ଚିତ୍ରକୋଣ୍ଡା: ଚିତ୍ରକୋଣ୍ଡା ବ୍ଲକର ଶିକ୍ଷକ ତାଲିମ ପ୍ରଶିକ୍ଷଣ କେନ୍ଦ୍ର ଚିତ୍ରକୋଣ୍ଡା ଠାରେ ନବ ନିର୍ମିତ ଗୃହରେ ବିଶ୍ୱ ଭିନକ୍ଷମ ଦିବସ ଅବସରରେ ଆନ୍ତର୍ନିବେଶୀ ସାଧନ କେନ୍ଦ୍ର ଉଦଘାଟିତ ହୋଇଯାଇଛି l ବ୍ଲକ ଅଧକ୍ଷା ସୁ ଶ୍ରୀ ରାଜେଶ୍ୱରୀ ଖିଲ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଉଦଘାଟନ କରିଥିଲେ l ଗୋଷ୍ଠୀ ଶିକ୍ଷାଧିକାରୀ ସୁ ଶ୍ରୀ ଗାୟତ୍ରୀ ଦେବୀ, ସହକାରୀ ବ୍ଲକ ଶିକ୍ଷାଧିକାରୀଙ୍କ ତତଵଧାନରେ ଏହି କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା ତତ ସହ ବ୍ଲକ ସାଧନ କେନ୍ଦ୍ର ସଂଯୋଜକ କାର୍ତ୍ତିକେଶ୍ୱର ମହନ୍ତ, ସନମାନୀୟ ଅତିଥି ଦିବ୍ୟାଙ୍ଗ ଶିକ୍ଷକ ଅରୁଣ ପଟନାୟକ, ସୁରଜ କୁମାର ରାୟ, ଶିକ୍ଷକ ସତ୍ୟ ଦେ, ସବିତା ତ୍ରିପାଠୀ, ବାବୁ ଗୌଡ଼ ଉପସ୍ଥିତ ରହି ନିଜ ନିଜର ମତ ପୋଷଣ କରିଥିଲେ l ସଭା ଶେଷରେ ବ୍ଲକ ଅଧକ୍ଷା ଖୁସି ବ୍ୟକ୍ତ କରିବା ସହିତ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀଙ୍କ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବେ ବୋଲି ମତ ପୋଷଣ କରିଥିଲେ l
