mobile header

କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ଲେଖିବା ଗାୟତ୍ରୀବାଳା ପଣ୍ଡା

କବିତା ‘ଦୟାନଦୀ’ ପାଇଁ ହେବେ ପୁରସ୍କୃତ

ଭୁବନେଶ୍ୱର: କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ଯାଉଛନ୍ତି ଲେଖିକା ଗାୟତ୍ରୀ ବାଳା ପଣ୍ଡା । କବିତା ପୁସ୍ତକ ଦୟାନଦୀ ପାଇଁ ସମ୍ମାନଜନକ ସାହିତ୍ୟ ଏକାଡେମୀ ୨୦୨୨ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ସେ ଏକାଧାରରେ ଜଣେ କବି, ଲେଖିକା, ଏବଂ ଗାଳ୍ପିକା । ତାଙ୍କ ଲିଖିତ କବିତା ଗୁଡିକ ଭିତରେ ଆହତ ପ୍ରତିଶୃତି, ଅସ୍ପଷ୍ଟ ଈଶ୍ୱର, ଗାଁ, ଯେତିକି ଦିଶୁଛି ଆକାଶ, ଆଖି ନାହିଁ କାନ ନାହିଁ, ବାଘ ଆଦି ଅନ୍ୟନ୍ୟ । ସେହିପରି ବିର୍ସଜନ, ନିଜକୁ ନେଇ ସତ ଗପ ଆଦି ତାଙ୍କ ଲିଖିତ କ୍ଷୁଦ୍ର ଗଳ୍ପ ପାଠକ ବେଶ୍ ପସନ୍ଦ କରିଛନ୍ତି ।

ଗାୟତ୍ରୀବାଳା, ୧୯୭୭ ମସିହା ଅପ୍ରେଲ ୧୭ ତାରିଖରେ ଜଗତସିଂହପୁର ଜିଲ୍ଲାର ସାଦେଇପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଗୋଲକ ବିହାରୀ ପଣ୍ଡା ଓ ମାତାଙ୍କ ନାମ ଅରୁଣିମା ପଣ୍ଡା । ପିତା ଜଣେ ବ୍ୟାଙ୍କ କର୍ମଚାରୀ ଥିଲେ । ଗାୟତ୍ରୀବାଳା, ସାଦେଇପୁର, ବାଲିକୁଦା ଓ କଟକରେ ନିଜର ବିଦ୍ୟାଳୟ ଶିକ୍ଷା ସମାପ୍ତ କରିଥିଲେ । ବାପାଙ୍କ ଇଚ୍ଛାଥିଲା ଗାୟତ୍ରୀବାଳା ଡାକ୍ତର ହୁଅନ୍ତୁ, କିନ୍ତୁ ଝିଅର କଳାରେ ଆଗ୍ରହ ଦେଖି, ସେ ସେଦିଗରେ ତାଙ୍କୁ ପ୍ରୋତ୍ସାହିତ କରିଥିଲେ । ଗାୟତ୍ରୀବାଳା କଟକର ଶୈଳବାଳା ମହିଳା ମହାବିଦ୍ୟାଳୟରେ ପାଠ ପଢ଼ିଥିଲେ ଓ ଛାତ୍ର ସଂସଦର ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟରୁ ସେ ପାଠାଗାର ବିଜ୍ଞାନରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ସମଗ୍ର ଉତ୍କଳ ବିଶ୍ୱବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣପଦକ ହାସଲ କରିଥିଲେ । ପରେ ସେ ଭାରତୀୟ ଜନସଞ୍ଚାର ସଂସ୍ଥାନ, ଢେଙ୍କାନାଳରୁ ସାମ୍ବାଦିକତା ଓ ଗଣମାଧ୍ୟମରେ ଡିପ୍ଲୋମା ଓ ହିମାଚଳ ପ୍ରଦେଶ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ସାମ୍ବାଦିକତା ପାଠ୍ୟକ୍ରମରେ ଶ୍ରେଷ୍ଠସ୍ଥାନ ଅଧିକାର କରି, ସେ ପବ୍ଲିକ ରିଲେସନ ସୋସାଇଟ ଅଫ ଇଣ୍ଡିଆରୁ ମଧ୍ୟ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି ।

ଗାୟତ୍ରୀବାଳା, ପ୍ରାୟ ଛଅ ସାତ ବର୍ଷ ବୟସରୁ କବିତା ଲେଖିବା ଆରମ୍ଭ କରିଥିଲେ । ଗାୟତ୍ରୀବାଳାଙ୍କ ଜେଜେବାପା ଜଣେ ଉପନ୍ୟାସିକ ଥିଲେ ଓ ତାଙ୍କଠାରୁ ଗାୟତ୍ରୀବାଳା ଅନୁପ୍ରାଣିତ ହୋଇଥିଲେ । ପିଲାବେଳରୁ ସେ, ନିଜ ଦୁଃଖ ଓ ଅସହୟତା ଯାହାକୁ ଅନ୍ୟଭାବରେ କହି ପାରୁନଥିଲେ ତାହା କବିତା ମାଧ୍ୟମରେ ପ୍ରକାଶ କରିପାରୁଥିଲେ । ବାର ବର୍ଷ ହେବା ବେଳକୁ, ତାଙ୍କର ପ୍ରଥମ କବିତା ପ୍ରକାଶିତ ହୋଇସାରିଥିଲା । ୨୦୦୦ ମସିହାରେ, ରାଜ୍ୟ ଯୁବ ପୁରସ୍କାର ତାଙ୍କୁ ଲୋକଲୋଚନକୁ ଆଣିବାରେ ସହାୟକ ହୋଇଥିଲା ।

Leave A Reply

Your email address will not be published.