mobile header

ସୋଆରେ ଆଡଭାନ୍ସ ମ୍ୟାଟେରିଆଲ୍ସ ଆଣ୍ଡ ଆପ୍ଲିକେସନ୍ସ ସମ୍ପର୍କିତ ଆନ୍ତର୍ଜାତିକ ସମ୍ମିଳନୀ ଉଦ୍‌ଯାପିତ

ଭୁବନେଶ୍ୱର, ୧୭/୧୨: ଭୌତିକ ବିଜ୍ଞାନ ଓ ବେଷୟିକ ଜ୍ଞାନ କୌଶଳ ଉପରେ ଗୁରୁତ୍ୱାରୋପ କରି “ଆଡ୍‌ଭାନ୍ସ ମ୍ୟାଟେରିଆଲ୍‌ସ ଆଣ୍ଡ ଆପ୍ଲିକେସନ୍ସ” ସମ୍ପର୍କିତ ଏକ ୩ ଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ରେ ଶନିବାର ଉଦ୍‌ଯାପିତ ହୋଇଯାଇଛି ।

ଏହି ସମ୍ମିଳନୀରେ କାଟାଲିସିସ୍‌, ସ୍ପିଂଟ୍ରୋନିକ୍ସ, ସୋଲାର ଏନର୍ଜି, ମ୍ୟାଗ୍ନେଟିକ୍ ମେମୋରୀ ଡିଭାଇସେସ୍‌, ନାନୋପାଟର୍ନିଙ୍ଗ୍ ଏବଂ ବାୟୋମେକାନିକ୍ସ ସମ୍ପର୍କରେ ଆଲୋଚନା କରାଯାଇଥିଲା ।

ଗୁରୁବାର ଆୟୋଜିତ ଏହାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଫିଜିକ୍ସର ନିର୍ଦ୍ଦେଶକ ପ୍ରଫେସର କରୁଣାକର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ‘ମ୍ୟାକ୍ସିମାଇଜିଙ୍ଗ ଦ ୟୁଟିଲାଇଜେସନ୍ ଅଫ୍ କାଟାଲିଟିକ୍ ସେଂଟର୍‌ସ ଫର୍ ଏନର୍ଜି ଆପ୍ଲିକେସନ୍ସ’ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।

ଏହି ଅବସରରେ ସୋଆର କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ଏବଂ ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମଧ୍ୟ ବକ୍ତବ୍ୟ ରଖିଥିଲେ ।

ସମ୍ମିଳନୀର ଆବାହକ ଓ ଯୁଗ୍ମ ଆବାହକ ପ୍ରଫେସର ଏସ୍ କାମିଲା ଏବଂ ପ୍ରଫେସର ଭି. ଆର.ଆର. ମେଡିଚେର୍ଲା ଦୈନନ୍ଦିନ ଜୀବନ ଏବଂ ଡାକ୍ତରୀ ବିଜ୍ଞାନ କ୍ଷେତ୍ରରେ ଭୌତିକ ପଦାର୍ଥର ଗୁରୁତ୍ୱ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।

ଏହି ସମ୍ମିଳନୀର ବିଭିନ୍ନ ପର୍ଯ୍ୟାୟର ୟୁକେର ୟୁନିଭର୍ସିଟି ଅଫ୍ ରିଡିଙ୍ଗ୍‌ର ପ୍ରଫେସର ୱିଲିୟମ୍ ହୋଲ୍‌ଡରବାମ୍‌, ଆମେରିକାର ମିଚିଗାନ୍ ଷ୍ଟେଟ୍ ୟୁନିଭର୍ସିଟିର ପ୍ରଫେସର ଏସ୍‌.ଡି ମହାନ୍ତି, ସାଉଥ ଆଫ୍ରିକାର ଉନିସାର ପ୍ରଫେସର ଭି.ଭି. ଶ୍ରୀନିବାସୁ ଏବଂ ପ୍ରଫେସର ଏସ୍ ସି ରାୟ ଓ ପୋଲାଣ୍ଡ ସ୍ଥିତ ପଲିସ୍ ଏକାଡେମୀ ଅଫ୍ ସାଇନ୍‌ସେସ୍ ଫର ଥିଓରିଟିକାଲ୍ ରିସର୍ଚ୍ଚ ମ୍ୟାଗ୍‌ଟପ୍‌ର ଡକ୍ଟର ଅର୍ଚ୍ଚନା ମିଶ୍ର ପ୍ରମୁଖ ତଥ୍ୟ ଉପସ୍ଥାପନା କରିଥିଲେ ।

ସେହିପରି ଇନ୍ଦୋର ସ୍ଥିତି ୟୁଜିସି-ଡିଏଇ କନ୍‌ସରଟିୟମ୍ ଫର୍ ସାଇନ୍‌ଟିଫିକ୍ ରିସର୍ଚ୍ଚ, ଭୁବନେଶ୍ୱର ସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଫିଜିକ୍ସ ଓ ନାଇଜର ଓ ତିରୁପତି ସ୍ଥିତ ଶ୍ରୀ ଭେଙ୍କଟେଶ୍ୱର ୟୁନିଭର୍ସିଟିର ବିଶେଷଜ୍ଞମାନେ ବକ୍ତବ୍ୟ ରଖିଥିଲେ ।

ପିଏଚ୍‌ଡି ସ୍କଲାର ଓ ପିଜି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ୮୬ଟି ପୋଷ୍ଟର ଏବଂ ୪ଟି ମୌଖିକ ଉପସ୍ଥାପନା କରାଯାଇଥିଲା ।

Leave A Reply

Your email address will not be published.