mobile header

୧୬୦ରୁ ଉର୍ଦ୍ଧ୍ବ ଜନଜାତି ପ୍ରସ୍ତାବକୁ କେନ୍ଦ୍ରର ଟାଳ ଟୁଳ ନୀତି ପ୍ରତିବାଦରେ ବିଜେଡିର ବିକ୍ଷୋଭ ଓ ଧାରଣା

ମାଲକାନଗିରି: ଆଦିବାସୀର ମାନ୍ୟତା ସକାଶେ ଓଡିଶା ସରକାରଙ୍କ ଦ୍ୱାରା ଅନୁମୋଦିତ ୧୬୦ରୁ ଉର୍ଦ୍ଧ ଜନଜାତି ପ୍ରସ୍ତାବକୁ କେନ୍ଦ୍ରର ଆଦିବାସୀ ମନ୍ତ୍ରାଳୟ ଦୀର୍ଘ ଦିନ ଧରି ଅନୁମୋଦନ ନ କରି ଟାଳ ଟୁଳ ନୀତି ଅବଲମ୍ବନ କରୁଥିବାର ପ୍ରତିବାଦରେ ଆଜି ଆଦିବାସୀଙ୍କ ସ୍ୱର ସାଜି ବିଜେଡି ରାଜରାସ୍ତରେ ଓହ୍ଲାଇବାକୁ ବାଧ୍ୟ ହେଈଛି l କେନ୍ଦ୍ର ସରକାରଙ୍କ ଓଡିଶା ରାଜ୍ୟପ୍ରତି ଏ ଭଳି ବୈମାତୃକ ମନୋବୃତି ଭାବ ରଖି ଓଡିଶା ରାଜ୍ୟର ଜନଜାତିଙ୍କ ପ୍ରତି ନିଷ୍ଠୁର ହେବା ବିଜୁ ଜନତା ଦଳ କେବେ ବରଦାସ୍ତ କରିବ ନାହିଁ l

ଏହି ପରିପେକ୍ଷୀରେ ମାଲକାନଗିରି ବିଜୁ ଜନତା ଦଳ ତରଫରୁ ଆଜି ତା ୨୮.୧୨.୨୦୨୨ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି l ଏହା ସହିତ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ୟେଶରେ ଏକ ଦାବି ପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ତଥା ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା, ସ୍ୱତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଅଧକ୍ଷ ତଥା ବିଜୁ ଯୁବ ଜନତା ଦଳ ସଭାପତି ଆଡ଼ମା ରାବା, ପୂର୍ବତନ ବିଧାୟକ ମାନସ ମାଡକାମୀ, କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ତ୍ରିପାଠୀ ଜିଲ୍ଲା ବରିଷ୍ଟ ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ଗୋପାଳ କୃଷ୍ଣ ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାକାର ପ୍ରଧାନ ଜିଲ୍ଲା ସାଙ୍ଗଠନିକ ସମ୍ପାଦକ ନୃସିଂହ ଚରଣ ମହାନ୍ତି ଜିଲ୍ଲା ସାଧାରଣ ସମ୍ପାଦକ ସୋରଜ ସାହୁ, ଏକଜୁଟିବ ବଡ଼ିମେମ୍ବର ବୁନା ରାଓ, ଜିଲ୍ଲା ଛାତ୍ର ଜନତା ଦଳ ସଭାପତି ତାପସ ରଞ୍ଜନ ନାୟକ, ଜିଲ୍ଲା ମହିଳା ଜନତା ଦଳ ସଭାନେତ୍ରୀ ଲଷ୍ମୀପ୍ରିୟା ନାୟକ, ବରିଷ୍ଟ ଆଇନଜୀବୀ ମନୋଜ ମହାନ୍ତି, ଲମ୍ବ ଦୋର ତୁର୍କ, ସମସ୍ତ ସାଂସଦ ପ୍ରତିନିଧି ଏବଂ ବିଧାୟକ ପ୍ରତିନିଧି ଜିଲ୍ଲା ବିଜୁ ଜନତା ଦଳର ସମସ୍ତ ପଦାଧିକାରୀ, ଜିଲ୍ଲା ପରିଷଦ ଅଧକ୍ଷା, ଉପ ଅଧକ୍ଷା ପୂର୍ବତନ ଅଧକ୍ଷ ଏବଂ ଅଧକ୍ଷା, ସମସ୍ତ ଜିଲ୍ଲା ପରିଷଦ ସଭ୍ୟ, ସମସ୍ତ ବ୍ଲକ ଅଧକ୍ଷ ଏବଂ ଅଧକ୍ଷା, ସମସ୍ତ ପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟ, ସମସ୍ତ ପୌରାଧକ୍ଷ/ପୌରାଧକ୍ଷା ,ପୂର୍ବତନ ପୌରାଧକ୍ଷ/ପୌରାଧକ୍ଷା, ସମସ୍ତ ବ୍ଲକ ସଭାପତି, ଜିଲ୍ଲା ଯୁବ, ଛାତ୍ର କର୍ମକର୍ତ୍ତା କଣ୍ଟେସ ପୋଟଲା, ସୁନୀଲ ସାହୁ, ବାବୁ ଗୁପ୍ତା ଏ ରାଜୁ, ବଳରାମ ଭଞ୍ଜ, ବସନ୍ତ ନାୟକ, ନିତିନ ଵାଲା, କିରନ କୁମାର, ଚିରଞ୍ଜିତ ଵାଲା, ମିରକାଙ୍କ ମଣ୍ଡଳ, ମୁନା ଖୋସଲା ସୁଦର୍ଶନ କୋପେ, ମନ୍ତୋଷ ବିସ୍ଵାଶ, ମହିଳା ସଭାପତି, ସମସ୍ତ ନଗର ସଭାପତି, ଦଳର ସମସ୍ତ ଜୋନ ସଭାପତି, ସମସ୍ତ କାଉନସିଲର, ପୂର୍ବତନ କାଉନସିଲର ଏବଂ ସର୍ବୋପରି ଜିଲ୍ଲା ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତା/ସଦସ୍ୟମାନେ ନିର୍ଦ୍ଧିଷ୍ଟ ସମୟରେ ବିକ୍ଷୋଭରେ ଯୋଗଦାନ କରି ପ୍ରତିବାଦ ସଭାଟିକୁ ସାଫଲ୍ୟ କରିଥିଲେ l

Leave A Reply

Your email address will not be published.