
କୋଟପାଡ: ସ୍ଥାନୀୟ କୋଟପାଡ ପ୍ରେସ କ୍ଲବ ଦ୍ଵାରା ଏକ ବନ୍ଧୁ ମିଳନର ଆୟୋଜନ କରାଯାଇଥିଲା । ସଭାପତି ପଙ୍କଜ କୁମାର ପାତ୍ରଙ୍କ ସଭାପତିତ୍ବରେ ଏକ ଭବିଷ୍ୟତ ସାମ୍ବାଦିକଙ୍କ ଉପରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲା ସାମ୍ବାଦିକ ସଭାପତି ପରଖିତ୍ ବିଶ୍ବାଳ, ସମ୍ପାଦକ ମନୋଜ ପଟନାୟକ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଘର ଆଇନ ଉପଦେଷ୍ଟା ମଣି ପ୍ରସାଦ ପଟ୍ଟନାୟକ, ସମ୍ପାଦକ ଶଙ୍କର ପଣ୍ଡା, ଉପ ସଭାପତି ରାଜ ଶେଖର ରାଓ, ବରିଷ୍ଠ ସଭ୍ୟ ମୁକ୍ତେଶ୍ଵର ନାୟକ, ଖଗପତୀ ପାତ୍ର, ଉମେଶ ମଲ୍ଲିକ, ବରିଷ୍ଠ ମହିଳା ସାମ୍ବାଦିକ ବିଦ୍ୟୁତ୍ ବକ୍ସି ପ୍ରମୁଖ ଉପସ୍ଥିତ ଥିଲେ । ଆଗାମୀ ଦିନରେ ରାଜ୍ୟ ସାମ୍ବାଦିକ ସଭାପତି ପ୍ରସନ୍ନ ମହାନ୍ତିଙ୍କୁ କୋଟପାଡରେ ସ୍ବାଗତ କରିବା ପାଇଁ ନିଷ୍ପତି ହେଲା । ଏହାକୁ ସମସ୍ତ ସଭ୍ୟ କରତାଳି ଦେଇ ପୂର୍ଣ୍ଣ ମାତ୍ରାରେ ସମର୍ଥନ କରିଥଲେ ।
