
ଫୁଲବାଣୀ, ୧୫/୧୨: ରାଜ୍ୟ ସରକାରଙ୍କ ଦ୍ଵାରା ନବ ନିଯୁକ୍ତ କନ୍ଧମାଳ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି। ସିଡବ୍ଲୁସିର ଅଧ୍ୟକ୍ଷ ଓ ଅନ୍ୟ ୪ ସଦସ୍ୟ କାର୍ଯ୍ୟରେ ଯୋଗଦାନ ପରେ ଜିଲ୍ଲାପାଳ ପାଟିଲ ଆଶିଷ ଈଶ୍ୱରଙ୍କୁ ସାକ୍ଷାତ କରି ଜିଲାରେ ଶିଶୁ ମାନଙ୍କ ସୁରକ୍ଷା ନେଇ ଆଲୋଚନା କରିଛନ୍ତି। ଜିଲ୍ଲାର ଶିଶୁ ମାନଙ୍କ ସର୍ବାଙ୍ଗୀନ ସୁରକ୍ଷା ଓ ମଙ୍ଗଳ ପାଇଁ କାର୍ଯ୍ୟ ଜାରି ରଖନ୍ତୁ ବୋଲି ଜିଲ୍ଲାପାଳ ପାଟିଲ କହିଛନ୍ତି। ଏହା ସହିତ କମିଟି ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁଙ୍କୁ ମଧ୍ୟ ସାକ୍ଷାତ କରି ବିଶଦ ଆଲୋଚନା କରିଛନ୍ତି। ଜିଲ୍ଲାର ବିଭିନ୍ନ ଶିଶୁ ମଙ୍ଗଳ କାର୍ଯ୍ୟକ୍ରମ ଓ ସିଡବ୍ଲୁସି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରନ, ନବ ନିଯୁକ୍ତ ସିଡବ୍ଲୁସି ଅଧ୍ୟକ୍ଷ ରଜତ କୁମାର ଦିଗାଲ, ଆଇନଜୀବୀ ତଥା ସାମ୍ବାଦିକ ସଭ୍ୟ ସଦାଶିବ ପାତ୍ର, ସମାଜସେବୀ ପ୍ରସନ୍ନ କୁମାର ବିଶୋଇ, ରାମଚନ୍ଦ୍ର ପରିଡ଼ା ଏବଂ ସଭ୍ୟା ଶ୍ରୀମତୀ ମମତା ଦାସ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। ଆଗକୁ ଦାୟିତ୍ୱ ହସ୍ତାନ୍ତର ସହିତ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରାଯିବ ବୋଲି ନବନିଯୁକ୍ତ କମିଟି ଅଧ୍ୟକ୍ଷରଜତ ଦିଗାଲ କହିଛନ୍ତି।