ପଡିଆ: ଚଳିତ ବର୍ଷ ଖରିଫ ଋତୁରେ ଧାନ ଅମଳ ହେବା ପରେ ପରେ ଗ୍ରାମାଞ୍ଚଳରେ ଧାନ ବ୍ୟବସାୟୀଙ୍କ ରାଜୁତି ଦେଖିବାକୁ ମିଳିଛି। ଆଉ ଏହାରି ଉପରେ ତିକ୍ଷ୍ଣ ନଜର ରଖି ଯୋଗାଣ ବିଭାଗ ପକ୍ଷ୍ୟରୁ ମଧ୍ୟ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି। ଏହି ପରିପେକ୍ଷୀରେ ଆଜି ସୂଚନା ପାଇ ଯୋଗାଣ ବିଭାଗ ପକ୍ଷରୁ ପଡିଆ ବ୍ଲକ ଅନ୍ତର୍ଗତ ଏମପିଭି ୪୮ ଗ୍ରାମରେ ଚଢାଉ କରି ଏକ ଗୋଦାମରେ ଗଚ୍ଛିତ ବିପୁଳ ପରିମାଣରେ ଧାନ ଜବତ କରାଯାଇଛି। ସୂଚନା ମୁତାବକ ଆଜି ଅପରାହ୍ଣ ସମୟରେ ଖବର ପାଇ ମାଲକାନଗିରି ଯୋଗାଣ ନିରୀକ୍ଷକ ପ୍ରଭଞ୍ଜନ ମହାନ୍ତି ଓ ପଡିଆ ବ୍ଲକର ଯୋଗାଣ ନିରୀକ୍ଷଣ କୁମୁଦମୟ ଗମାଙ୍ଗ ଏକ ଟିମ୍ ନେଇ ଏମପିଭି ୪୮ ଗ୍ରାମରେ ଥିବା ସୁଶାନ୍ତ ମଣ୍ଡଲଙ୍କ ଗଚ୍ଛିତ ପ୍ରାୟ ୧୧୫ଟି ଧାନ ବସ୍ତା ଠାବ କରିଥିଲେ। ଏହାପରେ ଗଚ୍ଛିତ ଧାନ ବସ୍ତା ଗୁଡିକର କାଗଜପତ୍ର ଯାଞ୍ଚ କରାଯିବା ସହ ପଚରାଉଚୁରା କରାଯିବାରୁ ଧାନ ବସ୍ତା ଗୁଡିକୁ ସ୍ଥାନୀୟ ଲୋକଙ୍କ ନାମରେ ଟୋକନ ନେଇ ମଣ୍ଡିରେ ବିକ୍ରୀ କରାଯିବାକୁ ଥିବା ଜଣାପଡିଛି। ଏହା ପରେ ଆବଶ୍ୟକୀୟ କାଗଜ ପତ୍ର ପ୍ରସ୍ତୁତ କରାଯାଇ ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡିଛି। ଅନ୍ୟପଟେ କାଲିମେଳା ଲ୍ୟାମ୍ପ ଅନ୍ତର୍ଗତ ଗିରିକାନପଲ୍ଲୀ ପଞ୍ଚାୟତ ସଦରରେ ମଣ୍ଡି ମାଧ୍ୟମରେ ଲ୍ୟାମ୍ପ ପକ୍ଷ୍ୟରୁ ଧାନ କିଣା ଜାରୀ ରହିଥିବା ବେଳେ ଚାଷୀଙ୍କ ନାମରେ ଟୋକନ ନେଇ ଆଉ ଜଣେ ଧାନ ବିକ୍ରି କରିବାକୁ ଥିବା ମଣ୍ଡି ବ୍ୟବସ୍ଥାର ଚାଲୁଥିବା କଳାବଜାରୀ କୁ ସ୍ପଷ୍ଟ କରୁଛି। ଏପରି ସ୍ଥିତିରେ ତୁରନ୍ତ ମଣ୍ଡି ଗୁଡିକରେ ହେଉଥିବା କଳାବଜାରୀ ଦିଗରେ ମଧ୍ୟ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।
Sign in
Sign in
Recover your password.
A password will be e-mailed to you.