mobile header

୬ ଦଫା ଦାବିରେ କୁଇ ସମାଜ ସେବା ସମିତି ପକ୍ଷରୁ ରାଲି ଓ ବିକ୍ଷୋଭ

ଫୁଲବାଣୀ, ୨୯/୧୧: ମଙ୍ଗଳବାର କୁଇ ସମାଜ ସେବା ସମିତି ଫୁଲବାଣୀ ଶାଖା ଆଜି ୬୯ତମ ପ୍ରତିଷ୍ଠା ଦିବସ ଫୁଲବାଣୀରେ ପାଳନ କରିଛି l ଏହି ଅବସରରେ ୬ ଦଫା ଦାବିରେ ସମିତି ପକ୍ଷରୁ ଫୁଲବାଣୀ ସହରରେ ବିରାଟ ଶୋଭାଯାତ୍ରା ସହିତ କରୋନେସନ ପଡ଼ିଆରେ ସାଧାରଣ ସଭା ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବି ପତ୍ର ପ୍ରଦାନ କରାଯାଇଛି l ସମିତିର ସଭାପତି ସୁଦର୍ଶନ କହଁର, ସମ୍ପାଦକ ଅବନୀ କହଁର, ଏସଡିସି ଅଧ୍ୟକ୍ଷ ରୋଦନ ମଲ୍ଲିକ, ଟ୍ରାଇଫେଡ଼ ଅଧ୍ୟକ୍ଷ ପବିତ୍ର କହଁର, ଫୁଲବାଣୀ ବିଧାୟକ ପ୍ରତିନିଧି ନୀଳାମ୍ବର କହଁରଙ୍କ ସମେତ ହଜାର ହଜାର ଆଦିବାସୀ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ନାଚି ନାଚି ସ୍ଥାନୀୟ ମାଦିକୁନ୍ଦା ଛକରୁ ବିରାଟ ଶୋଭାଯାତ୍ରାରେ ବାହାରି ମୁଖ୍ୟ ରାସ୍ତା ଦେଇ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସି ବିକ୍ଷୋଭ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ୬ ଦଫା ସମ୍ଭଳିତ ଦାବି ପତ୍ର ପ୍ରଦାନ କରିଥିଲେ l ତାପରେ କରୋନେସନ ପଡ଼ିଆରେ ଅନୁଷ୍ଠିତ ସଭାରେ କନ୍ଧମାଳ ଜିଲ୍ଲାରେ ପେସା ଆଇନ ଲାଗୁ କରିବା, ଜବରଦଖଲ ଜମି ମାଫିଆ ମାନଙ୍କ କବଳରୁ ଜମି ଉଦ୍ଧାର କରି ଭୂମିହୀନ କୁଇ ମାନଙ୍କୁ ଆବଣ୍ଟନ କରିବା, ଫୁଲବାଣୀ ସହର ସ୍ଥିତ ହାଟପଦା ଜାଗାରୁ ଜବରଦଖଲକାରିଙ୍କୁ ଉଛେଦ କରି ସ୍ଥାନୀୟ ଚାଷୀ ମାନଙ୍କ ପାଇଁ ସଂରକ୍ଷିତ ରଖିବା, କଳିଙ୍ଗା ବିଇଡ଼ କଲେଜକୁ ପୁନଃ କାର୍ଯ୍ୟକାରି କରିବା , କୁଇ ଭାଷାକୁ ସରକାରୀ ଭାଷାର ମାନ୍ୟତା ପ୍ରଦାନ ଏବଂ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଯୋଗାଯୋଗ ଏବଂ ପର୍ଯ୍ୟଟନ କ୍ଷେତ୍ରର ଉନ୍ନତି କରିବା ପାଇଁ କୂଇ ସମାଜ ସେବା ସମିତିର ନେତା ମାନେ ଦାବି କରିଥିଲେ

Leave A Reply

Your email address will not be published.