mobile header

ଧାରଣାରେ ବସିଥିବା ଅଙ୍ଗନବାଡି କର୍ମୀଙ୍କୁ ଭେଟିଲେ ବିଧାୟକ ଆଦିତ୍ୟ ମାଢି

ନ୍ୟାର୍ଯ୍ୟ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବେ ନାହିଁ
ବିଧାନସଭାରେ ଅଙ୍ଗନବାଡି କର୍ମୀଙ୍କ ଦାବି ଉଠାଇବେ ବିଧାୟକ

ମାଲକାନଗିରି,୧୫/୧୨: ମାଲକାନଗିରି ସଦର ମହକୁମାସ୍ଥିତ ଆସିଡିଏସ କାର୍ଯ୍ୟାଳୟ ସମ୍ମୁଖରେ ଗତ ନଭେମ୍ବର ୨୧ ତାରିଖରୁ ଅଙ୍ଗନବାଡି କର୍ମୀମାନେ ନିଜର ନ୍ୟାର୍ଯ୍ୟ ଦାବି ପାଇଁ ଧାରଣା ପ୍ରଦର୍ଶନ କରିଆସୁଛନ୍ତି। ଆଜିକୁ ପ୍ରାୟ ୨୫ ଦିନ ପୂର୍ଣ୍ଣ ହୋଇଯାଇଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି।ତେବେ ଅଙ୍ଗନବାଡି କର୍ମୀଙ୍କ ଧାରଣା ଚାଲୁଥିବା ଜାଣିବା ପରେ ମାଲକାନଗିରି ବିଧାୟକ ଆଦିତ୍ୟ ମାଢି ସୁସ୍ଥ ହେବା ପରେ ସେମାନଙ୍କୁ ଆଜି ଭେଟିଥିଲେ। ଅଙ୍ଗନବାଡି କର୍ମୀମାନେ ତାଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ।ସରକାରଙ୍କର ସମସ୍ତ ଯୋଜନାରେ ଅଙ୍ଗନବାଡି କର୍ମୀମାନେ ଲଗାତାର ସହଯୋଗ କରିଆସୁଛନ୍ତି। ନିଜ ଜୀବନକୁ ପାଣି ଛଡାଇ ମଧ୍ୟ କରୋନାରେ କାମ କରିଛନ୍ତି। ନିଜର ସ୍ବଳ୍ପ ଦରମାରେ ବାରମ୍ବାର କାର୍ଯ୍ୟାଳୟକୁ ଆସିବା ଏବଂ ଖର୍ଚ୍ଚାନ୍ତ ହେବା ସେମାନଙ୍କୁ କଷ୍ଟ ସାଧ୍ୟ ବୋଲି କହିଥିଲେ। ସରକାର ଅଙ୍ଗନବାଡି କେନ୍ଦ୍ର ଚଳାଇବା ପାଇଁ ଯାହା ଟଙ୍କା ଦେଉଛନ୍ତି ସେତିକିରେ ଚଳାଇବା ମୁସକିଲ ହୋଇପଡୁଛି ବୋଲି ଅଭିଯୋଗ କରିଥିଲେ। ଆଜିର ବଜାର ଦର ଆକାଶ ଛୁଆଁ ହୋଇଯାଇଛି। ଅଲ ଓଡିଶା ଅଙ୍ଗନବାଡି ଲେଡିଜ ଵାର୍କରସ ଆସୋସିଏସନ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ୮ ଦଫା ସମ୍ବଳିତ ଦାବି ପତ୍ର ପ୍ରଦାନ କରାଯାଇଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ମଧ୍ୟ କୌଣସି ପଦକ୍ଷେପ ନେଉନଥିବା ବିଧାୟକ ଶ୍ରୀ ମାଢିଙ୍କୁ ଅଙ୍ଗନବାଡି କର୍ମୀମାନେ କହିଥିଲେ। ଦାବିଗୁଡିକ ମଧ୍ୟରେ ରହିଛି ୨୦୧୮ ମସିହାରେ ଆନ୍ଦୋଳନ ସମୟରେ ବହିଷ୍କୃତ ହୋଇଥିବା ୬ ଜଣ ଅଙ୍ଗନବାଡି କର୍ମୀଙ୍କୁ ପୁନଃ ନିଯୁକ୍ତି ପ୍ରଦାନ କରାଯାଉ। ଅଙ୍ଗନବାଡି କର୍ମଚାରୀହ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ କରାଯାଉ। ଯେଉଁଦିନ ପର୍ଯ୍ୟନ୍ତ ମାନ୍ୟତା ଦିଆନଯାଇଛି, ସେତେଦିନ ପର୍ଯ୍ୟନ୍ତ କର୍ମୀମାନଙ୍କୁ ୧୮ ହଜାର ଟଙ୍କା ଓ ସହାୟିକାମାନଙ୍କୁ ୯ ହଜାର ଟଂକା ପ୍ରଦାନ କରାଯିବା ସହ ଇପିଏଫ, ଏଏସଆଇସି ଓ ଗ୍ରାଚୁଟିରେ ସାମିଲ କରାଯାଉ। ମିନି ଅଙ୍ଗନବାଡି ଉଚ୍ଛେଦକରି ମିନି ଅଙ୍ଗନବାଡି କର୍ମୀଙ୍କୁ ମୁଖ୍ୟ ଅଙ୍ଗନବାଡି କର୍ମୀର ମାନ୍ୟତା ଦିଆଯାଉ। ସମସ୍ତ ଅଙ୍ଗନବାଡି କର୍ମୀ ଓ ସହାୟିକାମାନଙ୍କୁ ଅବକରକାଳୀନ ସହାୟତା ରାଶି ୫ ଲକ୍ଷ ଟଂକା ପ୍ରଦାନ କରାଯିବା ସହ ମାସିକ ୫ ହଜାର ଟଙ୍କା ପ୍ରଦାନ କରାଯାଉ। କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁବରଣ କଲେ କ୍ଷତିପୂରଣ ବାବଦକୁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଉ। ଗାଁ କଲ୍ୟାଣ ସମିତିରୁ ଅଙ୍ଗନବାଡି କର୍ମୀଙ୍କୁ ବାଦ ଦିଆଯାଉ। ଗ୍ରୀଷ୍ଣ ଅବକାଶକୁ ଲାଗୁ କରାଯାଉ। ଅଙ୍ଗନବାଡି କର୍ମୀଙ୍କୁ ପ୍ରି-ପ୍ରାଇମେରୀ ଶିକ୍ଷୟତ୍ରୀ ମାନ୍ୟତା ଦିଆଯାଉ। ୫୦ ପ୍ରତିଶତ ଅଙ୍ଗନବାଡି କର୍ମୀଙ୍କୁ ପଦନ୍ନୋତି ଦିଆଯାଉ ବୋଲି ଦାବି କରିଥିଲେ। ବିଧାୟକ ଆଦିତ୍ୟ ମାଢିଙ୍କ ଅଙ୍ଗନବାଡି କର୍ମୀଙ୍କୁ ସହ ସାକ୍ଷାତରେ ବିଭିନ୍ନ ଦାବି ବିଷୟରେ ଆଲୋଚନା କରି ଆସନ୍ତା ବିଧାନସଭାରେ ସେ ଏନେଇ ପ୍ରଶ୍ନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଅଙ୍ଗନବାଡି କର୍ମୀ ସେମାନଙ୍କର ନ୍ୟାର୍ଯ୍ୟ ଦାବି ପାଇବା ଉଚିତ ବୋଲି ସେ ଯୁକ୍ତି ବାଢିଥିଲେ। ଏହି ସରକାର ଜାଣିଶୁଣି ଅଙ୍ଗନବାଡି କର୍ମୀଙ୍କୁ ଅଣଦେଖା କରୁଛି। ଏନେଇ ଆନ୍ଦୋଳନ ମଧ୍ୟ ଜୋରଦାର ହେବ ବୋଲି କୁହାଯାଇଛି।

Leave A Reply

Your email address will not be published.