mobile header

ଡାହାଣୀ ସନ୍ଦେହରେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ

ଖୁଣ୍ଟା: ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧିନରେ ଡାହାଣୀ ସନ୍ଦେହରେ ଜଣେ ୫୦ ବର୍ଷୀୟା ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ସଂମ୍ପର୍କରେ ପିଡ଼ିତା ଜଣକ ଥାନାରେ ଅଭିଯୋଗ କରିଥିବା ଜଣାଯାଇଛି । ଅଭିଯୋଗକୁ ଭିତ୍ତି କରି ସ୍ଥାନୀୟ ଥାନରେ କେସ ନମ୍ବର ୩୯୮ / ୨୨ରେ ଏକ ମାମଲା ରୁଜ କରିଛି ପୋଲିସ । ଅଭିଯୋଗରୁ ପ୍ରକାଶ ଯେ, ଉକ୍ତ ଥାନା ଅଧିନ ବାସିପିଠା ଗ୍ରାମର ଶ୍ୟାମ ସିଂଙ୍କ ପତ୍ନୀ ସୁକୁରୁ (୫୦) ଗତ ୨୭ ତାରିଖ ରାତ୍ରୀରେ ଘରେ ଶୋଇ ରହିଥିବା ବେଳେ ସେହି ଗ୍ରାମର ରୁହ୍ୟା ସିଂ ବିଳମ୍ବୀତ ରାତ୍ରୀରେ ତାଙ୍କ ଘର ମଧ୍ୟରେ ପଶି ଶୋଇଥିବା ସୁକୁରୁଙ୍କ ଉପରକୁ ଏକ ଠାଙ୍ଗା ସହାର୍ଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ସୁକୁରୁ ଗୁରୁତର ଆହତ ହୋଇଥିଲେ । ସୁକୁରୁଙ୍କ ଚିତ୍କାର ଶୁଣି ଅଭିଯୁକ୍ତ ଜଣକ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା । ଏବଂ ଉକ୍ତ ରାତ୍ରିରେ ପରିବାର ଲୋକେ ସୁକୁରୁଙ୍କୁ ଉଦ୍ଧାର କରି ଡୁକୁରା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ଏବଂ ୨୯ ତାରିଖ ଘଟଣା ସଂମ୍ପର୍କରେ ପଡ଼ିତା ସୁକୁରୁ ଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ସ୍ଥାନୀୟ ଥାନାରେ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରହିଥିବା ଜଣାଯାଇଛି । ତେବେ ଅଭିଯୁକ୍ତ ରୁହ୍ୟା ଙ୍କ ପତ୍ନୀ ପୂର୍ବରୁ କୌଣସି କାରଣରୁ ମୃତ୍ୟୁବରଣ କରିଥିଲେ । ଯାହାକୁ ନେଇ ଅଭିଯୁକ୍ତ ଜଣକ ସୁକୁରୀକୁ ଡାହାଣୀ ବୋଲି ସନ୍ଦେହ କରି ଏଭଳି କାଣ୍ଡ ଭିଆଇଥିବା କୁହାଯାଉଛି ।

Leave A Reply

Your email address will not be published.