mobile header

ଏନ୍‌ଏସ୍‌ଏସ୍ କାର୍ଯ୍ୟକ୍ରମ ଅଧିକାରୀଙ୍କ ସମୀକ୍ଷା ବୈଠକ

ଭୁବନେଶ୍ୱର, ୧୭/୧୨: ସୋଆ ବିଶ୍ୱବିଦ୍ୟାଳୟରେ ଏକ ଶହ ସ୍ୱେଚ୍ଛାସେବୀ ବିଶିଷ୍ଟ ଏନ୍‌ଏସ୍‌ଏସ୍ ୟୁନିଟ୍ ଗଠନ ପରେ କାର୍ଯ୍ୟକ୍ରମ ଅଧିକାରୀମାନଙ୍କ ଏକ ସମୀକ୍ଷା ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ଅଧ୍ୟକ୍ଷତା କରି ସୋଆ କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀମାନେ ନୂଆ ନୂଆ ଚିନ୍ତାଧାରା ନେଇ ସମାଜର ସେବା କରିବାକୁ ଆହ୍ୱାନ ଦେଇଥିଲେ । ବିଭିନ୍ନ ପୋଷ୍ୟ ଗ୍ରାମରେ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀଙ୍କ ସହ କାର୍ଯ୍ୟକ୍ରମ ଅଧିକାରୀଙ୍କ ଦ୍ୱାରା ଅଧିକ ସ୍ୱାସ୍ଥ୍ୟ ଶିବିର ଓ ରକ୍ତଦାନ ଅଭିଯାନ ଆୟୋଜନ ଓ ସଂଯୋଜନା କରାଯିବ । ଗଛ ଲଗାଇବା ସହିତ ଏହି ଗଛଗୁଡ଼ିକ କିପରି ବୃଦ୍ଧି ଲାଭ କରିବ ସେଥିପ୍ରତି ଯତ୍ନଶୀଳ ହେବାକୁ ସେ ଗୁରୁତ୍ୱାରୋପ କରିଥିଲେ ।

ଏନ୍‌ଏସ୍‌ଏସ୍ ବ୍ୟୁରୋରେ ପିଓମାନଙ୍କ ଦ୍ୱିମାସିକ ସମୀକ୍ଷା ବୈଠକ ଆୟୋଜନ କରିବା ଏବଂ ପିପିପି ମୋଡରେ ଅନେକ ସହଯୋଗୀ ପ୍ରକଳ୍ପ ଆରମ୍ଭ କରିବା ଲାଗି ସେ ଉପସ୍ଥିତ ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ । ସେ ବିଭିନ୍ନ ୟୁନିଟ୍‌ର ସମସ୍ତ ପ୍ରୋଗ୍ରାମ ଅଧିକାରୀମାନଙ୍କୁ ନୂତନ ଚିନ୍ତାଧାରା ସହିତ ସୋଆ ଏନ୍‌ଏସ୍‌ଏସ୍‌ର ଏକ ୟୁଏସ୍‌ପି ପ୍ରସ୍ତୁତ କରିବାକୁ କହିଥିଲେ ଯାହା ଏହି ବିଶ୍ୱବିଦ୍ୟାଳୟର ଏନ୍‌ଏସ୍‌ଏସ୍ କାର୍ଯ୍ୟକ୍ରମକୁ ଜାତୀୟ ମଂଚରେ ସ୍ଥାନ ଦେବ । ନର୍ସିଂ ଏନ୍‌ଏସ୍‌ଏସ୍ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତି ଶାଶ୍ୱତୀ ଜେନା ଶିଶୁମାନଙ୍କ ପୁଷ୍ଟିହୀନତାର ମୁକାବିଲା ନିମନ୍ତେ ସ୍କୁଲ ପିଲାଙ୍କ ପାଇଁ ପୋଷଣ ଅଭିଯାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ପାରିବ ବୋଲି ପରାମର୍ଶ ଦେଇଥିଲେ । ସେହିପରି ଏଗ୍ରିକଲ୍‌ଚର ପ୍ରୋଗ୍ରାମ୍ ଅଧିକାରୀ ଶ୍ରୀ ରାଜୀବ କୁମାର ବେହେରା ଏବଂ ରାକେଶ ରଞ୍ଜନ ଶତପଥୀ କୃଷକମାନଙ୍କୁ ପ୍ରାକ୍ଟିକାଲ୍ କୃଷି ଟିପ୍‌ସ ପ୍ରଦାନ କରିବା ପାଇଁ ସାପ୍ତାହିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ପରାମର୍ଶ ଦେଇଥିଲେ ।

