mobile header

ମା’ମାନଙ୍କ ଉନ୍ନତି ହିଁ ଓଡ଼ିଶାକୁ ଆଗେଇ ନେବ – ମୁଖ୍ୟମନ୍ତ୍ରୀ

ନାରୀ ସଶକ୍ତ ହେଲେ ରାଜ୍ୟ ତଥା ଦେଶର ବିକାଶ ହେବ
ନୂତନ ଓଡ଼ିଶା ଗଠନର ସ୍ଵପ୍ନ ଦେଖୁଥିବା ଯୁବପିଢ଼ିଙ୍କୁ ବିଜେଡିରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନ
ମହିଳାମାନେ ନେତୃତ୍ଵ ନେବାକୁ ଆଗେଇ ଆସନ୍ତୁ – ମୁଖ୍ୟମନ୍ତ୍ରୀ
“ମା’ମାନଙ୍କ ଆଶୀର୍ବାଦ ରହିଲେ ୧୦୦ ବର୍ଷ ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ ସେବା କରିବାର ସୁଯୋଗ ପାଇପାରିବ ବିଜେଡି”
“ଦୀର୍ଘ ୨୫ ବର୍ଷ ଧରି ବିଜେଡି ଓଡ଼ିଶା ଏବଂ ଓଡ଼ିଶାବାସୀଙ୍କ ସେବା କରିବାର ସୁଯୋଗ ପାଇଛି। ଓଡ଼ିଶାର ସଢ଼େ ୪ କୋଟି ଜନତା ୨୫ ବର୍ଷ ଆମକୁ ସେମାନଙ୍କର ସେବା କରିବାର ସୁଯୋଗ ଦେଇଥିବାରୁ ଓଡ଼ିଶାବାସୀଙ୍କ ପାଖରେ ମୁଁ ଋଣି। ଆଗକୁ ଆପଣମାନଙ୍କର ଆଶୀର୍ବାଦ ରହିଲେ ବିଜେଡି ୨୫ ବର୍ଷ କ’ଣ ୧୦୦ ବର୍ଷ ଓଡ଼ିସାବାସୀଙ୍କ ସେବା କରିବାର ସୁଯୋଗ ପାଇପାରିବ ବୋଲି ସୋମବାର ଦିନ ବିଜେଡିର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ପୁରୀଠାରେ ଆୟୋଜିତ ସମାବେଶରେ କହିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।”

ପୁରୀ: ଶ୍ରୀକ୍ଷେତ୍ର ପୁରୀଠାରେ ସୋମବାର ଦିନ ବିଜୁ ଜନତା ଦଳ (ବିଜେଡି)ର ୨୬ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ପୁରୀ ତାଳବଣିଆଠାରେ ଆୟୋଜିତ ବିଜେଡିର ଏହି ରୌପ୍ୟ ଜୟନ୍ତୀ ଅବସରରେ ଯୋଗ ଦେଇଥିଲେ ବିଜେଡି ନେତା, ମନ୍ତ୍ରୀ ଏବଂ ୫୦ ହଜାରରୁ ଊର୍ଦ୍ଧ୍ଵ କର୍ମୀ। ସମଗ୍ର ଶ୍ରୀକ୍ଷେତ୍ରରେ ଆଜି ହୋଇ ଉଠିଥିଲା ଶଙ୍ଖମୟ। ଏହି ଅବସରରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀଠାରେ ଆୟୋଜିତ ବିଜେଡିର ୨୬ ତମ ପ୍ରତିଷ୍ଠା ଦିବସରେ ଯୋଗ ଦେଇ ଉଦବୋଧନ ଦେଇଥିଲେ।

ବିଜେଡିର ପ୍ରତିଷ୍ଠା ଦିବସରେ ଯୋଗ ଦେଇଥିବା ନେତା, ମନ୍ତ୍ରୀ ଏବଂ କର୍ମୀମାନଙ୍କୁ ମୁଖ୍ୟମନ୍ତ୍ରୀ ଧନବାଦ ଦେବା ସହ ରାଜ୍ୟବାସୀଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇଥିଲେ। ଏହି ଅବରରେ ମୁଖ୍ୟମନ୍ତ୍ରୀ ନିଜ ବାର୍ତ୍ତା ରଖି କହିଥିଲେ ଯେ, “ଆପଣମାନେ ଲୋକଙ୍କ ପାଇଁ ଭଲ କାମ କରନ୍ତୁ। ମା’ ମାନଙ୍କ ପାଇଁ କାମ କରନ୍ତୁ। ଚାଷୀ ଏବଂ ଆଦିବାସୀ ଭାଇଭଉଣୀ, ଗରିବମାନଙ୍କ ସହ ସମଗ୍ର ଓଡ଼ିଶାର ବିକାଶ ଲାଗି କାମ କରନ୍ତୁ।”

