କୋରାପୁଟକୁ ହରାଇ ଗିର୍ଲା ଚାମ୍ପିଅନ
କୋଟପାଡ: କୋଟପାଡ ବ୍ଲକ୍ ଅନ୍ତର୍ଗତ ଗିର୍ଲା ଠାରେ ଦୀର୍ଘ ୧୨ ଦିନ ଧରି ଚାଲିଥିବା ଆନ୍ତଃ ରାଜ୍ୟ ଫୁଟବଲ ପ୍ରତିଯୋଗିତାର ଫାଇନାଲରେ ଗିର୍ଲା ଦଳ କୋରାପୁଟ ଦଳକୁ ୧-୦ ଗୋଲରେ ପରାସ୍ତ କରି ଚାମ୍ପିଅନ ହୋଇଛି । ବିଜୟ ଦଳକୁ ଅର୍ଥ ରାଶି ୨୦୦୦୦ ଟଙ୍କା ଥିବା ବେଳେ ରନରଅର୍ସକୁ ୧୫୦୦୦ ଟଙ୍କା ଦିଆଯାଇଛି । ଆଜିର ଏହି ମ୍ୟାଚ୍ ପୁରା ସଂଘର୍ଷ ପୂର୍ଣ୍ଣ ଥିଲା । ସମସ୍ତ ଖେଳପ୍ରେମି କୋରାପୁଟ ସପକ୍ଷରେ ଥିଲା ବେଳେ ଗିର୍ଲା ଦଳ ଚମତ୍କାର ଖେଳ ପ୍ରଦର୍ଶନ କରି ବିଜୟୀ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ମାଝୀ, ସମ୍ମାନୀୟ ଅତିଥି ଭାବେ କୋଟପାଡ ବିଧାୟିକା ଶ୍ରୀମତୀ ପଦ୍ମିନୀ ଦିଆନ, ଏସଡିସି ଅଧ୍ୟକ୍ଷ କୋରାପୁଟ ଜିଲ୍ଲା ଶ୍ରୀ ଚନ୍ଦ୍ର ଶେଖର ମାଝୀ, ନଗରପାଳ ଏମ ଶଙ୍କର ରାଓ, ବ୍ଲକ୍ ଅଧ୍ୟକ୍ଷା କମଳା ଭତ୍ରା, ଉପାଧ୍ୟକ୍ଷା ଏନ୍ଏସି ଏମ ସନ୍ତୋସି, ବ୍ଲକ୍ ଉପାଧ୍ୟକ୍ଷା ତପନ ପାଣିଗ୍ରାହୀ, ଜିଲ୍ଲା ପରିଷଦ ସଭ୍ୟ ଟ୍ରିପତି ଚାଲାଣ, ଜିଲ୍ଲା ପରିଷଦ ସଭ୍ୟ ଗୀତା ମାଝୀ, ସରପଞ୍ଚ ଗିର୍ଲା ଜଗମୋହନ ମାଝୀ, ମୁଖ୍ୟ ବକ୍ତା ଭାବେ ଓକିଲ ସଙ୍ଘ ସଭାପତି ମଣି ପ୍ରସାଦ ପଟ୍ଟନାୟକ, ସାଂସଦ ପ୍ରତିନିଧି ବ୍ଲକ ତ୍ରିପତି ମହାନ୍ତି, ବିଧାୟକ ପ୍ରତିନିଧି ବ୍ଲକ ସୁଧୀର ମହାନ୍ତି, ବିଧାୟକ ପ୍ରତିନିଧି ନ ‘ଏ ‘ ସି ପ୍ରଦୀପ ବକ୍ସି ଯୋଗ ଦେଇଥିଲେ। ଏହି ମ୍ୟାଚ୍ରେ ପ୍ରାୟ ୧୦୦୦୦ ଲୋକଙ୍କ ସମାଗମ ହୋଇଥିଲା ।