ବେଆଇନ ଭାବେ ଚାଷ କରାଯାଇଥିବା ଗଞ୍ଜେଇ ଗଛକୁ ନଷ୍ଟ କରିଛି କାଲିମେଳା ପୋଲିସ

କାଲିମେଳା ତା ୬/୧: ଗତକାଲି କାଲିମେଳା ପୋଲିସ, ସହିତ ଡିଭିଏଫ ଯବାନ ଓ ଅବକାରୀ ବିଭାଗର ମିଳିତ ଚଡାଉ ସହଯୋଗରେ ଦୁର୍ଗମ ଅଞ୍ଚଳର କୁର୍ମାନୁର ଗ୍ରାମ ପଞ୍ଚାୟତ ଅଧୀନସ୍ଥ ମୁଦିଲିଗୁଡା ଓ ପପୁଲୁର ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଯୋଡାପୁଟ ଗ୍ରାମର ପାହାଡ଼ିଆ ଅଞ୍ଚଳରେ ଚାଷ କରାଯାଇଥିବା ୬୯୦୦୦ ଖଣ୍ଡ ଗଞେଇ ଗଛ ଗୁଡ଼ିକୁ କାଟିକି ଉପାଡ଼ି ଦେବା ସହିତ ନିଆଁ ଲଗାଇ ନଷ୍ଟ କରିଦେଇଛି ପୋଲିସ। ଏହି ବେଆଇନ ଗଞେଇ ଗଛ ଗୁଡ଼ିକ ପାଖାପାଖି ୪୬ ଏକର ଜମିରେ ପାହାଡ଼ର ତଳିଆ ଅଞ୍ଚଳରେ ଚାଷ କରାଯାଇଥିଲା। ଏ ସମସ୍ତ ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ବର୍ଷ ବର୍ଷ ଧରି ବେଆଇନ ଭାବେ କୋଟି କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଗଛ ଚାଷ କରାଯାଉଥିବା ବେଳେ ଏସବୁ ଗଞେଇ ପଡୋଶୀ ରାଜ୍ୟ ତଥା ଆନ୍ଧ୍ର ପ୍ରଦେଶ ତେଲେଙ୍ଗାନା, ତାମିଲନାଡୁ, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ ଓ ଛତିଶଗଡ଼ ରାଜ୍ୟ ଗୁଡ଼ିକ ଚାଲାଣ କରାଯାଉଥିଲା । ବର୍ତମାନ ଫସଲ ଅମଳ ହେବା ପୂର୍ବରୁ ପୋଲିସ ଦ୍ବାରା ଗଞେଇ ଗଛ ଗୁଡ଼ିକ ନଷ୍ଟ କରାଯାଇଥିବାରୁ ଗଞେଇ ଚୋରା ଚାଲାଣ କରୁଥିବା ମାଫିଆଙ୍କ ପାଇଁ ଏହା ଏକ ବଡ଼ ଧରଣର ଶକ୍ତ ଧକ୍କା ବୋଲି ଆଲୋଚନା ହେଉଅଛି।

Leave A Reply

Your email address will not be published.