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ସନ୍ଦେଶ ମଧ୍ୟ ଦେଇଥିଲେ, ଶ୍ରୀକ୍ଷେତ୍ରରେ ବିଜେଡିର ପ୍ରତିଷ୍ଠା ସମାବେଶକୁ ସମସ୍ତଙ୍କୁ ସ୍ଵାଗତ କରିବା କହିଥିଲେ ଯେ, “ସବୁବେଳେ ବିଭିନ୍ନ ଦଳର ନେତା ମୋତେ କହିଛନ୍ତି ବିଜୁ ଜନତା ଦଳ (ବିଜେଡି) ଦେଶରେ ଏକ ସଫଳ ଆଞ୍ଚଳିକ ଦଳ। ବିଜେଡି ଲୋକଙ୍କ ବିଶ୍ଵସକୁ ଭିତ୍ତି କରି ବିହୁତ ବର୍ଷ ହେଲା କାମ କରି ଚାଲିଛି।”

ବିଜେଡି ବର୍ଷ ବର୍ଷ ଧରି ଲୋକଙ୍କ ବିଶ୍ଵାସ ଜିତିବାରେ କୋତୋଟି ନିର୍ଦିଷ୍ଟ କରାଣ ରହିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, “ଗୋଟିଏ ଆଞ୍ଚଳିକ ଦଳର ମୁଖ୍ୟଙ୍କର କର୍ତ୍ତବ୍ୟ ହେଉଛି ରାଜ୍ୟବାସୀଙ୍କୁ ଆଖିରେ ରଖି ସେମାନଙ୍କ ସେବାକୁ କେବଳ ଏଜେଣ୍ଡା ଭାବରେ କାମ କରିବା। ବିଜେଡି କେବେବି ଏହି ଏଜେଣ୍ଡାରୁ ହଟି ନାହିଁ।”

ରାଜ୍ୟର ସ୍ଵାର୍ଥ, ଓଡ଼ିଶାର ଉନ୍ନତି ଏବଂ ଗୌରବ, ଓଡ଼ିଶାର ଭାଷା, କଳା ଏବଂ ସଂସ୍କୃତି ଏବଂ ଓଡ଼ିଆର ସ୍ଵାଭିମାନ ପାଇଁ ବିଜେଡି କାମ କରି ଆସୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେ କହିଛନ୍ତି, “ବିଜୁ ବାବୁଙ୍କ ଆଦର୍ଶକୁ ଧରି ବିଜେଡି ଓଡ଼ିଶାରେ ଆଗେଇ ଚାଲିଛି। ବିଜୁ ବାବୁ କେବଳ ଜଣେ ନେତା ନଥିଲେ ସେ ଥିଲେ ଜଣେ ମହାନ ଜନନାୟକ। ବିଜୁ ବାବୁଙ୍କ ପ୍ରତିଟି ରକ୍ତ ବିନ୍ଦୁରେ ଓଡ଼ିଶାର ଉନ୍ନତି କଥା ଭରି ରହିଥିଲା। ସେ ଓଡ଼ିଶା ତଥା ଓଡ଼ିଶାବାସୀଙ୍କ ବିକାଶ କଥା ସବୁବେଳେ ଚିନ୍ତା କରୁଥିଲେ। ବିଜୁ ବାବୁ ଯେଉଁ ରାସ୍ତା ଦେଖାଇଛନ୍ତି ସେହି ରାସ୍ତାରେ ତାଙ୍କ ନାଁରେ ଗଢ଼ିଉଠିଥିବା ଦଳ ବିଜେଡି ଆଗେଇ ଚାଲିଛି। ଆଗମୁ ମଧ୍ୟ ବିଜେଡି ଲୋକଙ୍କ ପାଇଁ କାମ କରିବ।”

