍ର ମାଧ୍ୟମରେ ଲିଙ୍ଗ ଗତ ବିଭେଦ ତଥା ମହିଳା ମାନଙ୍କ ଉପରେ ଘଟୁଥିବା ବିଭିନ୍ନ ଘରୋଇ ହିଂସା, ନାରୀ ନିର୍ଯ୍ୟାତନା, ପ୍ରତାରଣା, ଯୌନ ନିର୍ଯ୍ୟାତନା ଭଳି ବିଭିନ୍ନ ସମସ୍ୟାକୁ ଆପୋଷ ବୁଝାବଣା ମାଧ୍ୟମରେ ସମାଧାନ କରିବା ଏବଂ ଆବଶ୍ୟକ ସ୍ଥଳେ ବିଭିନ୍ନ ପଦକ୍ଷେପ ନେବାକୁ କେନ୍ଦ୍ର ଆଗେଇ ବୋଲି ସୂଚନା ମିଳିଛି l ଉକ୍ତ ପ୍ରେରଣା କେନ୍ଦ୍ର ଜରିଆରେ ମହିଳା ଉପକୃତ ହୋଇ ପାରିବେ ବୋଲି ଆଶା କରାଯାଉଛି l ଉପସ୍ଥିତ ମାନେ ପ୍ରେରଣା କେନ୍ଦ୍ରର ନିୟମ ଅନୁଯାଇ କାର୍ଯ୍ୟ କରି ଆଗେଇ ନେବକୁ ଶପଥ ପାଠ କରିଥିଲେ l 

Leave A Reply

Your email address will not be published.