ସୋଆ ଏନ୍‌ଏସ୍‌ଏସ୍ କାର୍ଯ୍ୟକ୍ରମ ସଂଯୋଜକ ପ୍ରଫେସର ନଚିକେତା କେ. ଶର୍ମା କୁଳପତି ପ୍ରଫେସର ମହାପାତ୍ରଙ୍କୁ ସ୍ୱାଗତ କରି ସଭାର ପ୍ରାରମ୍ଭ କରିଥିଲେ । ଉପସ୍ଥିତ ସଦସ୍ୟଙ୍କ ସୁପରିଚୟ ପରେ ପ୍ରଫେସର ଶର୍ମା ଏନଏସଏସ୍‌ର ଆଗାମୀ କାର୍ଯ୍ୟକ୍ରମ ଉପରେ ଏକ ସଂକ୍ଷିପ୍ତ ରିପୋର୍ଟ ଉପସ୍ଥାପନ କରିଥିଲେ । ସେ କହିଥିଲେ ଆଗକୁ ଗୋଟିଏ ତିନି ଦିନିଆ ରାଜ୍ୟସ୍ତରୀୟ ସାଂସ୍କୃତିକ ଉତ୍ସବ, ତିନୋଟି ୩ ଦିନିଆ ଜିଲ୍ଲା ସ୍ତରୀୟ ନେତୃତ୍ୱ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ୟୁନିଟ ସ୍ତରରେ ୧୬ଟି ଓରିଏଂଟେସନ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ୯ଟି ଆନୁଷ୍ଠାନିକ ସ୍ତରର ସାତ ଦିନିଆ ବାର୍ଷିକ ସ୍ୱତନ୍ତ୍ର ଏନଏସଏସ ଶିବିର ଅନୁଷ୍ଠିତ ହେବ । ଏହା ସହିତ ତିନିଟି ଦିନିକିଆ ମେଗା ସ୍ୱାସ୍ଥ୍ୟ ସଚେତନତା ଶିବିର କାର୍ଯ୍ୟକ୍ରମ ରହିଛି । ଏବେ ଠାରୁ ଏକ ସପ୍ତାହ ମଧ୍ୟରେ ବଜେଟ୍ ବିବରଣୀ ସହିତ ଦାଖଲ କରିବାକୁ ଥିବା ବାର୍ଷିକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ କୁଳପତି ସମସ୍ତ ପିଓଙ୍କୁ ଅନୁରୋଧ କରିଥିଲେ ।

ବିଶ୍ୱବିଦ୍ୟାଳୟର ଏନ୍‌ଏସ୍‌ଏସ୍ ଭ୍ରାତୃମଣ୍ଡଳୀ ତରଫରୁ ପ୍ରଫେସର ଶର୍ମା ମଧ୍ୟ ପ୍ରେରଣାଦାୟୀ ମାର୍ଗଦର୍ଶନ ପାଇଁ କୁଳପତି ପ୍ରଫେସର ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସେହିପରି ଶ୍ରେଷ୍ଠ ପିଓ ଭାବେ ରାଜ୍ୟ ପୁରସ୍କାର ପ୍ରାପ୍ତ ଡକ୍ଟର ଶାନ୍ତିଲତା ଚମ୍ପତିଙ୍କୁ କୁଳପତି ସମ୍ବର୍ଦ୍ଧିତ କରିଥିଲେ । ଅତିରିକ୍ତ ପ୍ରୋଗ୍ରାମ କୋଅର୍ଡିନେଟର ଡକ୍ଟର କମଳ ଏଲ୍ ମୋହାନ୍ତ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ । ଡଃ କମଳ ଲୋଚନ ମୋହନ୍ତ, ଡଃ ଶାନ୍ତିଲତା ଚମ୍ପତି, ଶ୍ରୀମତି କନକଲତା ଓଝା, ଶ୍ରୀ ଶ୍ରାମାଳେନ୍ଦୁ ତ୍ରିପାଠୀ, ଶ୍ରୀମତି କସ୍ତୁରୀ ମହାନ୍ତି, ଶ୍ରୀମତି ଶାଶ୍ୱତୀ ଜେନା, ଶ୍ରୀ ଭବାନୀ ଶଙ୍କର ରାଉତ, ଡଃ ସୂର୍ଯ୍ୟ ରଞ୍ଜନ ଦାସ, ପ୍ରଫେସର ଅନୁରାଗ ଶତପଥୀ, ଡଃ ରାଜେଶ ରୋଶନ୍ ଶତପଥୀ, ଡଃ ସତ୍ୟ ନାରାୟଣ ଶତପଥୀ, ଶ୍ରୀମତି ଶ୍ୱେତା ରଥ, ଶ୍ରୀ ଅମ୍ବରିଶ ମଙ୍ଗରାଜ, ଶୀ ରାଜୀବ ବେହେରା, ଶ୍ରୀ ଶୁଭମ୍ ଆଚାର୍ଯ୍ୟ, ଶ୍ରୀ ରାମକୃଷ୍ଣ ବସ୍ତିଆ ଏବଂ ଶ୍ରୀମତି ସୁଚିସ୍ମିତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.