mobile header

ମାଓବାଦୀଙ୍କ ବର୍ବର କାଣ୍ଡ: ପୋଲିସ ଇନଫର୍ମର ସନ୍ଦେହରେ ଗୁଳି କରି ହତ୍ୟା

ଫୁଲବାଣୀ, ୧୮/୧୨: କନ୍ଧମାଳ ଜିଲ୍ଲା କୋଟଗଡ଼ରେ ମାଓବାଦୀଙ୍କ ଲାଲ ତାଣ୍ଡବ l ପୋଲିସ ଇନଫର୍ମର ସନ୍ଦେହରେ ଜଣକୁ ନିର୍ମମ ଭାବେ ଗୁଳି କରି ହତ୍ୟା କରିଛନ୍ତି ସଶସ୍ତ୍ର ମାଓବାଦୀ l ମୃତକ ଜଣକ କୋଟଗଡ଼ ଥାନା ବଣ୍ଡା ପିପିଲି ଅଞ୍ଚଳର ରମେଶ ନାୟକ ବୋଲି ଜଣାପଡିଛି l ଗତକାଲି ବିଳମ୍ବିତ ରମେଶଙ୍କୁ ଘରୁ ଉଠାଇ ନେଇଥିଲେ ସଶସ୍ତ୍ର ମାଓବାଦୀ ଆଜି ନିକଟସ୍ତ ଜଙ୍ଗଲରେ ରମେଶଙ୍କ ମୃତଦେହ ଦେଖିବାକୁ ମିଳିଥିଲା l ରମେଶଙ୍କ ଦୁର୍ନିତୀ ଗ୍ରସ୍ତ ଠିକାଦାର, କାଠ ମାଫିଆ ଓ ପୋଲିସ ସହ ସମ୍ପର୍କ ଥିବା ଅଭିଯୋଗ l ରମେଶଙ୍କୁ ପୂର୍ବରୁ ମାଓବାଦୀ ମାନେ ଚେତାବନୀ ଦେଇଥିଲେ l ପୋଲିସ ଘଟଣାସ୍ଥଳରେ ପହଞ୍ଚିନଥିବା ଶୁଣିବାକୁ ମିଳିଛି l ପୂର୍ବରୁ ମଧ୍ୟ ଏହି ଗ୍ରାମର ଅନେକଙ୍କୁ ମାଓବାଦୀ ମାନେ ହତ୍ୟା କରିଛନ୍ତି l

Leave A Reply

Your email address will not be published.