ମାଲକାନଗିରି, ୦୪/୦୧/୨୩: ମାଲ୍ୟବନ୍ତ ମହୋତ୍ସବ ଆଦିବାସୀ ଲୋକନୃତ୍ୟ ଏବଂ ଲୋକସଙ୍ଗୀତ ପ୍ରତିଯୋଗୀତା ଆଜି ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେଶ୍ୱର ଚନ୍ଦ୍ର ନାଏକ ଯୋଗ ଦେଇଥିବା ବେଳେ ପ୍ରକଳ୍ପ ପ୍ରଶାସକ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ଶ୍ରୀ ତ୍ରିନାଥ ମାଝୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଶ୍ରୀ କୃପାସିନ୍ଧୁ ବେହେରା, ଜିଲ୍ଲା କଳା ସଂସ୍କୃତି ସଂଘର ଉପ ସଭାପତି ଶ୍ରୀ ଘେନୁ ମୁଦୁଲି ମଞ୍ଚରେ ଉପସ୍ଥିତ ଥିଲେ। ଉପ ଜିଲ୍ଲାପାଳ ତଥା ମାଲ୍ୟବନ୍ତ ମହୋତ୍ସବ ସାଂସ୍କୃତିକ କମିଟିର ଅଧ୍ୟକ୍ଷ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ ସଭାପତିତ୍ବ କରି ଲୋକଲୋଚନକୁ ଆସିପାରିନଥିବା କଳାକୁ ମଧ୍ଯ ଆମେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆବିଷ୍କାର କରିପାରିଛୁ ବୋଲି ପ୍ରକାଶ କରିଥିଲେ। ଏହି ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜନ କରିଥିବା କଳାକାର ମାଲ୍ୟବନ୍ତ ମହୋତ୍ସବରେ ନୃତ୍ୟ ପରିବେଷଣ କରିବେ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି। ଆଜିର ଲୋକ ନୃତ୍ୟ ପ୍ରତିଯୋଗୀତାରେ ପଡିଆର ମୋଟେରୁର କୟା ନୃତ୍ୟ ପ୍ରଥମ, ଖଇରପୁଟର ବଣ୍ଡା ନୃତ୍ୟ ଦ୍ୱିତୀୟ ଓ ମାଥିଲିର ଦୁରୂଆ ନୃତ୍ୟ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଲୋକ ସଙ୍ଗୀତ ପ୍ରତିଯୋଗୀତାରେ ଧନୁର୍ଜୟ ହନ୍ତାଳ ପ୍ରଥମ, ପଦ୍ମା ଅନୁଗୁଳିଆ ଦ୍ଵିତୀୟ ଓ ଗୁପ୍ତ ଦୂରୁଆ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଉପ ଜିଲ୍ଲାପାଳ ବିଚାରକ ଆନନ୍ଦ ଦାସ, ଘେନୁ ମୁଦୁଲି ଓ ଆଦିବାସୀ ନାଟ ଗୁରୁ ଅନାଦି କୋଡାଙ୍କୁ ସମ୍ମାନିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ମାଲ୍ୟବନ୍ତ ମହୋତ୍ସବ ସାଂସ୍କୃତିକ କମିଟିର ସଦସ୍ୟ ବିନାଶ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସହାୟକ ଜିଲ୍ଲାପାଳ ସାଗରିକା ସାହୁ, ଭାରପ୍ରାପ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ସସ୍ମିତା ସାହୁ, ଶଶାଙ୍କ ମିଶ୍ର, ଶ୍ୟାମ ସୁନ୍ଦର ନାୟକ, ବାଣୀ ପଟ୍ଟନାୟକ ଏବଂ ଯୋଗାଣ ଅଧିକାରୀଙ୍କ ସମେତ ଜିଲ୍ଲା ଓ ବ୍ଲକ୍ କଳା ସଂସ୍କୃତି ସଂଘର ସଦସ୍ୟମାନେ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.