କାଲିମେଳା, ୬।୧: ମାଲକାନଗିରି ଜିଲ୍ଲା କାଲିମେଳା ପୋଲିସ, ଡିଭିଏଫ୍ ଯବାନ ଏବଂ ଅବକାରୀ ବିଭାଗ ଦ୍ଵାରା ବ୍ୟାପକ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ପପୁଲୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ଏନଗୁରାଇ ଗ୍ରାମ ନିକଟ ପାହାଡ ତଳିଆ ଅଞ୍ଚଳରେ ପ୍ରାୟ ୪୨ ଏକର ଜମିରେ ବେଆଇନ ଭାବେ ଗଞ୍ଜେଇ ଚାଷ କରାଯାଉଥିଲା । ଏ ଅଞ୍ଚଳରେ ବେଆଇନ ଭାବେ ଚାଷ କରାଯାଇଥିବା ୪୨ଏକର ଜମିରେ ୬୩୦୦୦ ହଜାରରୁ ଅଧିକ ଗଞ୍ଜେଇ ଗଛ ଥିବା ଖବର ପାଇ କାଲିମେଳା ପୋଲିସ, ଡିଏଭିଏଫ ଯବାନ ଓ ଅବକାରୀ ବିଭାଗର କର୍ମଚାରୀ ମାନେ ମିଳିତ ରୂପେ ଚଢଉ କରି ସମ୍ପୃକ୍ତ ଜମିରେ ହୋଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କରିଛନ୍ତି । ଏହି ଗଞ୍ଜେଇ ଗଛ ଗୁଡିକର ମୂଲ୍ୟ କୋଟି କୋଟି ଟଙ୍କା ହେବ ବୋଲି ଜଣା ପଡିଥିବା ବେଳେ ଓ ଏହି ଗଞେଇ ଫସଲ ଉଠିବା ପରେ ଗଞେଇ ମାଫିଆ ମାନେ ଏହାକୁ ପଡୋଶୀ ରାଜ୍ୟ ଗୁଡ଼ିକ ଚାଲାଣ କରାଥାନ୍ତେ । ଏ ଅଞ୍ଚଳରେ ଗଞ୍ଜେଇ ଚୋରା ଚାଲାଣ ଓ ଗଞେଇ ଚାଷ ଉପରେ ରୋକ ଲଗାଇବାକୁ ଏହି ପଦକ୍ଷେପ ନିଆଯାଇଅଛି ପୋଲିସ ପ୍ରଶାସନ ପକ୍ଷରୁ ବୋଲି ଜଣାପଡିଛି।
Sign in
Sign in
Recover your password.
A password will be e-mailed to you.