ତତ୍କାଳୀନ ଜିଲ୍ଲାପାଳଙ୍କ ପିଏ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ମାମଲା: କୋର୍ଟରେ ହାଜର ହେଲେ ପତ୍ନୀ ବନଜା ଓ ତାଙ୍କ ପୁଅ
ମାଲକାନଗିରି,୩/୧: ମାଲକାନଗିରି ଜିଲ୍ଲାର ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ପିଏ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ରହସ୍ୟ ହୋଇ ରହିଥିବା ବେଳେ କିନ୍ତୁ ପତ୍ନୀ ବନଜା ପଣ୍ଡା ଏହି ମୃତ୍ୟୁକୁ ହତ୍ୟା ବୋଲି ପ୍ରମାଣିତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ଜିଲ୍ଲାପାଳ ସମେତ ଅନ୍ୟ ତିନି ଜଣ ବ୍ୟକ୍ତି ହିଁ ମୋ ସ୍ବାମୀଙ୍କୁ ହତ୍ୟା କରିନେଇଥିବା ସେ ଅଭିଯୋଗ କରି ଲଢେଇ ଜାରି ରଖିଛନ୍ତି। ଆଜି କୋର୍ଟଙ୍କ ନିର୍ଦେଶକ୍ରମରେ ସେ କୋର୍ଟରେ ହାଜର ହୋଇଥିଲେ। କୋର୍ଟରେ ହାଜର ପରେ ସାମ୍ବାଦିକ ସମ୍ମିଳନୀରେ ସେ ନିଜର ସମସ୍ତ ଅଭିଯୋଗ ବଖାଣିଥିଲେ। ସେ ଯେତେବେଳେ ଏହି ହତ୍ୟା କାଣ୍ଡରେ ପୁଲିସ ନିଜେ ସଂପୃକ୍ତି ହୋଇ ସମସ୍ତ ପ୍ରମାଣକୁ ନଷ୍ଟ କରିବାକୁ ଚେଷ୍ଟା କଲେ। ତେଣୁ ମୁଁ ବାଧ୍ୟ ହୋଇ ୱାନସିସି କୋର୍ଟରେ କରିଲି। ଏହାକୁ ଦେଖି ପୁଲିସ ଡିଜି ତୁରନ୍ତ କ୍ରାଇମବ୍ରାଞ୍ଚ ତଦନ୍ତ ଦେଲେ। ତେବେ କ୍ରାଇମବ୍ରାଞ୍ଚର ଅଧିକାରୀମାନେ ମାଲକାନଗିରି ଆସି ଏହି ଘଟଣାକୁ ଦବାଇବାକୁ ଚେଷ୍ଟା କଲେ। ତଦନ୍ତରେ ଶିଥିଳତା ଦେଖି ଆମେ ହାଇକୋର୍ଟରେ ସିବିଆଇ ତଦନ୍ତ ପାଇଁ ଦାବି କଲୁ। ଏହି ସମୟରେ କ୍ରାଇମବ୍ରାଞ୍ଚ ତରଫରୁ ତରବରିଆ ତଦନ୍ତ କରାଯାଇ କୋର୍ଟରେ ରିପୋର୍ଟ ଦାଖଲ କଲେ। ତେବେ କ୍ରାଇମବ୍ରାଞ୍ଚ କଣ ରିପୋର୍ଟ ପ୍ରଦାନ କରିଛନ୍ତି ସେନେଇ କୋର୍ଟକୁ ଆମେ ତାହାର ନକଲ ମାଗିଥିଲୁ। ଆମେ ଯାହା ଆଶା କରିଥିଲୁ ତାହା ହିଁ ଥିଲା। ଏହି ଚାରି ଜଣ ହତ୍ୟାକାରି ଏବଂ ପୁଲିସକୁ କ୍ଲିନଚିଟ ଦିଆଯାଇଥିଲା। ତେଣୁ ଆମେ ଏହାକୁ ନେଇ ହାଇକୋର୍ଟରେ ପୁଣି ପ୍ରୋଟେଷ୍ଟିଂ କେଶ ଫାଇଲ କଲୁ ବୋଲି ବନଜା ପଣ୍ଡା କହିଥିଲେ। ତେବେ କୋର୍ଟ କଗନିଜେନ୍ସ କରି ଜିଲ୍ଲାପାଳ ସମେତ ଅନ୍ୟ ତିନି ଜଣ ନାମରେ ୩୦୨ ସହ ଅନ୍ୟ କେଶ ପକାଇ ତୁରନ୍ତ କୋର୍ଟରେ ହାଜର ପାଇଁ ନିର୍ଦେଶ ଦେଇଛନ୍ତି। ତେବେ ଏହା ପୂର୍ବରୁ ସାକ୍ଷୀମାନଙ୍କୁ ନେଇ ଆଜି କୋର୍ଟରେ ହାଜର କରିବାକୁ କୁହାଯାଇଥିଲା। କିନ୍ତୁ ସାକ୍ଷୀମାନଙ୍କର ଜୀବନ ପ୍ରତି ବିପଦ ରହିଥିବାରୁ ସେମାନଙ୍କୁ କୋର୍ଟରେ ହାଜର କରାଇବା ସମ୍ଭବ ନୁହେଁ।କାରଣ ଏବେ ବି ହତ୍ୟାକାରୀମାନେ ନିଜ ଦାୟୀତ୍ବରେ ହିଁ ରହିଛନ୍ତି। ସେମାନଙ୍କୁ ୩୦୨ ଲାଗିଥିଲେ ମଧ୍ୟ ସେମାନଙ୍କୁ ଗିରଫ କରାଯାଇ ନାହିଁ।ସେମାନଙ୍କୁ କୋର୍ଟରେ ହାଜର କରାଇଲେ ଆମେ ସାକ୍ଷୀମାନଙ୍କୁ କୋର୍ଟରେ ହାଜର କରାଇବୁ ବୋଲି ବନଜା ଯୁକ୍ତି ବାଢିଥିଲେ। ଆମର ଜଣେ ମୁଖ୍ୟ ସାକ୍ଷୀର ମୃତ୍ୟୁ ହୋଇଯାଇଥିବା ସେ କହିଥିଲେ। ତେବେ ତାଙ୍କର ମୃତ୍ୟୁକୁ ନେଇ ଆମେ ତଦନ୍ତ ପାଇଁ ପୁଲିସ ନିକଟରେ ଏତଲା ଦେଇଥିଲେ ମଧ୍ୟ ତାହା ହେବ କି ନାହିଁ ଆମେ ଜାଣିନାହୁଁ ବୋଲି କହିବା ସହ ସାକ୍ଷୀମାନଙ୍କୁ ଡାକିବା ପୂର୍ବରୁ ଅଭିଯୁକ୍ତମାନଙ୍କୁ କୋର୍ଟରେ ହାଜର କରାଯାଉ ବୋଲି ସେ ଦାବି କରିଥିଲେ। ସାକ୍ଷୀମାନେ ନିଜର ଜୀବନ ଏବଂ ଚାକିରି ପ୍ରତି ବିପଦ ରହିଥିବା ଦର୍ଶାଇ କୋର୍ଟରେ ବର୍ତ୍ତମାନ ହାଜର ହେବାକୁ ଭୟ କରୁଛନ୍ତି। ତେଣୁ ତୁରନ୍ତ ଏନେଇ ବିହିତ ପଦକ୍ଷେପ ନେଲେ ଆଗାମୀ ଦିନରେ ଆମେ ସାକ୍ଷ ପ୍ରମାଣ ସହ କୋର୍ଟରେ ହାଜର ହେବୁ ବୋଲି ବନଜା କହିଥିଲେ। ତେବେ ଆଗକୁ ଏହି କେଶ କେଉଁ ଦିଗକୁ ଯାଉଛି ଦେଖିବାକୁ ବାକି ରହିଲା।