mobile header

ଦୁର୍ଘଟଣାରେ ଯୁବ ବ୍ୟବସାୟୀଙ୍କ ବିଯୋଗ: ବ୍ୟବସାୟୀ ମହଲରେ ଶୋକ

ଖୁଣ୍ଟା: ଖୁଣ୍ଟା ଅଞ୍ଚଳର ଜନୌକ ୩୮ ବର୍ଷୀୟ ଯୁବ ବ୍ୟବସାୟୀଙ୍କ ଅକାଳ ବିୟୋଗକୁ ନେଇ ସଂପୃକ୍ତ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ମୃତକ ବ୍ୟବସାୟୀ ଜଣକ ହେଲେ ଶୁଶାନ୍ତ କୁମାର ସାହୁ (୩୮) । ସୂଚନା ଅନୁଯାୟୀ ଶ୍ରୀ ସାହୁ ଗତ ବୁଧବାର ସଂଧ୍ୟା ସମୟରେ ଏକ ଅଟୋ ଯୋଗେ ଭଦ୍ରକରୁ ନିଜ ଘର ଖୁଣ୍ଟାକୁ ଫେରୁଥିବା ସମୟରେ କୌଣସି କାରଣରୁ ଅଟୋଟି ନୀଳଗିରି ଥାନା ଅଧିନ ନୂଆହାଟ ସାହି ଠାରେ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ପାର୍ଶ୍ଵକୁ ଓଲଟି ପଡ଼ିଥିଲା । ଫଳରେ ଅଟୋରେ ଥିବା ଶୁଶାନ୍ତ ଓ ଅଟୋ ଚାଳକ ଅଟୋ ତଳେ ଚାପି ହୋଇ ରହିଯାଇଥିଲେ । ପରବର୍ତ୍ତୀ ସମୟରେ ଉକ୍ତ ଅଞ୍ଚଳବାସୀ ଉଭୟଙ୍କୁ ଉଦ୍ଧାର କରି ନିଳଗିରି ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ମାତ୍ର ଶୁଶାନ୍ତଙ୍କ ସ୍ଵାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଉକ୍ତ ରାତ୍ରିରେ କଟକ ସ୍ଥିତ ଏକ ଘରୋଇ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ଶୁକ୍ରବାର ଦିନ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ସେ ଜଣେ ମିଷ୍ଟାଭାଷି ଓ ମେଳାପି ସ୍ଵଭାବର ଯୁବକ ଥିବା ବେଳେ ତାଙ୍କର ମୃତ୍ୟୁ ଖବର ପ୍ରଚାର ପାଇବା ପରେ ସଂପୃକ୍ତ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଏବଂ ତାଙ୍କର ଦୁଃଖ ମୃତ୍ୟୁ ଘଟଣାକୁ ନେଇ ବ୍ୟବସାୟୀଙ୍କ ପକ୍ଷରୁ ଖୁଣ୍ଟା ବଜାରର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକୁ ବନ୍ଦ କରାଯିବା ସହ ମୃତକ ପରିବାରଙ୍କୁ ସମବେଦନା ଜ୍ଞାପନ କରାଯାଇଛି ।

Leave A Reply

Your email address will not be published.