mobile header

ଜିଲ୍ଲା କଂଗ୍ରେସର ହାତ ଯୋଡ କାର୍ଯ୍ୟକ୍ରମ: ବୁଥ କମିଟି ଗଠନ ସାଙ୍ଗଠନିକ ସୁଦୃଢ଼ ଉପରେ ବୈଠକ

ମାଲକାନଗିରି: ମାଲକାନଗିରି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା କଂଗ୍ରେସ ଭବନରେ ହାତ ଯୋଡ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି ।ମୁଖ୍ୟ ଅତିଥି ଭାବରେ ପୂର୍ବତନ ବିଧାୟକ ଭୁଜବଳ ମାଝୀ ଯୋଗ ଦେଇଥିଲେ । ଆଗାମୀ ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ଜିଲ୍ଲାରେ କଂଗ୍ରେସ ପକ୍ଷରୁ ବ୍ଲକ୍ କମିଟି, ବୁଥ କମିଟି ଗଠନ କରି ତୃଣ ମୂଳ ସ୍ତରରୁ କଂଗ୍ରେସ ସଙ୍ଗଠନକୁ ମଜବୁତ କରାଯିବ ବୋଲି ମାଲକାନଗିରି ଜିଲ୍ଲା। କଂଗ୍ରେସ କମିଟି ସଭାପତି ଗୋବିନ୍ଦ ଚନ୍ଦ୍ର ପାତ୍ର ପ୍ରକାଶ କରିଛନ୍ତି । ଏବଂ ରାଜ୍ୟ ସରକାରଙ୍କ ଦୁର୍ନିତି ମୂଳକ ଶାସନକୁ ୨୦୨୪ ନିର୍ବାଚନ ରେ ଜନତା ଉଚିତ୍ ଜବାବ ଦେବେ ବୋଲି କଂଗ୍ରେସ କହିଛି । ଆଗାମୀ ନିର୍ବାଚନ ପାଇଁ ବ୍ଲୁ ପ୍ରିଣ୍ଟ ସହ ରଣନୀତି ପ୍ରସ୍ତୁତି ସଂପର୍କରେ ଆଲୋଚନା କରାଯାଇଥିଲା । ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ଚନ୍ଦ୍ର ପାତ୍ର, ଡି ଚିନା ରାଓ, ଶରତ ଚନ୍ଦ୍ର ବୁରୁଦା, ଜି ଶ୍ରୀନିବାସ ରାଓ, ପଦ୍ମ ପାଙ୍ଗି, ପର୍ଶୁରାମ ଭକ୍ତ, ମାଲା ମାଡ଼ି ପ୍ରମୁଖ ନେତ୍ରୁ ବର୍ଗ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.