ବିଜେଡି ସବୁବେଳେ ସ୍ଵଚ୍ଛ ଓ ନିର୍ମଳ ଶାସନ ଉପରେ ବିଶ୍ଵାସ କରିଛି। ବିଜେଡିର ଏକମାତ୍ର ଲକ୍ଷ୍ୟ ହେଲା ଓଡ଼ିଶା ଏବଂ ଓଡ଼ିଶାବାସୀଙ୍କର ଉନ୍ନତି। ଏହା ଛଡ଼ା ଆମ ଦଳର ଦ୍ଵିତୀୟ ଉଦ୍ଦେଶ୍ୟ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, “୨୦୦୦ ମସିହାରୁ, ଯେବେଠାରୁ ଓଡ଼ିଶାବାସୀ ଆମକୁ ଆଶୀର୍ବଦ କରିଛନ୍ତି, ସେବେଠାରୁ ଦଳ ମା’ମାନଙ୍କ ସଶକ୍ତିକରଣକୁ ଗୁରୁତ୍ଵ ଦେଇଆସୁଛି। ଆମର ଦୃଢ଼ ବିଶ୍ଵାସ ମା’ ମାନଙ୍କର ଉନ୍ନତି ହିଁ ଓଡ଼ିଶାକୁ ଆଗକୁ ନେଇଯିବ। ସେଥିପାଇଁ ମିଶନ ଶକ୍ତି ଆଜି ମହିଳା ସଶକ୍ତିକରଣ ଦିଗରେ ଗୋଟିଏ ଗଣଆନ୍ଦୋଳନରେ ପରିଣତ ହୋଇଛି। ମା’ ମାନେ ସଶକ୍ତ ହେଲେ ପରିବାର ସଶକ୍ତ ହେବ। ଏହା ସହିତ ରାଜ୍ୟ ଏବଂ ଦେଶ ମଧ୍ୟ ସଶକ୍ତି ହୋଇପାରିବ ବୋଲି।”

ବିଜେଡି ପାଇଁ ସବୁ ଗର୍ଗର ଉନ୍ନତି ଗୁରୁତ୍ଵପୂର୍ଣ୍ଣ। ଜନଜାତି ଭାଇଭଉଣୀ ହୁଅନ୍ତୁ ବା ଦଳିତ ହୁଅନ୍ତୁ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କର ଉନ୍ନତି ହେଲେ ଓଡ଼ିଶାର ଉନ୍ନତି ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ବିଜେଡି ସବୁବେଳେ ମାଲକାନଗିରିରୁ ମୟୂରଭଞ୍ଜ ଏବଂ ବରଗଡ଼ରୁ ପୁରୀ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସହରଠାରୁ ଆରମ୍ଭ କରି ଗ୍ରାମଞ୍ଚଳ ଉନ୍ନତି ପାଇଁ କାମ କରିଆସିଛି। ଓଡ଼ିଶାରେ ବିଜେଡି କୌଣସି ବାଛବିଚାର ନରଖି ସମସ୍ତଙ୍କ ପାଇଁ କାମ କରିଆସୁଛି। ଆଗକୁ ମଧ୍ୟ ଏହା ବଜାୟ ରହିବ। ବନ୍ୟା ବାତ୍ୟଭାଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବାରେ ଓଡ଼ିଶା ସାମଗ୍ର ବିଶ୍ଵରେ ସୁନାମ ଅର୍ଜନ କରିଛି। ଖାଦ୍ୟ ନିରାପତ୍ତା ପାଇଁ ଆଗରୁ ଓଡ଼ିଶାକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିଲା। ଏବେ ଓଡ଼ିଶା ଅନ୍ୟ ରାଜ୍ୟକୁ ଚାଉଳ ପଠାଉଛି। ଆମ ଭିତ୍ତିଭୂମି ଏବଂ ସ୍ଵଚ୍ଛ ଶାସନକୁ ଦେଖି ଦେଶ ବିଦେଶରୁ ନିବେଶକମାନେ ଓଡ଼ିଶାରେ ନିବେଶ କରିବାକୁ ଆଗ୍ରହ ଦେଖାଉଛନ୍ତି ଏବଂ ନିବେଶ ମଧ୍ୟ କରୁଛନ୍ତି। ଏହା ଦ୍ଵାରା ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇ ବେକାରୀ ସମସ୍ୟା ଦୂର ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

