mobile header

ଗୋରୁ ବୋଝେଇ ଟ୍ରକ ଜବତ,୬ ଗୋରୁ ମୃତ

ମାଲକାନଗିରି,୨୮/୧୨ ପ୍ରତିଦିନ ମାଲକାନଗିରି ଜିଲ୍ଲା ଦେଇ ଶହ ଶହ ଗାଈଗୋରୁ ହାଇଦ୍ରାବାଦକୁ ଚାଲାଣ କରାଯାଉଛି। ଏହି ପରିପ୍ରେକ୍ଷୀରେ ଗତକାଲି ସନ୍ଧ୍ୟାରେ ଏକ ଟ୍ରକ ଗୋରୁ ବୋଝେଇ କରି ହାଇଦ୍ରାବାଦକୁ ଚାଲାଣ କରୁଥିବା ବେଳେ ମୋଟୁ ପୁଲିସ ଗାଡିକୁ ଅଟକାଇ ଯାଞ୍ଚ କରିଥିଲେ। ତେବେ ଗୋରୁ ନେଇ ଯାଉଥିବା ଟ୍ରକ ଡ୍ରାଇଭର ଓ ହେଲପେର ଦୌଡ଼ି ଚାଲିଯାଇଥିଲେ। ଏହି ଟ୍ରକରେ ୧୫୦ରୁ ଉର୍ଦ୍ଧ୍ବ ଗାଈଗୋରୁ ଥିଲେ।ତେବେ ଟ୍ରକକୁ ଯାଞ୍ଚ କରାଯିବାରୁ ୬ ଗାଈଗୋରୁଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ୧୦ରୁ ଉର୍ଦ୍ଧ୍ବ ଗାଈଗୋରୁ ଗୁରୁତର ଆହତ ହୋଇଥିବା ଦେଖିବାକୁ ମିଳିଥିଲା। ପୁଲିସ ଏଣେ ଯାଞ୍ଚ କରୁଥିବା ମୋଟୁ ଆଇଆଇସି ହିମାଂଶୁ ଶେଖର ବାରିକ ପ୍ରକାଶ କରିଛନ୍ତି। ପ୍ରକାଶ ଥାଉକି ଗତ କିଛି ଦିନ ତଳେ ଗୋବିନ୍ଦପଲ୍ଲୀ ଘଟିରେ ଗୋରୁ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହେବ ଫଳରେ ୩୮ ଗାଈର ମୃତ୍ୟୁ ହୋଇଯାଇଥିଲା। ତେବେ ବେଆଇନ ଭାବେ ଗୋରୁ ଚାଲାଣ କରାଯାଉଥିବାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି।

Leave A Reply

Your email address will not be published.