mobile header

କିଡନୀ ରୋଗରେ ସାମ୍ବାଦିକ ପୀଡିତ: ଆର୍ଥିକ ସହାୟତା ପାଇଁ ନିବେଦନ କଲେ ପରିବାର ବର୍ଗ

ମାଲକାନଗିରି ତା. ୨୮.୧୨.୨୦୨୨ – ମାଲକାନଗରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳରେ ଦୀର୍ଘ ବର୍ଷ ଧରି ସମାଜସେବା ସହ ସାମ୍ବାଦିକତା କରି ଜଣେ ୩୯ ବର୍ଷର ବ୍ୟକ୍ତି କିଡନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ଅବସ୍ଥାରେ ଦିନ କାଟୁଛନ୍ତିା ଖିରୋଦ ବେହେରା ନାମକ ଏହି ଅଳ୍ପ ବୟସର ସାମ୍ବାଦିକ ଜଣକ ସ୍ୱାଭିମାନ ଅଞ୍ଚଳର ପ୍ରତି ଗ୍ରାମେ ଗ୍ରାମେ ପରିଚିତା ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ସମସ୍ୟା ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ଦୃଷ୍ଟିକୁ ଆଣିବା ସହ ସେହି ସବୁ ଅଞ୍ଚଳରେ ଝରଣା ପାଣିକୁ ଅଟକାଇ କିପରି ଜଳ ସଂରକ୍ଷଣ ସହ ବିଭିନ୍ନ ଚାଷ କରା ଯାଇ ପାରିବ ସେ ସମ୍ବନ୍ଧରେ ଅଞ୍ଚଳବାସୀଙ୍କୁ ସଚେତନ କରାଉଥିଲୋ ଦୁଃଖର ବିଷୟ ଶ୍ରୀ ବେହେରା ପେଟ ଯନ୍ତ୍ରଣା ଯୋଗୁଁ ଦୀର୍ଘ ଛଅମାସ ପୂର୍ୱରୁ ଭୁବ ନେଶ୍ୱର ଏଇମସ୍ ଚିକିତ୍ସାଳୟରେ ଚିକିତ୍ସା କରାଇବା ପରେ ତାଙ୍କର ବାମ ପାଶ୍ୱର୍ କିଡନୀ ସମ୍ପୂର୍ଣ ଖରାପ ହୋଇ ଯାଇଥଇବା ବେଲେ ଡାହାଣ ପାଖ କିଡନୀ ଉପରେ ଏହାର ପ୍ରଭାବ ଧିରେ ଧିରେ ପଡୁଥିବା ଡାକ୍ତରମାନେ ସୁଚନା ଦେଇଥଇଲୋ ତେଣୁ ଏହାର ପ୍ରତିକାର ନିମନ୍ତେ କିଡ୍ନୀ ବଦଳାଇବା ଏକମାତ୍ର ମାର୍ଗ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତିା ତେବେ କିଡନୀ ବଦଳାଇବା ନିମନ୍ତେ ପ୍ରଚୁର ଅର୍ଥର ଆବଶ୍ୟକତା ପଡୁଛି, ଯାହାକି ଶ୍ରୀ ବେହେରାଙ୍କ ଦ୍ୱାରା ସମ୍ଭବପର ନୁହୋଁ ଶ୍ରୀ ବେହେରାଙ୍କ ପରିବାରଙ୍କୁ ସରକାର ଆର୍ଥିକ ସାହାଯ୍ୟ ଯୋଗାଇବା ପାଇଁ ପରିବାର ବର୍ଗ ଅନୁରୋଧ କରିଛନ୍ତିା କୌଣସି ପୁଣ୍ୟାତ୍ମା ଶ୍ରୀ ବେହେରାଙ୍କୁ ଏହି ସଂକଟରୁ ବଞ୍ଚାଇବା ପାଇଁ ଆର୍ଥିକ ସାହାଯ୍ୟ କିମ୍ବା କିଡନୀ ଦାନ କରିବାକୁ ତାଙ୍କ ସହ ଧର୍ମିଣୀ ନିବେଦନ କରିଛନ୍ତିା ଇଛୁକ ବ୍ୟକ୍ତି ମାନେ ୮୪୫୮୦୩୫୦୩୪, ୮୪୫୮୦୨୫୬୫୮ ନମ୍ବରରେ ଯୋଗାଯୋଗ କରିବା ପାଇଁ ଅନୁରୋଧ କରିଛନ୍ତିା

Leave A Reply

Your email address will not be published.