“ଆମ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ସେଥିପାଇଁ କୋଭିଡ ମହାମାରୀ ସମୟରେ ଟେଷ୍ଟିଂଠାରୁ ଟ୍ରିଟମେଣ୍ଟ ପର୍ଯ୍ୟନ୍ତ ଲୋକଙ୍କୁ ମାଗଣାରେ ସେବା ଯୋଇଗାଇ ଦିଆଯାଇଛି। ଓଡ଼ିଶା ଅନ୍ୟ ରାଜ୍ୟମାନଙ୍କୁ ଅକ୍ସିଜେନ ଯୋଗାଣ କଲା। ବିଜୁ ସ୍ଵାସ୍ଥ୍ୟକଲ୍ୟାଣ ଯୋଜନା ଭଳି କ୍ରାନ୍ତିକାରୀ ସ୍କିମ୍ ଲାଗୁ କରାଗଲା। ପ୍ରତିଟି ଜୀବନ ମୂଲ୍ୟବାନ ଏହାକୁ ଭିତ୍ତି କରି ବିଜେଡି କାମ କରିଚାଲିଛି।”

“ସରକାରଙ୍କ ପ୍ରତିଟି ଯୋଜନାର ସୁବିଧା ଲୋକଙ୍କ ପାଖରେ ପହଞ୍ଚାଇବାରେ ବିଜେଡି ପରିବାରର ଲକ୍ଷ ଲକ୍ଷ କର୍ମୀ କର୍ମୀମାନେ ସହାୟକ ହେଉଛନ୍ତି। କର୍ମୀମାନେ ବିଜେଡିକୁ ଶକ୍ତି ଦେଛନ୍ତି। ବିଜେଡି କେବଳ ଜଣେ ଦୁଇ ଜଣଙ୍କ ଉପରେ ନିର୍ଭର କରି ଚାଲିନାହିଁ। ଭବିଷ୍ୟତରେ ମଧ୍ୟ ଏହା ହେବ ନାହିଁ। ଏହା ଏକ ସାମାଜିକ ଆନ୍ଦୋଳନ। ଓଡ଼ିଶାବାସୀଙ୍କ ଆଶା, ବିଶ୍ଵାସ ଏବଂ ସ୍ଵାଭିମାନକୁ ଆଗେଇ ନେବାର ଏକ ଆନ୍ଦୋଳନ। ଏହି ଆନ୍ଦୋଳନରେ ପ୍ରତି ଘରର ଯୋଗଦାନ ଆବଶ୍ୟକ। ଯେ କୌଣସି ବର୍ଗର ହୁଅନ୍ତୁ କିମ୍ବା ଯେ କୌଣସି କ୍ଷେତ୍ରରେ କାମ କରନ୍ତୁ, ଓଡ଼ିଶାର ବିକାଶ ପାଇଁ ଚାହୁଁଥିବା ବ୍ୟକ୍ତି ବିଜେଡିରେ ସାମିଲ ହୁଅନ୍ତୁ।”

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଆପଣମାନଙ୍କ ସହଯୋଗରେ ଆଗକୁ ଆଉ ୧୨ ବର୍ଷ ପରେ ଓଡ଼ିଶା ଗଠନର ଶହେ ବର୍ଷ ପାଳନ କରାଯିବ। ୨୦ ବର୍ଷ ଆଗରୁ ଓଡ଼ିଶା କେଉଁଠି ଥିଲା ଆଜି କେଉଁଠି ଅଛି ସାରା ବିଶ୍ଵ ଜାଣିଛି। ଓଡ଼ିଶାର ଉନ୍ନତି ପାଇଁ ଏବଂ ଓଡ଼ିଶା ମା’ର ସେବା କରିବାକୁ ଯେଉଁମାନ ଚାହୁଁଛନ୍ତି ସେମାନେ ବହୁ ସଂଖ୍ୟାରେ ବିଜେଡିରେ ସାମିଲ ହୁଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଆହ୍ଵାନ କରିଛନ୍ତି। ଖାସ କରି ନୂଆ ଓଡ଼ିଶା ଗଠନର ସ୍ଵପ୍ନ ଦେଖୁଥିବା ଯୁବପିଢ଼ିଙ୍କୁ ବିଜେଡିରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ଆହ୍ଵାନ କରିଛନ୍ତି।

ମା’ ମାନେ ଆଗେଇ ଆସନ୍ତୁ, ଦାୟିତ୍ଵ ନିଅନ୍ତୁ। ମା’ମାନଙ୍କ ଆଶୀର୍ବାଦ ରହିଲେ ବିଜେଡି ୧୦୦ ବର୍ଷ ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ ସେବା କରିବାର ସୁଯୋଗ ପାଇପାରିବ। ଶଙ୍ଖ ଚିହ୍ନ ସବୁବେଳେ ଓଡ଼ିଶାର ଜୟନାଦ କରିଚାଲିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.