mobile header

ଗୁଣିଗାରେଡି ସନ୍ଦେହରେ ମହିଳାଙ୍କୁ ଆକ୍ରମଣ: ମୁହଁରେ ଗୋବର ବୋଳିଲେ, ଗରମ ପାଣିରେ ହାତ ପୁରାଇ ଦେଲେ

୬ ଜଣଙ୍କ ନାମରେ କେଶ ରୁଜୁ

ମାଲକାନଗିରି,୨୪/୧୨: ମାଲକାନଗିରି ଥାନା ଅନ୍ତର୍ଗତ ମେଟାଗୁଡା ଗ୍ରାମରେ ଗୁଣିଗାରେଡି ସନ୍ଦେହରେରେ ଜଣେ ମହିଳାଙ୍କୁ ମାଡ ମାରିବା ସହ ମୁହଁରେ ଗୋବର ବୋଳିବା ଏବଂ ଗରମ ପାଣିରେ ହାତ ବୁଡାଇ ଦେବା ଘଟଣା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ଗତ ସୋମବାର ଦିନ ମେଟାଗୁଡା ଗ୍ରାମର ଶ୍ୟାମ ସୁକ୍ରିଙ୍କ ପତ୍ନୀ ନନ୍ଦାଇ ସୁକ୍ରି ହାଟକୁ ଯାଇ ଘରକୁ ଫେରିବା ପରେ ଗ୍ରାମବାସୀ ନନ୍ଦାଇକୁ ଗୁଣିଗାରେଡି କରୁଥିବା ନେଇ ନିସ୍ତୁକ ମାଡ ମାରିଥିଲେ। ପରେ ଗ୍ରାମବାସୀ ତାଙ୍କ ମୁହଁରେ ଗୋବର ବୋଳିଦେଇଥିଲେ। ସେତିକିରେ ମଧ୍ୟ ମନ ଶାନ୍ତି ନହେବାରୁ ଗରମ ପାଣିରେ ନନ୍ଦେଇଙ୍କ ହାତକୁ ବୁଡାଇ ଦେଇଥିଲେ।ଯହାଫଳରେ ନନ୍ଦେଇଙ୍କ ହାତ ଗରମ ପାଣିରେ ପୋଡି ଯାଇଥିଲା। ସେ ମାଲକାନଗିରି ଥାନାକୁ ଆସି ଏନେଇ ଏତଲା ଦେଇଥିଲେ। ଏତଲାକୁ ଭିତ୍ତି କରି ପୁଲିସ ଗ୍ରାମରେ ସେତେବେଳେ ପହଞ୍ଚି ତଦନ୍ତ କରିଥିଲା। ଏଠାରେ ସୂଚନାଯୋଗ୍ୟ ଯେ ନନ୍ଦେଇଙ୍କ ସ୍ବାମୀ ଶ୍ୟାମ ଅଦା ବ୍ୟବସାୟ ପାଇଁ ବାହାରକୁ ଯାଇଥିଲେ। ଆଜି ସେ ଘରକୁ ଫେରିବା ପରେ ପତ୍ନୀଙ୍କର ଏହିଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। ସେ ଆଜି ତୁରନ୍ତ ପତ୍ନୀକୁ ନେଇ ମେଡିକାଲରେ ଭର୍ତ୍ତି କରିଥିଲେ।ପୁଲିସ ମେଟାଗୁଡା ଗ୍ରାମର ଶ୍ୟାମ ହନ୍ତାଳ, ଧନପତି ହନ୍ତାଳ, ରାମଚନ୍ଦ୍ର ହନ୍ତାଳ, ସମାରୀ ଚାଲାଣ, ସନୁ ଚାଲାଣ, ପ୍ରତିମା ସୁଗ୍ରୀ ସମେତ ଅନ୍ୟମାନଙ୍କ ବିରୋଧରେ କେଶ ରୁଜୁ କରାଯାଇ ତଦନ୍ତ ଚାଲୁଥିବା ଜଣାପଡିଛି। ପତ୍ନୀ ଘରେ ଏକୁଟିଆ ଥିବାରୁ ଏଭଳି ଗ୍ରାମବାସୀ ଏଭଳି ମିଥ୍ୟା ଅଭିଯୋଗ କରି ମାରପିଟ କରିବା ସହ ଦୁର୍ବ୍ୟବହାର କରିଥିବା ସ୍ବାମୀ ଶ୍ୟାମ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.